ହେଡଫୋନରେ କାହିଁକି ଲେଖା ଯାଇଥାଏ L ଓ R? ଭୁଲ୍ ହୋଇପାରେ ଆପଣଙ୍କ ବହୁଦିନର ଧାରଣା

ଆମେ ଦୈନିକ ବ୍ୟବହାର କରୁଥିବା ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର ସଂପର୍କରେ ଜ୍ଞାନ ନଥାଏ। ଏମିତିକି ସେ ସଂପର୍କରେ ଭୁଲ୍ ଧାରଣା ମଧ୍ୟ ଥାଏ। ଏହାର ଏକ ଭଲ ଉଦାହରଣ ହେଉଛି ମୋବାଇଲ୍, ଲାପଟପ୍ ବା କମ୍ପ୍ୟୁଟରରେ ଆମେ ଅଡିଓ ଶୁଣିବାକୁ ଲଗାଉଥିବା ଇଅର ଫୋନ୍। ଆପଣ ଦେଖିଥିବେ, ଇଅରଫୋନ୍‌ର ଗୋଟିଏ ପଟେ L ଓ ଆଉ ଗୋଟିଏ ପେଟେ R ଲେଖା ହୋଇଥାଏ। କହିପାରିବେ ଏହାର ଅର୍ଥ କଣ? ଅର୍ଥ ପଚାରିଲେ ଆପଣ କହିବେ, L […]

Headphones

Headphones

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 02:46 PM IST

Sports

Latest News

ଆମେ ଦୈନିକ ବ୍ୟବହାର କରୁଥିବା ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର ସଂପର୍କରେ ଜ୍ଞାନ ନଥାଏ। ଏମିତିକି ସେ ସଂପର୍କରେ ଭୁଲ୍ ଧାରଣା ମଧ୍ୟ ଥାଏ। ଏହାର ଏକ ଭଲ ଉଦାହରଣ ହେଉଛି ମୋବାଇଲ୍, ଲାପଟପ୍ ବା କମ୍ପ୍ୟୁଟରରେ ଆମେ ଅଡିଓ ଶୁଣିବାକୁ ଲଗାଉଥିବା ଇଅର ଫୋନ୍। ଆପଣ ଦେଖିଥିବେ, ଇଅରଫୋନ୍‌ର ଗୋଟିଏ ପଟେ L ଓ ଆଉ ଗୋଟିଏ ପେଟେ R ଲେଖା ହୋଇଥାଏ। କହିପାରିବେ ଏହାର ଅର୍ଥ କଣ?

ଅର୍ଥ ପଚାରିଲେ ଆପଣ କହିବେ, L ର ଅର୍ଥ ଲେଫ୍ଟ ବା ବାମପଟ ଏବଂ R ର ଅର୍ଥ ରାଇଟ୍ ବା ଡାହାଣ ପଟ। ଯେଉଁ କଡ୍ ଯେଉଁପଟେ ରହିବା କଥା, ସେଥିପାଇଁ ଏହା ଲେଖାଯାଇଥାଏ ବୋଲି ଆମର ଧାରଣା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ହେଉଛି ଆମର ଭୁଲ ଧାରଣା। ଅର୍ଥାତ ଏଠି L ର ଅର୍ଥ ଲେଫ୍ଟ ଓ R ର ଅର୍ଥ ରାଇଟ ନୁହେଁ। ଏହା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଠିବଣି ଯେ, ତେବେ ଏମିତି କାହିଁକି ଲେଖା ଯାଇଥାଏ। ବାସ୍ତବରେ ଏହାର ଅଲଗା କାରଣ ରହିଛି।

ପ୍ରକୃତରେ ଏହା ଏକ ସାଉଣ୍ଡ ଇଂଜିନିୟରିଂ ପାଠ। ରେକର୍ଡିଂ ବେଳେ ଏହି ଲେଖାର ଆବଶ୍ୟକତା ପଡ଼ିଥାଏ। ଏହାର ଅର୍ଥ ହେଲା Left Chanel J Right Chanel। ଷ୍ଟେରିଓ ରେକର୍ଡିଂ ସମୟରେ ଯଦି ସାଉଣ୍ଡ ବାମପଟୁ ଆସେ ତେବେ ତାହା ହେଡ୍ ଫେ।ନ୍‌ର ବାମପଟେ ବେଶୀ ଶୁଭେ କିନ୍ତୁ ଡାହାଣ ପଟ ଶୁଭେ ନାହିଁ। ସେହିପରି ଯଦି ଅଡିଓ ରାଇଟ୍ ଚ୍ୟାନେଲ୍‌ରେ ଥିବ ତେବେ ତାହା ଡାହାଣ ପଟରେ ହିଁ ଶୁଭେ। ଅଡିଓ ଇଂଜିନିୟରମାନେ ଏହାଦ୍ୱାରା ଜାଣିଥାନ୍ତି ଯେ, ରେକର୍ଡିଂ ହୋଇଥିବା ଅଡିଓଟି ରେକର୍ଡରର କେଉଁ ଚ୍ୟାନେଲ୍‌ରେ ଅଛି। ତା’ପରେ ସାଉଣ୍ଡ ବାଲାନ୍ସ ପାଇଁ ଚେଷ୍ଟା କରିଥାନ୍ତି। ସେହିପରି ଅଲଗା ଅଲଗା ଚ୍ୟାନେଲ୍‌ରେ ଅଲଗା ଅଲଗା ଅଡିଓ ରେକର୍ଡ କରି ତାକୁ ମିକ୍ସ କରାଯାଇଥାଏ। ଅଡିଓ ଇଂଜିନିୟର ମାନଙ୍କୁ ଏଥିପାଇଁ ଦରକାର ପଡ଼ିଥାଏ ହାଇ ପ୍ରୋଫ।ଇଲ୍ ହେଡ୍‌ଫୋନ୍‌।

ଅବଶ୍ୟ ଲେଫ୍ଟ ଓ ରାଇଟ୍ ସବୁ ହେଡ୍ ଫେ।ନ୍ରେ ଲେଖାଯାଇ ନଥାଏ। କେବଳ ହାଇପ୍ରୋଫ।ଇଲ୍ ବା ଅଧିକ ସୁବିଧା ଥିବା ହେଡ୍‌ଫୋନ୍‌ରେ ହିଁ ଥାଏ। କିନ୍ତୁ ସାଧାରଣରେ ଆମର ଧାରଣା ଯେ, ବାମପଟ ଓ ଡାହାଣ ପଟ କାମରେ ହେଡ୍‌ଫୋନ୍‌ ଠିକ୍ ଠିକ୍ ଲଗେଇବାକୁ ଏପରି ଲେଖାଯାଇଥାଏ। କିନ୍ତୁ ବାସ୍ତବତା ଅଲଗା, ଯାହା ଏବେ ହୁଏତ ଆପଣ ସ୍ପଷ୍ଟ ହୋଇ ସାରିଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos