କେଉଁଠୁ ଓ କେମିତି ଆରମ୍ଭ ହେଲା ବନ୍ଧୁତ୍ୱ ଦିବସ?

ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନଥାଏ କୌଣସି ବାଛବିଚାର, ନା ଥାଏ ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ବନ୍ଧୁକୁ ଦିନଟିଏ ଦେଇ ସମସ୍ତେ ଖୁବ ଆନନ୍ଦ ଅନୁଭବ କରନ୍ତି। ହେଲେ ଆପଣ ଜାଣନ୍ତି କି ଏହି ବନ୍ଧୁତ୍ତ୍ୱ ଦିବସ କେବେଠୁ ଆରମ୍ଭ ହେଲା? ଆସନ୍ତୁ […]

friends

friends

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 10:59 AM IST

ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନଥାଏ କୌଣସି ବାଛବିଚାର, ନା ଥାଏ ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ବନ୍ଧୁକୁ ଦିନଟିଏ ଦେଇ ସମସ୍ତେ ଖୁବ ଆନନ୍ଦ ଅନୁଭବ କରନ୍ତି। ହେଲେ ଆପଣ ଜାଣନ୍ତି କି ଏହି ବନ୍ଧୁତ୍ତ୍ୱ ଦିବସ କେବେଠୁ ଆରମ୍ଭ ହେଲା? ଆସନ୍ତୁ ଜାଣିବା ଫ୍ରେଣ୍ଡସିପ୍ ଡେ’ ବା ବନ୍ଧୁତ୍ୱ ଦିବସର ଇତିହାସ ସଂପର୍କରେ।
ସବୁ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଏ। ବେଶ୍‌ କିଛି ବର୍ଷ ହେଲାଣି ଆମ ଦେଶ ଭାରତରେ ଫ୍ରେଣ୍ଡସିପ୍ ଡେ’ ପାଳନ ହୋଇଆସୁଛି। ସୋସିଆଲ୍ ମିଡିଆର ପ୍ରଚଳନ ପରେ ଭାରତରେ ବନ୍ଧୁତ୍ୱ ଦିବସକୁ ଧୁମ୍‌ଧାମରେ ପାଳନ କରାଯାଉଛି। ତେବେ ଭାରତ ପୂର୍ବରୁ ଦକ୍ଷିଣ ଆମେରିକୀୟ ଦେଶ ତଥା ବିଶେଷ କରି ପାରାଗ୍ୱେ ସହରରେ ଫ୍ରେଣ୍ଡସିପ୍‌ ଡେ’ ଖୁବ ଜୋରସୋରରେ ପାଳନ କରାଯାଉଥିଲା। ଏଠାରେ ୧୯୫୮ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ଫ୍ରେଣ୍ଡସିପ ଡେ’ ପାଳନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ଫଳରେ ଏହି ଦିନ ବନ୍ଧୁଙ୍କୁ ଗ୍ରିଟିଂ କାର୍ଡସ୍‌ ଦେବା ପ୍ରଥା ଆରମ୍ଭ ହୋଇଥିଲା।
ଭାରତ ସମେତ ଅନେକ ଦକ୍ଷିଣ ଏସୀୟ ଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାର ଫ୍ରେଣ୍ଡସିପ ଡେ’ ପାଳନ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଅନ୍ୟ ଦିନରେ ପାଳନ ହୁଏ ବନ୍ଧୁତ୍ୱ ଦିବସ। ଓହାୟୋର ଓର୍ବଲିନ୍‌ରେ ଏପ୍ରିଲ୍ ୮ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରାଯାଏ। ୨୦୧୧ ଏପ୍ରିଲ୍ ୨୭ରେ ଜାତି ସଂଘ ଜୁଲାଇ ୨୭ ତାରିଖକୁ ଆନୁଷ୍ଠାନିକ ଭାବେ ‘ଅନ୍ତର୍ଜାତୀୟ ଫ୍ରେଣ୍ଡସିପ୍ ଡେ’ ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos