‘ଫଟୋରେ ହଜାରେ ଲାଇକ୍ ଦିଅ, ନହେଲେ ପିଲାକୁ ତଳକୁ ଫିଙ୍ଗିଦେବି’

ଫେସବୁକ୍, ଟ୍ବିଟର୍ ଭଳି ସୋସିଆଲ୍ ମିଡିଆ ଗୁଡିକରେ ସବୁବେଳ କିଛି ନା କିଛି କୌତୁହଳପୂର୍ଣ୍ଣ ପୋଷ୍ଟ ଦେଖିବାକୁ ମିଳେ , ପରେ ଏହା ଧିରେ ଧିରେ ବିବାଦ ଘେରକୁ ଟାଣି ହୋଇଯାଏ .  କିଛି ବ୍ୟକ୍ତି ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ପୋଷ୍ଟ କରିଥାନ୍ତି , ତାଙ୍କର ସେହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ରିତିମତ ଚର୍ଚ୍ଚା ଆରମ୍ଭ ହୋଇଯାଏ , ନିକଟରେ ଫେସବୁକରେ ଏଭଳି ଏକ ପୋଷ୍ଟ କରି  ଜଣେ ବ୍ୟକ୍ତିଙ୍କୁ ହଟହଟା ହେବାକୁ […]

man throw boy

man throw boy

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 07:46 PM IST

Sports

Latest News

ଫେସବୁକ୍, ଟ୍ବିଟର୍ ଭଳି ସୋସିଆଲ୍ ମିଡିଆ ଗୁଡିକରେ ସବୁବେଳ କିଛି ନା କିଛି କୌତୁହଳପୂର୍ଣ୍ଣ ପୋଷ୍ଟ ଦେଖିବାକୁ ମିଳେ , ପରେ ଏହା ଧିରେ ଧିରେ ବିବାଦ ଘେରକୁ ଟାଣି ହୋଇଯାଏ .  କିଛି ବ୍ୟକ୍ତି ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ପୋଷ୍ଟ କରିଥାନ୍ତି , ତାଙ୍କର ସେହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ରିତିମତ ଚର୍ଚ୍ଚା ଆରମ୍ଭ ହୋଇଯାଏ , ନିକଟରେ ଫେସବୁକରେ ଏଭଳି ଏକ ପୋଷ୍ଟ କରି  ଜଣେ ବ୍ୟକ୍ତିଙ୍କୁ ହଟହଟା ହେବାକୁ ପଡିଛି , ଏଥିପାଇଁ କୋର୍ଟ ତାଙ୍କୁ ଦୁଇବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି , ଆଲଜେରିଆର ଜଣେ ବ୍ୟକ୍ତି ଫେସବୁକରେ 1000 ଲାଇକ୍ ନଦେଲେ ଗୋଟେ ଛୋଟ ପିଲାକୁ ଏକ ଉଚ୍ଚ ବିଲ୍ଡଂରୁ ପିଙ୍ଗି ଦେବାକୁ ସୋସିଆଲ ମିଡିଆର ଧମକ ଦେଇଛନ୍ତି , ପୂରା ଘଟଣାଟି ଏମିତି ...

ଜଣେ ବ୍ୟକ୍ତି ଏକ ଛୋଟ ପିଲା ପିନ୍ଧିଥିବା ଟି-ସାର୍ଟକୁ ପଛରୁ ଟାଣି ଧରି ପିଲାଟିକୁ ଏକ ଉଚ୍ଚ ବିଲ୍ଡିଂର ଝରକା ବାହାରକୁ ଝୁଲାଇ ଧରିଥିଲେ ଏବଂ ଏହି ଦୃଶ୍ୟର ଏକ ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଥିଲେ , ସେଥିରେ ଲେଖିଥିଲେ ଏହି ଫଟୋରେ ହଜାରେ ଲାଇକ ଦିଅନ୍ତୁ ନହେଲେ ପିଲାକୁ ତଳକୁ ଫିଙ୍ଗିଦେବି , ଏଭଳି ଏକ ପୋଷ୍ଟକୁ ନେଇ ଫେସବୁକରେ ତୀବ୍ର ପ୍ରତିକ୍ରିଆ ଦେଖାଦେଇଥିଲା , ତେବେ ପୂରା ଘଟଣାର ତଦନ୍ତ କରି ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ,

ଗିରଫ ହେବା ପରେ ବ୍ୟକ୍ତି ଜଣକ ନିଜକୁ ବଞ୍ଚେଇବା ପାଇଁ ସଫେଇ ଦେଇଛନ୍ତି , ସେ କହିଛନ୍ତି ପିଲାଟି ଯେଉଁ ଲୁହା ବାଡ ଉପରେ ଝୁଲିଥିଲା ତାହା କେହି ଜଣେ ବ୍ୟକ୍ତି ଏଡିଟ କରି  ଲିଭେଇଦେଇଛି , ପରେ ଏହାକୁ ଅପଲୋଡ କରାଯାଇଛି , ଏନେଇ ଛୋଟ ପିଲାଟିର ବାପା ମଧ୍ୟ ସେହି ବ୍ୟକ୍ତିଙ୍କୁ ନିଜର ସମ୍ପର୍କିୟ କହି କୋର୍ଟରେ କ୍ଷମା ଯାଚନା କରିଛନ୍ତି , କିନ୍ତୁ କୋର୍ଟ ଏହାକୁ ଖାରଜ କରି ଶିଶୁ ଶୋଷଣର ଦୋଷୀ ସାବ୍ୟସ୍ତ କରି ସେହି ବ୍ୟକ୍ତିଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ,

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos