ଶବ ବ୍ୟବଚ୍ଛେଦ ଘରେ ଧଡ଼ ଧଡ଼ ହେଉଛି କବାଟ, କାରଣ ଜାଣିଲେ ଥରି ଉଠିବ ଛାତି

ଭୂତପ୍ରେତକୁ ନେଇ ସବୁ ବେଳେ କିଛି ନା କିଛି କଥା ଶୁଣିବାକୁ ମିଳିଥାଏ। ରାତିରେ ଏକୁଟିଆ ଯଦି କୁଆଡେ ଯାଉଥିବେ ଓ ଭୂତପ୍ରେତଙ୍କ କଥା ମନେ ପଡିଯିବ ତେବେ ଆପଣଙ୍କ ଅବସ୍ଥା କ’ଣ ହେବ ଭାବନ୍ତୁ ତ ? ତେବେ ଏମିତି ଏକ ସ୍ଥିତିର ସମ୍ମୁଖୀନ ହୋଇଥିଲେ ଦୁଇଜଣ ସିକ୍ୟୁରିଟି ଗାର୍ଡ, ତାହା ପୁଣି ଏକ ଶବଗାରରେ। ଆସନ୍ତୁ କ’ଣ ଘଟିଥିଲା ଏହି ଦୁଇ ସିକ୍ୟୁରିଟି ଗାର୍ଡଙ୍କ ସହ। ଘଟଣାଟି ବ୍ରାଜିଲର ଏକ ଶବ ବ୍ୟବଚ୍ଛେଦ ଗୃହର। […]

ghost-stories

ghost-stories

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 02:17 PM IST

Sports

Latest News

ଭୂତପ୍ରେତକୁ ନେଇ ସବୁ ବେଳେ କିଛି ନା କିଛି କଥା ଶୁଣିବାକୁ ମିଳିଥାଏ। ରାତିରେ ଏକୁଟିଆ ଯଦି କୁଆଡେ ଯାଉଥିବେ ଓ ଭୂତପ୍ରେତଙ୍କ କଥା ମନେ ପଡିଯିବ ତେବେ ଆପଣଙ୍କ ଅବସ୍ଥା କ’ଣ ହେବ ଭାବନ୍ତୁ ତ ? ତେବେ ଏମିତି ଏକ ସ୍ଥିତିର ସମ୍ମୁଖୀନ ହୋଇଥିଲେ ଦୁଇଜଣ ସିକ୍ୟୁରିଟି ଗାର୍ଡ, ତାହା ପୁଣି ଏକ ଶବଗାରରେ। ଆସନ୍ତୁ କ’ଣ ଘଟିଥିଲା ଏହି ଦୁଇ ସିକ୍ୟୁରିଟି ଗାର୍ଡଙ୍କ ସହ।

ଘଟଣାଟି ବ୍ରାଜିଲର ଏକ ଶବ ବ୍ୟବଚ୍ଛେଦ ଗୃହର। ଏଠାରେ ରାତିରେ ଦୁଇଜଣ ସିକ୍ୟୁରିଟି ଗାର୍ଡ ଡ୍ୟୁଟିରେ ଥିଲେ। ରାତି ପ୍ରାୟ ୨ଟା ହେବ ହଠାତ୍‌ ଶବ ବ୍ୟବଚ୍ଛେଦ ଗୃହର ଲାଇଟ୍‌ ଅଫ୍‌ ଅନ୍‌ ହେବାକୁ ଲାଗିଥିଲା। ସିକ୍ୟୁରିଟି ଗାର୍ଡ ଦୁଇଜଣ କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଧଡ଼ଧାଡ ଶଦ୍ଦ। ଯାହା ସେମାନଙ୍କ ଛାତି ଥରାଇ ଦେଇଥିଲା।

ହଠାତ ଏପରି କ’ଣ ଘଟୁଛି କିଛି ବୁଝା ପଡୁ ନ ଥିଲା। ଜଣେ କର୍ମଚାରୀ ନିଜ ମୋବାଇଲେ ଏହାର ଦୃଶ୍ୟ ରେକର୍ଡିଂ କରିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଅନ୍ୟ କର୍ମଚାରୀ ଜଣଙ୍କ ବନ୍ଧୁକ ଧରି ଡରି ଡରି କବାଟ ପାଖରେ ପହଞ୍ଚି ଯାହା ଦେଖିଥିଲେ ସେଥିରେ ତାଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା। କାରଣ ପବନ ହେଉ ନ ଥିଲା କି କେହି ନ ଥିଲେ, ହେଲେ ପିଟି ହୋଇ ଜୋରେ ଜୋରେ ଆୱାଜ କରୁଥିବା କବାଟ। ଏହାପରେ ଉଭୟ ବ୍ୟବଚ୍ଛେଦ ଗୃହକୁ ତନ ତନ କରି ଦେଖିଥିଲେ ମଧ୍ୟ କାହାକୁ ପାଇ ନ ଥିଲେ।

ସେମାନେ ରେକର୍ଡିଂ କରିଥିବା ଭିଡିଓକୁ ସୋଓଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos