‘ସେକ୍ସ’କୁ ନେଇ ଯେତେ ଅଜବଗଜବ କଟକଣା...

କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ‘ସେକ୍ସ’ ଏକ ‘ନିଷେଧ’ ଶବ୍ଦ! ‘ନିଷେଧ’ କହିବାର ଅର୍ଥ ଏହି ଶବ୍ଦଟିକୁ ଆମେ ସର୍ବସାଧାରଣରେ ଆଲୋଚନା କରୁ ନାହିଁ। ଆପଣମାନେ ଯଦି ଭାବୁଛନ୍ତି କେବଳ ଭାରତରେ ସେକ୍ସ ଏକ ନିଷେଧ ଶବ୍ଦ, ତା’ହେଲେ ତାହା ଭୁଲ୍‌। ଭାରତ ଛଡ଼ା ବିଶ୍ୱରେ ଏମିତି ଅନେକ ଦେଶ ରହିଛନ୍ତି ଯେଉଁଠି ‘ସେକ୍ସ’କୁ ନେଇ ରହିଛି ଅନେକ କଟକଣା। ଏଥିପାଇଁ ସ୍ୱତନ୍ତ୍ର ଭାବେ ଆଇନ ବି କରାଯାଇଛି। ଓହିଓରେ ଜଣେ ମହିଳା ଜଣେ ପୁରୁଷର […]

turkey

turkey

Rakesh Mallick
  • Published: Friday, 03 March 2017
  • Updated: 03 March 2017, 11:37 AM IST

Sports

Latest News

କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ‘ସେକ୍ସ’ ଏକ ‘ନିଷେଧ’ ଶବ୍ଦ! ‘ନିଷେଧ’ କହିବାର ଅର୍ଥ ଏହି ଶବ୍ଦଟିକୁ ଆମେ ସର୍ବସାଧାରଣରେ ଆଲୋଚନା କରୁ ନାହିଁ। ଆପଣମାନେ ଯଦି ଭାବୁଛନ୍ତି କେବଳ ଭାରତରେ ସେକ୍ସ ଏକ ନିଷେଧ ଶବ୍ଦ, ତା’ହେଲେ ତାହା ଭୁଲ୍‌। ଭାରତ ଛଡ଼ା ବିଶ୍ୱରେ ଏମିତି ଅନେକ ଦେଶ ରହିଛନ୍ତି ଯେଉଁଠି ‘ସେକ୍ସ’କୁ ନେଇ ରହିଛି ଅନେକ କଟକଣା। ଏଥିପାଇଁ ସ୍ୱତନ୍ତ୍ର ଭାବେ ଆଇନ ବି କରାଯାଇଛି।

ଓହିଓରେ ଜଣେ ମହିଳା ଜଣେ ପୁରୁଷର ଫଟୋ ସମ୍ମୁଖରେ ପୋଷାକ ଖୋଲି ପାରିବନି ବା ଉଲଗ୍ନ ହୋଇପାରିବେ ନାହିଁ।

ଲେବାନିଜ୍‌ରେ ଜଣେ ବ୍ୟକ୍ତି ପଶୁଙ୍କ ସହିତ ‘ସେକ୍ସ’ କରିପାରିବ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି। ସର୍ତ୍ତଟି ହେଉଛି-ପଶୁଟି ମାଈ ହୋଇଥିବ।

ସାଉଦି ଆରବିଆରେ ଅବିବାହିତମାନେ ଯୌନ ସଂପର୍କ ସ୍ଥାପନ କରିପାରିବେ ନାହିଁ। ଏନେଇ କୌଣସି ଯୁବକଯୁବତୀ ଦୋଷୀ ସାବ୍ୟସ୍ତ ହେଲେ ଆଇନ୍ ଅନୁଯାୟୀ ଜେଲ୍‌ ଦଣ୍ଡରେ ଦଣ୍ଡିତ ହେବେ।

ହଙ୍ଗେରୀରେ ସ୍ୱାମୀସ୍ତ୍ରୀ ଲାଇଟ୍ ଲଗାଇ ସେକ୍ସ କରିପାରିବେନି। ଏପରି କରି ଧରାପଡ଼ିଲେ ଜୋରିମାନା ଦେବେ ଓ ଜେଲ୍ ବି ଯିବେ।

ସେକ୍ସକୁ ନେଇ ଲୋୱାରେ ରହିଥିବା ନିୟମଟି ଜାଣିଲେ ଆପଣଙ୍କୁ ହସ ଲାଗିବ ନିଶ୍ଚୟ! ନିଶ ରଖିଥିବା ପୁରୁଷମାନେ ସେମାନଙ୍କ ସ୍ତ୍ରୀ ଅବା ଗର୍ଲଫ୍ରେଣ୍ଡଙ୍କୁ ସର୍ବସାଧାରଣରେ ଚୁମା ଦେଇ ପାରିବେନି। ଏହା ବେଆଇନ୍।

ହଂକଂରେ ଥିବା ଏକ ନିୟମ ସ୍ୱାମୀମାନଙ୍କ ପାଇଁ ବଡ଼ ଖତରନାକ୍। ଏଠାରେ ଧୋକାବାଜି କରୁଥିବା ସ୍ୱାମୀଙ୍କୁ ସ୍ତ୍ରୀଟିଏ ହତ୍ୟା କରିପାରିବ। ତେବେ ମହିଳା ଜଣଙ୍କୁ ଖାଲି ହାତରେ ହତ୍ୟା କରିବାକୁ ପଡ଼ିବ। ସେ କୌଣସି ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବେ ନାହିଁ।

ମାରିଲ୍ୟାଣ୍ଡରେ ଜଣେ ପୁରୁଷ ଅବା ମହିଳା ତାଙ୍କ ପାର୍ଟନରଙ୍କୁ ଏକ ମିନିଟ୍‌ରୁ ଅଧିକ ସମୟ ଚୁମା ମାରି ପାରିବେ ନାହିଁ। ନିୟମ ଉଲ୍ଲଂଘନ କରି ଧରା ପଡ଼ିଲେ ଦଣ୍ଡ ଭୋଗିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos