କଳିଙ୍ଗନଗର: ୭ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି ଅତିରିକ୍ତ ଜିଲାପାଳଙ୍କ ଅଫିସ୍

ଯାଜପୁର: ଷ୍ଟିଲ୍ ହବ୍ କୁହାଯାଉଥିବା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ନିର୍ମାଣ ହୋଇଥିବା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି । ଏହା ମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ କାର୍ଯ୍ୟକ୍ଷମ କରାଯିବା ବଦଳରେ ଯାଜପୁର ରୋଡ ଡାକବଙ୍ଗଳାରେ ଏଡିଏମଙ୍କ ଅଫିସ ଚାଲିଛି । ଦୀର୍ଘ ୨୦ କି.ମି. ଦୂରରେ ଏହି କାର୍ଯ୍ୟାଳୟଟି ଚାଲିଥିବାରୁ ସେଠାକୁ ଯାଇ ଜନସାଧାରଣ ହଇରାଣ […]

ADM

ADM

Rakesh Mallick
  • Published: Friday, 12 June 2015
  • Updated: 12 June 2015, 09:52 AM IST

Sports

Latest News

ଯାଜପୁର: ଷ୍ଟିଲ୍ ହବ୍ କୁହାଯାଉଥିବା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ନିର୍ମାଣ ହୋଇଥିବା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି । ଏହା ମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ କାର୍ଯ୍ୟକ୍ଷମ କରାଯିବା ବଦଳରେ ଯାଜପୁର ରୋଡ ଡାକବଙ୍ଗଳାରେ ଏଡିଏମଙ୍କ ଅଫିସ ଚାଲିଛି । ଦୀର୍ଘ ୨୦ କି.ମି. ଦୂରରେ ଏହି କାର୍ଯ୍ୟାଳୟଟି ଚାଲିଥିବାରୁ ସେଠାକୁ ଯାଇ ଜନସାଧାରଣ ହଇରାଣ ହେଉଥିବା ଅଭିଯୋଗ ହେଉଛି ।

ଶିଳ୍ପାଞ୍ଚଳର ଆଦିବାସୀ ଓ ଜମିହରାଙ୍କୁ କ୍ଷତିପୂରଣ ଦେବା ତଥା ବିଭିନ୍ନ କଳକାରଖାନାର ସୁପରିଚାଳନା ଓ ପ୍ରଶାସନିକ ସେବା ଯୋଗାଇ ଦେବା ନିମନ୍ତେ ୨୦୦୮ରେ ପଙ୍କପାଳ ନିକଟରେ ଅତିରିକ୍ତ ଜିଲାପାଳଙ୍କ ଅଫିସ ନିର୍ମାଣ କରାଯାଇଥିଲା । ୩ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟଳୟ ଲାଗି ଖର୍ଚ୍ଚ ହୋଇଛି ଅଢେଇ କୋଟି ଟଙ୍କା । ମାତ୍ର ନିର୍ମାଣ ହେବାର ଦୀର୍ଘ ୭ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ । କାର୍ଯ୍ୟାଳୟଟି ବ୍ୟବହାର ହେଉ ନ ଥିବରୁ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ ଏବେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳ ପାଲଟିଛି।ଏହା କାର୍ଯ୍ୟକ୍ଷମ ହେଲେ ଲୋକେ ବହୁ ଉପକୃତ ହୋଇପାରିବେ । ମାତ୍ର ପ୍ରଶାସନିକ ସ୍ତରରେ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା କଳିଙ୍ଗନଗର ଅଞ୍ଚଳର ଚାଷୀ ସୁରକ୍ଷା ସଂଘ ଆବାହାକ ରାମଚନ୍ଦ୍ର ପହୀ ଏବଂ ଯାଜପୁର  ରୋଡ ବ୍ୟବସାୟୀ ସଂଘ ସମ୍ପାଦକ ସଦାଶିବ ଦାସ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଠାରେ ଥିବା ଏନଆଇଏନଏଲ (ନିଳାଚଳ ଇସ୍ପାତ ନିଗମ ଲିମିଟେଡ), ମେସ୍କୋ, ଜିନ୍ଦଲ, ଭିସା, ବିଆରପିଏଲ ପରି ୮ରୁ ଊର୍ଦ୍ଧ୍ୱ କାରଖାନା ଏବେ ତାଙ୍କର ଉତ୍ପାଦନ ଆରମ୍ଭ କରିସାରିଛନ୍ତି । ଏହି କମ୍ପାନୀଗୁଡିଙ୍କୁ ପ୍ରଶାସନିକ କାର୍ଯ୍ୟ ନିମନ୍ତେ ୨୦ କି.ମି. ଦୂର ଯାଜପୁର ରୋଡ ଡାକବଙ୍ଗଳାରେ ଚାଲିଥିବା ଏଡିଏମ ଅଫିସକୁ ଯିବାକୁ ପଡୁଛି । ଫଳରେ ଅଯଥା ଖର୍ଚ୍ଚନ୍ତ ସହ ସମୟ ଅପବ୍ୟୟ ହେଉଥିବା ଅଭିଯୋଗ ହେଉଛି । ଟାଟା କମ୍ପାନୀ ତାର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟର ଉତ୍ପାଦନ ଚଳିତବର୍ଷ ଶେଷ ଭାଗରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି । ଜେସିଡିଏଲ ଅଧୀନରେ ୩ଟି ୟୁଟିଲିଟି କରିଡର ଡେଭଲପମେଣ୍ଟ କରାଯିବା ସହ ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ସୁସଂଗଠିତ କରିବା ଏହି କାର୍ଯ୍ୟାଳୟର ଉଦ୍ଦେଶ୍ୟ ଥିଲା । ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ସତ୍ୟ ମଲ୍ଲିକଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଏହାର ଦାୟିତ୍ୱ ଜେସିଡିଏଲକୁ ଦିଆଯାଇଛି । ଆଉ ଏକ ଜମି ନେଇ ଅତିରିକ୍ତ ଜିଲ୍ଲାପାଳ ଓ କଳିଙ୍ଗନଗର ଆଡିସନାଲ ଏସପିଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯିବ । ଏଥିପାଇଁ ଡୁବୁରିରେ ଜମି ଚିହ୍ନଟ ହୋଇଛି । କଳିଙ୍ଗନଗରରେ ନିର୍ମାଣ ହୋଇଥିବା କାର୍ଯ୍ୟାଳୟରେ ସରକାରଙ୍କ ଅନ୍ୟ କିଛି ଅଫିସ କରାଯିବ । ତେବେ ଏଠାରେ କେଉଁ ଅଫିସ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ବୋଲି ଜିଲାପାଳ ମଲ୍ଲିକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos