ଆଣ୍ଡ୍ରଏଡ୍ ମୋବାଇଲ ବିଷୟରେ ଜାଣନ୍ତୁ କିଛି ଖାସ୍ ଟିପ୍‌ସ ଯାହା ଆପଣଙ୍କ ମୋବାଇଲକୁ କରିବ ଅଧିକ ଆଡଭାନ୍ସ

ନୂଆଦିଲ୍ଲୀ: ଆଣ୍ଡ୍ରଏଡ ମୋବାଇଲରେ ଅନେକ ସେଟିଂ ରହିଛି ଯାହା ଆପଣଙ୍କୁ ସହଜରେ ମିଳେ ନାହିଁ । ଫଳରେ ମୋବାଇଲରେ ସୁବିଧା ଥାଇ ମଧ୍ୟ ଆମେ ତାହାର ଫାଇଦା ଉଠାଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବା ସେହିଭଳି କିଛି ସେଟିଂ ବିଷୟରେ ଯାହାକୁ ଜାଣିଲେ ଆପଣଙ୍କ ମୋବାଇଲ ସୁରକ୍ଷିତ ରହିବା ସହିତ ଟିକେ ଆଡଭାନ୍ସ ମଧ୍ୟ ହୋଇଯିବ । ନୋଟିଫିକେସନକୁ ମ୍ୟାନେଜ କରନ୍ତୁ: ଅନେକ ସମୟରେ ମୋବାଇଲରେ ଥିବା ଆପ ଗୁଡ଼ିକରୁ  ବାରମ୍ବାର ଆସୁଥିବା ନୋଟିଫିକେସନ ଗ୍ରାହକଙ୍କ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 08:42 PM IST

Sports

Latest News

ନୂଆଦିଲ୍ଲୀ: ଆଣ୍ଡ୍ରଏଡ ମୋବାଇଲରେ ଅନେକ ସେଟିଂ ରହିଛି ଯାହା ଆପଣଙ୍କୁ ସହଜରେ ମିଳେ ନାହିଁ । ଫଳରେ ମୋବାଇଲରେ ସୁବିଧା ଥାଇ ମଧ୍ୟ ଆମେ ତାହାର ଫାଇଦା ଉଠାଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବା ସେହିଭଳି କିଛି ସେଟିଂ ବିଷୟରେ ଯାହାକୁ ଜାଣିଲେ ଆପଣଙ୍କ ମୋବାଇଲ ସୁରକ୍ଷିତ ରହିବା ସହିତ ଟିକେ ଆଡଭାନ୍ସ ମଧ୍ୟ ହୋଇଯିବ ।

ନୋଟିଫିକେସନକୁ ମ୍ୟାନେଜ କରନ୍ତୁ: ଅନେକ ସମୟରେ ମୋବାଇଲରେ ଥିବା ଆପ ଗୁଡ଼ିକରୁ  ବାରମ୍ବାର ଆସୁଥିବା ନୋଟିଫିକେସନ ଗ୍ରାହକଙ୍କ ପାଇଁ ଖୁବ ବିରକ୍ତିକର ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ନୋଟିଫିକେସନ ବାରକୁ ଯାଆନ୍ତୁ – ସେଠାରେ କୌଣସି ଏକ ନୋଟିଫିକେସନ ଉପରେ ଟ୍ୟାପ୍ କରି ହୋଲ୍ଡ କରନ୍ତୁ – ସେଟିଂ ଆଇକନରେ ଟ୍ୟାପ୍ କରନ୍ତୁ – ପରେ ଆପଣ ଯେଉଁ ଆପର ନୋଟିଫିକେସନ ବନ୍ଦ କରିବାକୁ ଚାହୁଁଛନ୍ତି ସେଥିରେ କ୍ଲିକ୍ କରି ନୋଟିଫିକେସନ ଆଜଷ୍ଟ କିମ୍ବା ବନ୍ଦ କରନ୍ତୁ ।

ଟେକ୍ସଟ ପଢ଼ିବାର ସୁବିଧା: ଅନେକ ସମୟରେ ମୋବାଇଲରେ ଧୂସର ରଙ୍ଗର ଲେଖା ଭଲ ଭାବରେ ଦେଖାଯାଏ ନାହିଁ । ଏଥିପାଇଁ Settingsକୁ ଯାଇ Accessibility କୁ ଯାଆନ୍ତୁ – ପରେ Hight Contrast Textକୁ ଅନ୍ କରିଦିଅନ୍ତୁ ।

ସାଇଲେଣ୍ଟ ଫୋନ ଖୋଜିବା: ଯଦି ଆପଣଙ୍କ ଫୋନ ସାଇଲେଣ୍ଟ ମୋଡରେ ରଖି କେଉଁଠି ରଖିଦେଇଛନ୍ତି, ଆଉ ଆପଣଙ୍କର ମନେପଡ଼ୁନାହିଁ , ତାହେଲେ ଚିନ୍ତା କରନ୍ତୁ ନାହିଁ । ଯେଉଁ ଗୁଗଲ ଆଇଡିରେ ନିଜର ମୋବାଇଲ ଲଗ ଇନ୍ କରିଛନ୍ତି , ସେହି ଆଇଡିରୁ www.google.com/android/devicemanager ଉପରେ ଲଗ ଇନ୍ କରନ୍ତୁ । ,ଲଗ ଇନ୍ କରିବା ମାତ୍ରେ ଆପଙ୍କ ମୋବାଇଲ ଫୋନ୍ ଦେଖାଯିବ । ଏହିଠାରେ ନିଜ ଫୋନକୁ ସୁଶବ୍ଦରେ ରିଂ ହେବା ପାଇଁ କମାଣ୍ଡ ପଠାନ୍ତୁ । ଫଳରେ ଫୋନ୍‌ଟି ଜୋରରେ ବାଜି ଉଠିବ ।  ମୋବାଇଲ ସୁଇଚ ଅଫ ଥିଲେ କିମ୍ବା ନେଟୱାର୍କ କନେକ୍ଟିଭିଟି ନଥିଲେ ଏହି ଫିଚର କାମ କରିବ ନାହିଁ ।

ସ୍ମାର୍ଟ ଲକ: ସିକ୍ୟୁରିଟି ଅପସନକୁ ଯାଇ ସ୍ମାର୍ଟ ଲକ ଅପସନକୁ ଯାଆନ୍ତୁ –  ପରେ ହୋମ ଲୋକେସନକୁ ଟ୍ରଷ୍ଟେଡ୍ ଲୋକେସନରେ ଏଡ୍ କରିଦିଅନ୍ତୁ । ଏଥିରେ ଆପଣ ଚାହୁଁଥିବା ଆପକୁ ଆଡ୍ କରନ୍ତୁ । ଆପଣଙ୍କ ଫୋନ ସୁରକ୍ଷିତ ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos