ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଆଣିଲା ଶସ୍ତା ୪ଜି ଫୋନ୍: କଣ ରହିଛି ସୁବିଧା ପଢନ୍ତୁ

ଦେଶର ସବୁଠୁ ବଡ ଟେଲିକମ କମ୍ପାନୀ ଏୟାରଟେଲ ଜିଓ ଫୋନକୁ ଟକ୍କର ଦେବାପାଇଁ ବଜାରରେ ଲଞ୍ଚ କଲା ଶସ୍ତା ୪ଜି ସ୍ମାର୍ଟଫୋନ। ଏୟାରଟେଲ କାର୍ବନ ସହ ମିସି Karbonn A40 Indian ନାମକ ଏକ ଫୋନ ଲଞ୍ଚ କରିଛି । ଯାହାର ମୂଲ୍ୟ ୩,୪୯୯ଟଙ୍କା ରହିଛି । ଏୟାରଟେଲର କହିବା ଅନୁଯାୟୀ ଏହା ଗୁଗୁଲ ସାର୍ଟିଫାଏଡ ସ୍ମାର୍ଟଫୋନ । ଏବେ ଜାଣନ୍ତୁ ଏହି ଫୋନର କିଛି ବିଶେଷତ୍ଵ ଉପରେ ।

ଏହି ସ୍ମାର୍ଟଫୋନରେ ଡୁଆଲ ସିମ୍, ଗୁଗଲ ପ୍ଳେଷ୍ଟୋର ରହିଛି ଏଥି ସହ ହ୍ବାଟସଆପ, ଫେସବୁକ ଓ ଗୁଗୁଲ ପରି ଆପ୍ ଚାଲିବାର ସୁବିଧା ମଧ୍ୟ ରହିଛି ।

କେମିତି କିଣିବେ ଏହି ଫୋନକୁ

ଯଦି ଆପଣଙ୍କୁ ଏହି ଫୋନ କିଣିବାର ଅଛି ତେବେ ସର୍ବପ୍ରଥମେ ୨,୮୯୯ଟଙ୍କା ଡାଉନ ପେମେଣ୍ଟ କରିବାକୁ ପଡିବ।ଏବଂ ୨ବର୍ଷ ପର୍ଯ୍ୟନ୍ତ ଲଗାତାର୧୬୯ଟଙ୍କା ରିଚାର୍ଯ୍ୟ କରିବାକୁ ପଡିବ।୧୮ମାସ ପର୍ଯ୍ୟନ୍ତ ଯଦି ଆପଣ ଏହଇ ଫୋନକୁ ବ୍ୟବହାର କରିସାରିଥିବ ତେବେ ଏୟାରଟେଲ ଆପଣଙ୍କୁ ପ୍ରଥମେ ୫୦୦ଟଙ୍କା ଫେରାଇବ ।

ଏହାପରେ ୩୬ମାସ ପର୍ଯ୍ୟନ୍ତ ବ୍ୟବହାର କରିସାରିବା ପରେ କମ୍ପାନି ଆପଣଙ୍କୁ ୧୦୦୦ଟଙ୍କା ପୁଣି ଫେରାଇବ,ଅର୍ଥାତ କମ୍ପାନି ଆପଣଙ୍କୁ ମୋଟ୧୫୦୦ଟଙ୍କା ଫେରାଇବ ।

ଏହି ଫୋନରେ ପ୍ରତିମାସ ଆପଣଙ୍କୁ ୧୬୯ଟଙ୍କା ରିଚାର୍ଯ କରିବାକୁ ପଡିବ। ୧୬୯ଟଙ୍କା ରିଚାର୍ଯ କରିବା ପରେ ଆପଣଙ୍କୁ ଅଲନିମିଟେଡ କଲିଂ ସହ ପ୍ରତିଦିନ ୫GB ଡଟା ଦୈନିକ ବ୍ୟବହାର କରିବା ପାଇଁ ମିଳିବ । ଏହି ଅଫର ର ଅବଧି ୨୮ଦିନ ପର୍ଯ୍ୟନ୍ତ ରହିବ । ଯଦି ଆପଣ ୧୬୯ଟଙ୍କାର ରିଚାର୍ଯ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣଙ୍କ ପସନ୍ଦିତା ଅଫର ଅନୁଯାୟୀ ରିଚାର୍ଯ କରିପାରିବେ ।କିନ୍ତୁ ରିଫଣ୍ଡ ପାଇବା ପାଇଁ ଆପଣଙ୍କୁ ୧୮ମାସ ଭିତରେ ୩୦୦୦ଟଙ୍କା ରିଚାର୍ଯ କରିବାକୁ ପଡିବ।

 

Previous ArticleNext Article

Send this to a friend