ବିଚିତ୍ର ମଣିଷ: ୬୩ ବର୍ଷ ହେଲା ଅଗାଧୁଆ, ଖାଉଛନ୍ତି ପଶୁଙ୍କ ସଢ଼ା ମାଂସ

ପିଲାଟେ ଦିନରୁ ଆମକୁ ଶିଖା ଯାଉଛି କି ପ୍ରତିଦିନ ଗାଧୋଇବା ସ୍ୱାସ୍ଥ୍ୟପ୍ରତି ହିତକର। ଏଥିପାଇଁ ଆମେ ପ୍ରତିଦିନ ଗାଧୋଇ ଥାଉ। ଏହା ସହ ସଫାସୁତର ରହିବାକୁ କାହାକୁ ବା ଭଲ ନ ଲାଗେ। ହେଲେ ଏହି ଦୁନିଆରେ ଏପରି ଜଣେ ମଣିଷ ଅଛନ୍ତି ଯିଏ କି ୬୩ ବର୍ଷ ହେଲା ଗାଧୋଇ ନାହାନ୍ତି। ଗାଧୋଇବା ନାଁ ଶୁଣିଲେ ସେ ଚିଡିଚିଡା ହୋଇ ଉଠନ୍ତି। ୮୩ ବର୍ଷର ଏହି ବ୍ୟକ୍ତି ଜଣଙ୍କ ଏମିତି ଦୀର୍ଘାୟୁ ହେବାର କାରଣ ନ […]

amou

amou

Rakesh Mallick
  • Published: Monday, 07 August 2017
  • Updated: 07 August 2017, 08:00 PM IST

Sports

Latest News

ପିଲାଟେ ଦିନରୁ ଆମକୁ ଶିଖା ଯାଉଛି କି ପ୍ରତିଦିନ ଗାଧୋଇବା ସ୍ୱାସ୍ଥ୍ୟପ୍ରତି ହିତକର। ଏଥିପାଇଁ ଆମେ ପ୍ରତିଦିନ ଗାଧୋଇ ଥାଉ। ଏହା ସହ ସଫାସୁତର ରହିବାକୁ କାହାକୁ ବା ଭଲ ନ ଲାଗେ। ହେଲେ ଏହି ଦୁନିଆରେ ଏପରି ଜଣେ ମଣିଷ ଅଛନ୍ତି ଯିଏ କି ୬୩ ବର୍ଷ ହେଲା ଗାଧୋଇ ନାହାନ୍ତି। ଗାଧୋଇବା ନାଁ ଶୁଣିଲେ ସେ ଚିଡିଚିଡା ହୋଇ ଉଠନ୍ତି। ୮୩ ବର୍ଷର ଏହି ବ୍ୟକ୍ତି ଜଣଙ୍କ ଏମିତି ଦୀର୍ଘାୟୁ ହେବାର କାରଣ ନ ଗାଧୋଇବା ବୋଲି କହିଥାନ୍ତି। ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ସମ୍ପର୍କରେ।

ଇରାନର ଅମୋଉ ହାଜି। ତାଙ୍କ ପାଖକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ଯିବ। ଆପଣ ବାନ୍ତି କରି ପକାଇବେ। ହେଲେ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ୬୩ ବର୍ଷ ହେଲା ଅମୋଉ ଗାଧୋଇ ନାହାନ୍ତି।

ଏହି କାରଣରୁ ତାଙ୍କୁ ଗାଁ ବାହାରେ ରହିବାକୁ ପଡୁଛି। ଗ୍ରାମବାସୀ ଯାଇ ତାଙ୍କୁ ଦେଖା କରୁଛନ୍ତି। ହେଲେ ସେ ଗାଁ ମଧ୍ୟକୁ ଯାଇ ନ ଥାନ୍ତି। ଗାଁଠାରୁ ଅଳ୍ପ ଦୂରରେ ସେ ଏକ ଗାଢ଼ ଭିତରେ ରହୁଛନ୍ତି। ତାଙ୍କ ପାଇଁ ଗ୍ରାମବାସୀ ଏକ ଝାଟିମାଟିର ଘର କରି ଦେଇଛନ୍ତି, ହେଲେ ସେଥିରେ ସେ ବହୁତ କମ ରହିଥାନ୍ତି।

ନ ଗାଧୋଇବାକୁ ନେଇ ଅମୋଉ ଯେତିକି ପରିଚିତ ତାଙ୍କ ଖାଇବାକୁ ନେଇ ଆହୁରି ଅଧିକ ଚର୍ଚ୍ଚିତ। ପଶୁଙ୍କ ସଢ଼ା ମାଂସ ଖାଇବାକୁ ସେ ପସନ୍ଦ କରିଥାନ୍ତି। ଦୁର୍ଘଟଣାରେ କି ପ୍ରାକୃତିକ ଉପାୟରେ କୌଣସି ପଶୁଙ୍କ ମୃତ୍ୟୁ ଘଟିଲେ ସେ ତାହାର ସଢ଼ା ମାଂସ ଖାଇଥାନ୍ତି। ସିଗାରେଟ ଟାଣିବାକୁ ଅମୋଉ ବହୁତ ଭଲ ପାଇଥାନ୍ତି। ଗ୍ରାମବାସୀ ତାଙ୍କୁ ସିଗାରେଟ୍‌ ଦେଇଥାନ୍ତି। ଯଦି ପାଖରେ ସିଗାରେଟ ନଥାଏ ସେ ସମୟରେ ଚିଲମରେ ମଲା ପଶୁଙ୍କ ଚମଡ଼ା ଭରି ଟାଣିଥାନ୍ତି।

ଦିନକୁ ମାତ୍ର ୨ ଗ୍ଲାସ୍‌ ପାଣି ଅମୋଉ ପିଇଥାନ୍ତି। ଅଧିକ ପାଣି ପିଇଲେ ଦେହ ଖରାପ ହୋଇଯିବ ବୋଲି ସେ ଭାବିଥାନ୍ତି।

ନିଜକୁ ଦୁନିଆର ସବୁଠାରୁ ସୁଖି ବ୍ୟକ୍ତି ବୋଲି ସେ ଭାବିଥାନ୍ତି। ବାହାର ଦୁନିଆର ସବୁ ସୁଖ, ସୁବିଧା ତ୍ୟାଗ କରି ସେ ସୁଖରେ ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos