ଗର୍ଭ ଭିତରେ ଗେଲ: ମାଆ ପେଟରେ ଭଉଣୀ ଦେଉଛି ଭଉଣୀକୁ ଚୁମା

kiss

ସମସ୍ତେ ଜାଣନ୍ତି ମା’ ପେଟରେ ଶିଶୁ  ଦୁଷ୍ଟାମୀ କରିଥାଏ। କେତେବେଳେ ମା’କୁ ଲାତ ମାରିଥାଏ  ତ କେତେବେଳେ ମା’ ପେଟରେ ଘୂରି  ବୁଲୁଥାଏ। କିନ୍ତୁ ଏଭଳି ଫଟୋ ସାମ୍ନାକୁ ଆସିଛି । ଯାହାକୁ ଆଖିକୁ ବିଶ୍ୱାସ ହେବନି। ମା’ ପେଟରେ ଦୁଇ ଯାଆଁଳା ଭଉଣୀ ଗେଲ ହେଉଛନ୍ତି। ଜଣେ ଭଉଣୀ ଆଉଜଣକୁ ଚୁମ୍ବନ ଦେଉଛି। ଏହି ଫଟୋଟି ହେଉଛି ପେନସିଲଭେନିଆର । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହୋଇଛି।

କୁହାଯାଏ, ଶିଶୁଟିଏ ଭୂମିଷ୍ଟ ହେବା ପରେ ତା ଚାରିପାଖ ଦୁନିଆରୁ ଶିଖିଥାଏ ଭଲ ଭାଇବା। ହେଲେ ମା’ ପେଟରେ ଯାଆଁଳା ଭଉଣୀଙ୍କର ଭଲ ପାଇବାର ଏ ଚିତ୍ର ଏକ ଭିନ୍ନ ସନ୍ଦେଶ ଦେଉଛି।

ପେନସିଲ୍‌ବେନିଆର କ୍ରୋୟଡନରେ ରହୁଥିବା ୬ମାସର ଜଣେ ଗର୍ଭବତୀ  ମହିଳା କରିସା ଗଲ୍‌ ଏପ୍ରିଲ ୧୧ ତାରିଖରେ ନିଜର ସ୍ୱାମୀଙ୍କ ସହ ରୁଟିନ ଚେକଅପ୍ କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ମହିଳାଙ୍କ ଗର୍ଭରେ ଦୁଇଟି ଯାଆଁଳା ଛୁଆ ଅଛନ୍ତି ବୋଲି ଅଲଟ୍ରାସାଉଣ୍ଡ କଲା ପରେ ଜଣାପଡ଼ିଥିଲା । ତେବେ ଅଲଟ୍ରାସାଉଣ୍ଡ ବେଳେ ଦୁହେଁ ଦୁହିଁକୁ ଗେଲ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ଗର୍ଭବତୀ ମହିଳାଙ୍କୁ କେବଳ ବିସ୍ମିତ ନୁହେଁ ଭାବବିହ୍ୱଳ ମଧ୍ୟ କରିଥିଲା।

Previous ArticleNext Article