ଦୁଇବର୍ଷ ଧରି ୨ କିମି ପହଁରି ପହଁରି ଯାଉଛନ୍ତି ଅଫିସ୍‌, କାହିଁକି ଜାଣନ୍ତି ?

ଆଜିର ଦିନରେ ଟ୍ରାଫିକ୍‌ ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କୌଣସି ସ୍ଥାନକୁ ଗଲେ ବାଟରେ ଟ୍ରାଫିକ୍‌ରେ ଫସିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି। ବିଶେଷ କରି ଚାକିରି କରୁଥିବା ଲୋକଙ୍କ ପାଇଁ ଟ୍ରାଫିକ୍‌ ସମସ୍ୟା କୌଣସି ଯନ୍ତ୍ରଣାଠାରୁ କମ ନୁହେଁ। ଏପରି ସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ହେଲେ କେବେ ଭାବିଛନ୍ତି ଏପରି ସମସ୍ୟାରୁ ତ୍ରାହି ପାଇବାକୁ ପ୍ରତିଦିନ ନଦୀରେ ପହଁରିବା […]

swiming

swiming

Rakesh Mallick
  • Published: Monday, 07 August 2017
  • Updated: 07 August 2017, 06:31 PM IST

Sports

Latest News

ଆଜିର ଦିନରେ ଟ୍ରାଫିକ୍‌ ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କୌଣସି ସ୍ଥାନକୁ ଗଲେ ବାଟରେ ଟ୍ରାଫିକ୍‌ରେ ଫସିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି। ବିଶେଷ କରି ଚାକିରି କରୁଥିବା ଲୋକଙ୍କ ପାଇଁ ଟ୍ରାଫିକ୍‌ ସମସ୍ୟା କୌଣସି ଯନ୍ତ୍ରଣାଠାରୁ କମ ନୁହେଁ। ଏପରି ସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ହେଲେ କେବେ ଭାବିଛନ୍ତି ଏପରି ସମସ୍ୟାରୁ ତ୍ରାହି ପାଇବାକୁ ପ୍ରତିଦିନ ନଦୀରେ ପହଁରିବା ଘଟଣା।

ଆଜ୍ଞା ହଁ, ଏପରି ଘଟଣା ଜର୍ମାନୀରେ ଦେଖିବାକୁ ମିଳିଛି। ଟ୍ରାଫିକ୍‌ ସମସ୍ୟାରେ ଅତିଷ୍ଠ ଜଣେ ବ୍ୟକ୍ତି ଦିନେ ନୁହେଁ କି ଦୁଇ ଦିନ ନୁହେଁ ଗତ ୨ ବର୍ଷ ହେଲା ନଦୀରେ ପହଁରି ଅଫିସ ଯାଉଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ବେଞ୍ଜାମିନ ଡେଭିଡ (୪୦)। ପ୍ରତିଦିନ ଡେଭିଡ ୨ କିମି ପହଁରି ଅଫିସ୍‌ ଯାଉଛନ୍ତି।

ଡେଭିଡଙ୍କ କହିବା ଅନୁସାରେ, ପ୍ରତିଦିନ ବାଇକ୍‌ରେ ଅଫିସ୍‌ ଯିବା ବେଳେ ସେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରି ସ୍ଥିତିରୁ ମୁକ୍ତି ପାଇବାକୁ ସେ ଚିନ୍ତାରେ ଥିବା ବେଳେ ରାସ୍ତା ପାର୍ଶ୍ୱରେ ଯାଇଥିବା ଇସର ନଦୀ ପରେ ତାଙ୍କର ନଜର ପଡିଥିଲା। ବାସ୍‌ ସେ ସ୍ଥିର କରି ନେଇଥିଲେ ରାସ୍ତାରେ ଯାଇ ଟ୍ରାଫିକ୍‌ ସମସ୍ୟାରେ ପଡ଼ିବା ଅପେକ୍ଷା ନଦୀରେ ପହଁରି ଅଫିସ୍‌ ଯିବେ।

ପ୍ରତିଦିନ ଡେଭିଡ ସକାଳୁ ଅଫିସ୍‌ ବାହାରି ପଡନ୍ତି। ନଦୀ ପାଖରେ ପହଞ୍ଚିବା ପରେ ସେ ତାଙ୍କ ସୁଟ୍‌, ଡ୍ରେସ୍‌, ଲାପଟପ୍‌, ମୋବାଇଲ, ପର୍ସ, ଜୋତା ଆଜି ଜିନିଷ ଏକ ୱାଟର ପ୍ରୁଫ୍‌ ବ୍ୟାଗରେ ଭରି କାନ୍ଧରେ ଝୁଲାଇ ଦିଅନ୍ତି ଓ ନଦୀରେ ପହଁରି ପହଁରି ଅଫିସ୍‌ ଯାଇଥାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କୁ ବାଟରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡି ନଥାଏ କି ରହିବାକୁ ପଡି ନଥାଏ। କାରଣ ତାଙ୍କ ଅଫିସ୍‌ଟି ନଦୀ କୂଳରେ ହିଁ ରହିଛି।

ପ୍ରତିଦିନ ଏପରି ନଦୀରେ ପହଁରିବା ଦ୍ୱାରା ତାଙ୍କୁ ବହୁତ ଲାଭ ମଧ୍ୟ ମିଳୁଛି। ଏହି କାରଣରୁ ତାଙ୍କ ସ୍ୱାସ୍ଥ ଠିକ୍‌ ଅଛି। ସେ କୌଣସି ରୋଗରେ ପଡୁନାହାନ୍ତି। ଅଫିସ୍‌ ଯିବାକୁ ତାଙ୍କୁ ଘରେ ଗାଧୋଇବାକୁ ପଡୁନାହିଁ। କାରଣ ପହଁରିବା ବେଳେ ତାଙ୍କର ଗୁଧୁଆ ହୋଇଯାଉଛି। ସବୁଠାରୁ ବଡ ଲାଭ ହେଲା ଟ୍ରାଫିକ୍‌ ସମସ୍ୟାରୁ ତାଙ୍କୁ ମୁକ୍ତି ମିଳିଯାଇଛି।

ଏପରି ପ୍ରତିଦିନ ନଦୀ ପାର ହୋଇ ଅଫିସ୍‌ ଗଲେ ଆପଣଙ୍କୁ ଲୋକେ ପାଗଳ ବୋଲି କହି ପାରନ୍ତି। ହେଲେ ଡେଭିଡଙ୍କ କ୍ଷେତ୍ରରେ ଏପରି ହୋଇନାହିଁ। ଡେଭିଡଙ୍କ ଏପହି କାର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କ ଅଫିସ୍‌ର ଆଉ କିଛି କର୍ମଚାରୀ ମଧ୍ୟ ନଦୀରେ ପହଁରି ଅଫିସ୍‌ ଯିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos