କିଏ ଏହି ପ୍ରଭାସ? ଭେଟନ୍ତୁ ମେକ୍ସିକୋର ସତସତିକା ବାହୁବଲୀଙ୍କୁ

stunts

ନୂଆଦିଲ୍ଲୀ: ଫିଲ୍ମ ବାହୁବଲୀ-ଟୁକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ଚା ଦୋକାନ ଓ ଅଫିସ୍‌ କ୍ୟାଣ୍ଟିନ୍‌ରେ ମଧ୍ୟ ଏ ନେଇ ଚାଲିଛି ଚର୍ଚ୍ଚା। ଯେଉଁମାନେ ଫିଲ୍ମ ଦେଖି ସାରିଲେଣି ସେମାକେ ସାଙ୍ଗସାଥୀ ଓ  ସହକର୍ମୀଙ୍କୁ ଶୁଣାଉଛନ୍ତି କାହାଣୀ।  ଫିଲ୍ମରେ ଯୁଦ୍ଧ ସମୟରେ ନାୟକ ଓ ଖଳନାୟକଙ୍କ ଷ୍ଟଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମେକ୍ସିକୋରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ କ୍ୟାପ୍‌ଟେନ୍‌ ସମୁଦ୍ରର ଢେଉରେ ଜୋରରେ ଦୌଡ଼ି ବା ସହ ଦୁଇଟି ଜାହାଜରେ ଷ୍ଟଣ୍ଟ ଦେଖାଉଛନ୍ତି। ସବୁଠାରୁ ରୋଚକର କଥା ହେଉଛି କ୍ୟାପଟେନ୍ ଜଣଙ୍କ ଗୋଟିଏ ଜାହାଜରୁ ଡେଇଁବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୂରା ବାହୁବଲୀ (ପ୍ରଭାସ)ଙ୍କ ଭଳି ଦେଖାଯାଉଛନ୍ତି।

ଏହି ଭିଡିଓରେ ଦେଖାଯାଇଥିବା ଭଳି ଷ୍ଟଣ୍ଟ ନ କରିବାକୁ ଚେତାବନୀ ଦିଆଯାଇଛି। ଏଥିରେ କୁହାଯାଇଛି କେବଳ ଏକ୍ସପର୍ଟମାନେ ହିଁ ଏହା କରନ୍ତି।

Previous ArticleNext Article

Send this to a friend