ଅଜବ ପରମ୍ପରା: ନବ ଦମ୍ପତିଙ୍କୁ ଶୌଚାଳୟ ମନା

ନିଜ ପରମ୍ପରାକୁ ନେଇ ସମସ୍ତେ ବେଶ ସଚେତନ। ବିଶେଷ କରି ବିବାହକୁ ନେଇ ରହିଛି ବହୁ ରୀତିନୀତି। ସବୁ ଜାତି ଓ ଧର୍ମରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ତେବେ ଇଣ୍ଡୋନେସିଆରେ ଏକ ସମୁଦାୟଙ୍କ ବିବାହ ପରମ୍ପରା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆଜ୍ଞା ହଁ ଟିଣ୍ଡାଗ୍ନ ନାମରେ ପରିଚିତ ଏହି ସମୁଦାୟରେ ନବଦମ୍ପତିଙ୍କୁ ବିବାହର ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ବ୍ୟବହାର ମନା। ଶୁଣିବାକୁ ଆମକୁ ଅଜବ ଲାଗୁଥିଲେ ମଧ୍ୟ ସମୁଦାୟର ଲୋକଙ୍କ ପାଇଁ […]

unique-wedding-tradition

unique-wedding-tradition

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 12:29 PM IST

Sports

Latest News

ନିଜ ପରମ୍ପରାକୁ ନେଇ ସମସ୍ତେ ବେଶ ସଚେତନ। ବିଶେଷ କରି ବିବାହକୁ ନେଇ ରହିଛି ବହୁ ରୀତିନୀତି। ସବୁ ଜାତି ଓ ଧର୍ମରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ତେବେ ଇଣ୍ଡୋନେସିଆରେ ଏକ ସମୁଦାୟଙ୍କ ବିବାହ ପରମ୍ପରା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆଜ୍ଞା ହଁ ଟିଣ୍ଡାଗ୍ନ ନାମରେ ପରିଚିତ ଏହି ସମୁଦାୟରେ ନବଦମ୍ପତିଙ୍କୁ ବିବାହର ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ବ୍ୟବହାର ମନା। ଶୁଣିବାକୁ ଆମକୁ ଅଜବ ଲାଗୁଥିଲେ ମଧ୍ୟ ସମୁଦାୟର ଲୋକଙ୍କ ପାଇଁ ଏହା ଏକ ସାଧାରଣ ଘଟଣା।

ଏପରି ପରମ୍ପରା ପଛରେ ଏକ କାରଣ ରହିଛି। ସମୁଦାୟର ଲୋକଙ୍କ ଧାରଣା ରହିଛି ନବଦମ୍ପତି ବିବାହର ତିନିଦିନ ପର୍ଯ୍ୟନ୍ତ ଘରର ଶୌଚାଳୟ ବ୍ୟବହାର କଲେ ନଜର ଲାଗିଯାଇଥାଏ। ଏହି କାରଣରୁ ସେମାନଙ୍କ ଦାମ୍ପତ୍ୟ ଜୀବନ ବେଶି ଦିନ ଯାଇ ନ ଥାଏ ଅଥବା କୌଣସି ଅଘଟଣ ଘଟିଥାଏ।

ତିନିଦିନ ବରକନ୍ୟାଙ୍କୁ ଯଥା ସମ୍ଭବ କମ ଖାଇବାକୁ ଦିଆଯାଇଥାଏ। ଏହି ରୀତିନୀତି ପୂରା ହେବା ପରେ ଦମ୍ପତି ଗାଧୋଇବା ସହ ନୂଆ ଜୀବନ ଆରମ୍ଭ କରିଥାନ୍ତି।

କେବଳ ଏହି ଗୋଟିଏ ନୁହେଁ ବିବାହକୁ ନେଇ ଆହୁରି ମଧ୍ୟ ବହୁ ଅଜବ ରୀତିନୀତି ରହିଛି। କନ୍ୟା ପାଇଁ ବର ଗୀତ ନ ଗାଇବା ପର୍ଯ୍ୟନ୍ତ ତାକୁ ଦେଖିବାର ସୁଯୋଗ ପାଇ ନ ଥାଏ। ମଙ୍ଗୁଳେଇ ହେବା ପରେ ଯୁବତୀକୁ ଘର ବାହାରକୁ ବାହାରିବାକୁ ଦିଆଯାଇ ନ ଥାଏ। ଯଦି ବର ମଣ୍ଡପକୁ ବିଳମ୍ବରେ ଆସେ ତେବେ ତାକୁ ଜରିମାନା ଦେବାକୁ ପଡିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos