ଫୋନ୍‌ ସ୍କ୍ରିନ ବଦଳାଇଲେ ହୋଇପାରେ ହ୍ୟାକ୍‌ : ଗବେଷଣାରୁ ଆସିଲା ସାଂଘାତିକ୍ ତଥ୍ୟ 

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ସ୍ମାର୍ଟଫୋନର ସ୍କ୍ରିନ୍‌ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଟିକେ ତଳେ ପଡିଲେ  ଫାଟିଯିବା କିମ୍ବା ଖରାପ ହେବାର ଆଶଙ୍କା ଥାଏ। ଏହାପରେ ଆପଣ ଏହାକୁ  ସଜାଡ଼ିବା ପାଇଁ ସର୍ଭିସ ସେଣ୍ଟର କିମ୍ବା ମୋବାଇଲ ଦେକାନକୁ ନେଇ ଯ଼ାଆନ୍ତି। ସେଠାରେ ସ୍କ୍ରିନ ବଦଳେଇ ବା ଠିକ୍‌ କରିବା ପରେ ଆପଣ ଏହାକୁ ପୂର୍ବ ପରି ବ୍ୟବହାର କରନ୍ତି। ଆପଣଙ୍କୁ ଲାଗେ ଆପଣଙ୍କ ଫୋନ ପୁରା ଠିକ୍‌ ହୋଇଗଲା। ହେଲେ ଯଦି କେହି ସେହି ଫୋନ୍‌କୁ  ଟ୍ରାକ […]

fone-1

fone-1

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 04:34 PM IST

Sports

Latest News

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ସ୍ମାର୍ଟଫୋନର ସ୍କ୍ରିନ୍‌ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଟିକେ ତଳେ ପଡିଲେ  ଫାଟିଯିବା କିମ୍ବା ଖରାପ ହେବାର ଆଶଙ୍କା ଥାଏ। ଏହାପରେ ଆପଣ ଏହାକୁ  ସଜାଡ଼ିବା ପାଇଁ ସର୍ଭିସ ସେଣ୍ଟର କିମ୍ବା ମୋବାଇଲ ଦେକାନକୁ ନେଇ ଯ଼ାଆନ୍ତି। ସେଠାରେ ସ୍କ୍ରିନ ବଦଳେଇ ବା ଠିକ୍‌ କରିବା ପରେ ଆପଣ ଏହାକୁ ପୂର୍ବ ପରି ବ୍ୟବହାର କରନ୍ତି। ଆପଣଙ୍କୁ ଲାଗେ ଆପଣଙ୍କ ଫୋନ ପୁରା ଠିକ୍‌ ହୋଇଗଲା। ହେଲେ ଯଦି କେହି ସେହି ଫୋନ୍‌କୁ  ଟ୍ରାକ କରୁଛି ଜାଣିଲେ ଆପଣ ନିଶ୍ଚୟ ଚମକି ପଡ଼ିବେ ? ହଁ ।

ଏହା ସମ୍ଭବ।  ସ୍କ୍ରିନ୍‌ ବଦଳେଇବା ସମୟରେ ଏଭଳି କାରନାମା ହୋଇପାରିବ। ମୋବାଲର ସ୍କ୍ରିନ୍‌ ବଦଳେବା ସମୟରେ ଏକ ଚିପ୍‌ ଖଞ୍ଜିଦେଇ ଡାଟା ହ୍ୟାକ୍‌ କରିହେବ।   ଇସ୍ରାଏଲର ବେନ ଗୁରିଓନ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣାରୁ ଏଭଳି ସାଂଘାତିକ୍ ତଥ୍ୟ ଜଣାପଡ଼ିଛି।  ଗବେଷଣା ବେଳେ ଦୁଇଟି ସ୍ମାର୍ଟଫୋନ Huawei Nexus 6P ଏବଂ LG G Pad 7.0 କୁ ସାମିଲ କରାଯ଼ାଇଥିଲା । ଗବେଷକମାନ  ଗୋଟିଏ ଚିପର ଥାର୍ଡପାର୍ଟକୁ  ଟଚ୍ ସ୍କ୍ରିନରେ ଲଗାଇ ହ୍ୟାକ କରିବାରେ ସଫଳ ହୋଇଛନ୍ତି। ଏହା ମାଧ୍ୟମରେ ହ୍ୟାକର  ଆପଣଙ୍କ ସ୍ମାର୍ଟଫୋନର ଗତିବିଧି ଉପରେ ନଜର ରଖିପାରିବ।  ଏହି ଚିପ ମାଧ୍ୟମରେ ଆପଣ ହଜାରେ କିଲୋମିଟର ଦୂରରେ ଥିଲେ ମଧ୍ୟ ହ୍ୟାକର ଆପଣଙ୍କ କିବୋର୍ଡ କମାଣ୍ଡ ଓ ପର୍ସନାଲ ଭିଡିଓ ଉପରେ ମଧ୍ୟ ଆୟତ୍ତ ରଖିପାରିବେ।

ଏପରକି କେଉଁ ଆଣ୍ଟିଭାଇରସ ଏହାକୁ ଡିଟେକ୍ଟ କରିପାରିବନି।  କାରଣ ଏହି ସଫ୍ଟଓୟାର ହାର୍ଡ଼ଓୟାର ବେସ  ହୋଇ ନ ଥାଏ। ଗବେଷକମାନ ଏହି  ଚିପ ଲଗାଇବା ପାଇଁ ଟଚ୍ କଣ୍ଟ୍ରୋଲର କନେକ୍ସନରେ ‘ହଟ ଏୟାର ବ୍ଲୋର’ର  ବ୍ୟବହାର କରିଥିଲେ। ଏହି ହଟ ଏୟାର ବ୍ଳୋର ମାଧ୍ୟମରେ କଣ୍ଟ୍ରୋଲର ଉପରେ ଆଟାକ୍‌ କରି ସେଥିରେ ଚିପ ଲଗାଇଥିଲେ।  ଫୋନର ରହିଥିବା ଅନ୍ୟ ହାର୍ଡଓୟେର ଏବଂ ସଫ୍ଟ ଓୟେରରେ କୈଣସି ପରିବର୍ତ୍ତନ ଆସି ନଥିଲା। ଏହି ଗବେଷଣା କେବଳ ଆଣ୍ଡ୍ରଏଡ ସେଟ ଉପରେ ପର୍ଯ୍ୟବେଶିତ ହୋଇଥିଲା।

ସୌଜନ୍ୟ: ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos