ଶୁଷ୍କତା କେଶ ଝଡ଼ିବାର କାରଣ

ଭୁବନେଶ୍ୱର: ମୁଣ୍ଡର କେଶ ନାରୀର ସୌନ୍ଦର୍ଯ୍ୟର ଅନ୍ୟତମ ଆକର୍ଷଣ। ନାରୀ ତା’ର କେଶକୁ ଯେତେ ସଜାଏ ତାହାର ବ୍ୟକ୍ତିତ୍ୱ ସେତେ ପ୍ରସ୍ଫୁଟିତ ହୋଇଥାଏ। ତେଣୁ କେଶର ଯତ୍ନ ନେବା ନିହାତି ଆବଶ୍ୟକ। ତେବେ କେଶ ଝଡ଼ିବା ଏକ ବଡ଼ ସମସ୍ୟା ହୋଇଛି। କେଶ ଝଡ଼ିବାର ଏକମାତ୍ର କାରଣ ହେଲା ଶୁଷ୍କତା। ଆମର ମୁଣ୍ଡରେ ଥିବା ତ୍ୱଚା ବା ଚର୍ମରୁ ଆଦ୍ରତା କମିଗଲେ ତାହା ରୁପିରେ ପରିଣତ ହୋଇଥାଏ। ରୁପିକୁ ଯଦି ଆମେ କମ୍‌ କରିପାରିବା ତା’ହେଲେ କେଶ […]

hair-loss-problem-for-hair-fall

hair-loss-problem-for-hair-fall

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 06:18 PM IST

Sports

Latest News

ଭୁବନେଶ୍ୱର: ମୁଣ୍ଡର କେଶ ନାରୀର ସୌନ୍ଦର୍ଯ୍ୟର ଅନ୍ୟତମ ଆକର୍ଷଣ। ନାରୀ ତା’ର କେଶକୁ ଯେତେ ସଜାଏ ତାହାର ବ୍ୟକ୍ତିତ୍ୱ ସେତେ ପ୍ରସ୍ଫୁଟିତ ହୋଇଥାଏ। ତେଣୁ କେଶର ଯତ୍ନ ନେବା ନିହାତି ଆବଶ୍ୟକ।

ତେବେ କେଶ ଝଡ଼ିବା ଏକ ବଡ଼ ସମସ୍ୟା ହୋଇଛି। କେଶ ଝଡ଼ିବାର ଏକମାତ୍ର କାରଣ ହେଲା ଶୁଷ୍କତା। ଆମର ମୁଣ୍ଡରେ ଥିବା ତ୍ୱଚା ବା ଚର୍ମରୁ ଆଦ୍ରତା କମିଗଲେ ତାହା ରୁପିରେ ପରିଣତ ହୋଇଥାଏ। ରୁପିକୁ ଯଦି ଆମେ କମ୍‌ କରିପାରିବା ତା’ହେଲେ କେଶ ଝଡ଼ିବା କମି ଯିବ।

କେଶ ଝଡ଼ିବାର ପ୍ରତିକାର 

୧- ସାଧାରଣତଃ ମହିଳାମାନେ ସପ୍ତାହରେ ଥରେ ବା ଦୁଇ ଥର ମୁଣ୍ଡ ଧୋଇ ଥାଆନ୍ତି। ମୁଣ୍ଡ ଧୋଇବାର ଏକ ଘଣ୍ଟା ପୂର୍ବରୁ ନଡ଼ିଆ ତେଲ ୨ ଚାମଚ, ଫାଳେ ଲେମ୍ବୁ ଓ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବରେ ମିଶାଇ କେଶରେ ଲଗାନ୍ତୁ। କେଶରେ ହାଲ୍‌କା ଗରମ ବାମ୍ଫ ବା ବାଷ୍ପ  ଦେଇ ଏହି ମିଶ୍ରଣକୁ ଲଗାନ୍ତୁ। ଲଗାଇବାର ଏକ ଘଣ୍ଟା ପରେ ମୁଣ୍ଡକୁ ସାମ୍ପୋ କରନ୍ତୁ। ଏପରି ନିୟମିତ କଲେ କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ସତେଜ ରହିବ।

୨- କେଶକୁ ତୈଳାକ୍ତ କରିବା ପାଇଁ ଏକ କପ୍ ଜଳରେ ଲେମ୍ବୁରସ ମିଶାଇ କେଶରେ ଲଗାନ୍ତୁ। ଅଧା ଘଣ୍ଟା ପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏମିତି କଲେ କେଶ ଝଡ଼ିବାରୁ ମୁକ୍ତି  ମିଳିଥାଏ।

୩- ଶୁଦ୍ଧ ନଡ଼ିଆ ତେଲରେ କେତୋଟି ଭୃଙ୍ଗରାଜ ପତ୍ରକୁ ବୁଡ଼ାଇ ରଖନ୍ତୁ। ଏକ ସପ୍ତାହ ପରେ ସେହି ତେଲକୁ ନିୟମିତ କେଶରେ ଲଗାଇଲେ କେଶ ଝଡ଼ିବାରୁ ମୁକ୍ତି ପାଇବେ।

ଟିପ୍ସ- ସୁଚିତ୍ରା ବାରିକ (ଜସ୍ମିନ ବ୍ୟୁଟିକେୟାର) ଉପସ୍ଥାପନା- ତପସ୍ୱିନୀ ନାୟକ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos