କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ

ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପ-ରାଷ୍ଟ୍ରପତି ନିର୍ବାଚନକୁ ଆରମ୍ଭ ହୋଇଛି ଅଙ୍କକଷା। ଶନିବାର ଉପ-ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହେବ ଓ ଫଳାଫଳ ପ୍ରକାଶ ପାଇବ। ଭାରତର ପଞ୍ଚଦଶ ଉପ-ରାଷ୍ଟ୍ରପତି ପଦ ପାଇଁ ଏନଡିଏ ତରଫରୁ ଭେଙ୍କେୟା ନାଇଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଦଳ ମହାତ୍ମା ଗାନ୍ଧିଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିଛି। ଉପ-ରାଷ୍ଟ୍ରପତି ଦେଶର ଉଚ୍ଚ ସଦନ ରାଜ୍ୟସଭାର ସଭାପତି ଅଟନ୍ତି। ରାଷ୍ଟ୍ରପତି ନିର୍ବାଚନ ପରି ଉପ-ରାଷ୍ଟ୍ରପତି […]

vice president

vice president

Rakesh Mallick
  • Published: Friday, 04 August 2017
  • Updated: 04 August 2017, 05:49 PM IST

Sports

Latest News

ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପ-ରାଷ୍ଟ୍ରପତି ନିର୍ବାଚନକୁ ଆରମ୍ଭ ହୋଇଛି ଅଙ୍କକଷା। ଶନିବାର ଉପ-ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହେବ ଓ ଫଳାଫଳ ପ୍ରକାଶ ପାଇବ। ଭାରତର ପଞ୍ଚଦଶ ଉପ-ରାଷ୍ଟ୍ରପତି ପଦ ପାଇଁ ଏନଡିଏ ତରଫରୁ ଭେଙ୍କେୟା ନାଇଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଦଳ ମହାତ୍ମା ଗାନ୍ଧିଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିଛି।

ଉପ-ରାଷ୍ଟ୍ରପତି ଦେଶର ଉଚ୍ଚ ସଦନ ରାଜ୍ୟସଭାର ସଭାପତି ଅଟନ୍ତି। ରାଷ୍ଟ୍ରପତି ନିର୍ବାଚନ ପରି ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ସିକ୍ରେଟ ବାଲାଟ ଜରିଆରେ ଭୋଟ ଗ୍ରହଣ ହୋଇଥାଏ। ନିୟମ ଅନୁଯାୟୀ, କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ହିଁ ଏହି ନିର୍ବାଚନରେ ଭାଗ ନେଇପାରିବେ। ଏହି ନିର୍ବାଚନରେ ମତଦାନ ପାଇଁ ଏକ ନିର୍ଦିଷ୍ଟ କଲମ ବା ଲେଖନୀର ବ୍ୟବହାର କରାଯାଇଥାଏ। ଯଦି କୌଣସି ସଦସ୍ୟ ଅନ୍ୟ କେଉଁ କଲମରେ ମତଦାନ କରିଥାନ୍ତି, ତେବେ ତାଙ୍କ ଭୋଟ୍‌କୁ ଖାରଜ କରି ଦିଆଯାଇଥାଏ।

କିପରି ହୁଏ ଭୋଟ ଗଣତି:

ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ହିଁ ମତଦାନ କରିଥାନ୍ତି। ରାଷ୍ଟ୍ରପତି ନିର୍ବାଚନ ପରି ଏହି ନିର୍ବାଚନ ଏତେ ଜଟିଳ ନୁହେଁ। ଦୁଇ ସଦନର ମୋଟ ସଦସ୍ୟଙ୍କ ସଂଖ୍ୟା ୭୯୦। ଏବେ ରାଜ୍ୟସଭାରେ ବିଜେପିର ୫୮ ଜଣ ଓ କଂଗ୍ରେସର ୫୭ ଜଣ ସାଂସଦ ରହିଛନ୍ତି। ସେହିଭଳି ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ମୋଟ ୩୪୦ ଜଣ ସାଂସଦଙ୍କ ସମର୍ଥନ ରହିଛି। ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ଏବେ ଉଭୟ ଲୋକସଭା ଓ ରାଜ୍ୟସଭାର ୪୨୫ ଜଣ ସାଂସଦଙ୍କ ସମର୍ଥନ ରହିଛି। ତେଣୁ ଏନଡିଏ ସମର୍ଥିତ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଜିତିବା ଏକରକମ ସୁନିଶ୍ଚିତ ହୋଇ ଯାଇଛି।

ଉପରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ଜେଡିୟୁ ଉପରେ ସମସ୍ତଙ୍କ ନଜର ରହିଛି। ମହାଗଠବନ୍ଧନରେ ଥିବାବେଳେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଘୋଷଣା କରିଛି। କିନ୍ତୁ ଗତକିଛି ଦିନ ପୂର୍ବେ ନାଟକୀୟ ଭାବେ ଜେଡିୟୁ ମହାଗଠବନ୍ଧନରୁ ସର୍ମ୍ପକ ତୁଟାଇ ବିଜେପି ସହ ମିଶି ବିହାରରେ ସରକାର ଗଢିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos