ଚାଲିଛି ଭିଭୋ ଫ୍ରିଡମ୍‌ କାର୍ନିଭାଲ୍‌ : ୪୪,୯୯୦ ଟଙ୍କିଆ ଫୋନ୍‌ ମିଳୁଛି ମାତ୍ର ୧,୯୪୭ ଟଙ୍କାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ୭୨ତମ ସ୍ୱାଧିନତା ଦିବସ ଉପଲକ୍ଷେ ମୋବାଇଲ୍‌ କମ୍ପାନୀ ଭିଭୋ ନିଜର ଫ୍ରିଡମ୍‌ କାର୍ନିଭାଲ୍‌ ସେଲ୍‌ ଆରମ୍ଭ କରିଦେଇଛି। ଏହି ସେଲ୍‌ ଅଗଷ୍ଟ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ରେ ଗ୍ରାହକମାନଙ୍କୁ ଫ୍ଲାସ୍ ଡିଲସ୍, ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ, ହଟ୍ ଡିଲସ୍, କୁପନ୍‌ସ୍‌ ଓ ଲକି ଡ୍ର ଭଳି ଅନେକ ଅଫର୍‌ ଦିଆଯାଉଛି। ଏହା ବ୍ୟତୀତ ଗ୍ରାହକଙ୍କୁ HDFC କ୍ରେଡିଟ୍‌ nକାର୍ଡ EMI ସହ ୫ ପ୍ରତିଶତ ଅତିରିକ୍ତ କ୍ୟାଶ୍‌ବ୍ୟାକ୍‌ ଦିଆଯିବ। ଏହା […]

55v

55v

Ordigital Desk
  • Published: Tuesday, 07 August 2018
  • Updated: 07 August 2018, 08:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ୭୨ତମ ସ୍ୱାଧିନତା ଦିବସ ଉପଲକ୍ଷେ ମୋବାଇଲ୍‌ କମ୍ପାନୀ ଭିଭୋ ନିଜର ଫ୍ରିଡମ୍‌ କାର୍ନିଭାଲ୍‌ ସେଲ୍‌ ଆରମ୍ଭ କରିଦେଇଛି। ଏହି ସେଲ୍‌ ଅଗଷ୍ଟ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ରେ ଗ୍ରାହକମାନଙ୍କୁ ଫ୍ଲାସ୍ ଡିଲସ୍, ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ, ହଟ୍ ଡିଲସ୍, କୁପନ୍‌ସ୍‌ ଓ ଲକି ଡ୍ର ଭଳି ଅନେକ ଅଫର୍‌ ଦିଆଯାଉଛି।

ଏହା ବ୍ୟତୀତ ଗ୍ରାହକଙ୍କୁ HDFC କ୍ରେଡିଟ୍‌ nକାର୍ଡ EMI ସହ ୫ ପ୍ରତିଶତ ଅତିରିକ୍ତ କ୍ୟାଶ୍‌ବ୍ୟାକ୍‌ ଦିଆଯିବ। ଏହା ବ୍ୟତୀତ କିଛି ସ୍ମାର୍ଟଫୋନ୍‌ ସହ ମାଗଣା ବ୍ଲୁଟୁଥ୍‌ ଇୟରଫୋନ୍ ମଧ୍ୟ ଦିଆଯାଉଛି। ଏସବୁ ବାଦ୍, ବର୍ଷେ ଯାଏ ନୋ କଷ୍ଟ୍ EMIର ସୁବିଧା ସହ ୪,୦୫୦ ଟଙ୍କାର ଫାଇଦା ଜିଓ ତରଫରୁ ମିଳୁଛି।

ବଜାରରେ Vivo Nex ଓ VIVO Vo ଯଥାକ୍ରମେ ୪୪,୯୯୦ ଟଙ୍କା ଓ ୨୦,୯୯୦ରେ ମିଳୁଥିବାବେଳେ, ଏହି ସେଲ୍‌ରେ ଦୁଇଟିଯାକ ସ୍ମାର୍ଟ୍‌ ଫୋନ୍ ୧,୯୪୭ ଟଙ୍କାରେ ଉପଲବ୍ଧ ହେବ। ଏଗୁଡ଼ିକର ସେଲ୍‌ ଏହି ତିନିଦିନ ଦିନ ୧୨ଟାରେ ଫ୍ଲାସ୍‌ସେଲ୍‌ ଭାବେ କରାଯିବ।

ଏସବୁ ବ୍ୟତୀତ ସେଲ୍‌ରେ Vivo Y66 ୮,୯୯୦ ଟଙ୍କା, Vivo Y55s ୮,୪୯୦ ଟଙ୍କା ଓ Vivo Y69 ୯,୯୯୦ଟଙ୍କାରେ ମିଳୁଛି। ଏହା ସହ ଭିଭୋର ଅନ୍ୟ ସ୍ମାର୍ଟ୍‌ଫୋନ୍‌ଗୁଡ଼ିକ V9 Youth, Y83 ଓ Y71ରେ ମଧ୍ୟ ଏକ୍ସକ୍ଲୁସିଭ୍ ଅଫର ମିଳୁଛି।

ସ୍ମାର୍ଟ୍‌ଫୋନ୍‌ ବ୍ୟତୀତ ଭିଭୋର XE100 ଇୟରଫୋନ୍‌, ଭିବୋ USB କେବଲ୍ ଓ XE680 ଇୟରଫୋନ୍‌ ମାତ୍ର ୭୨ ଟଙ୍କାରେ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos