ଏହି ଝିଅଟିକୁ ଦିନେ ଡଷ୍ଟବିନ୍‌ରୁ ଉଠେଇ ଆଣିଥିଲେ ଜଣେ ଷ୍ଟାର୍‌

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଶିଶୁଙ୍କ ଦେହରେ ଭଗବାନ ବାସ କରନ୍ତି, ଏହା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ। ହେଲେ ଏହି ସଭ୍ୟ ସମାଜରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନବଜାତ ଶିଶୁକନ୍ୟାଙ୍କୁ ହତ୍ୟା କରିବା ଓ ଏଣେତେଣେ ପିଙ୍ଗି ଚାଲିଯିବାକୁ ପଛାଇ ନଥାନ୍ତି। ଏପରିକି ଜନ୍ମ ନେବା ପୂର୍ବରୁ ମଧ୍ୟ କିଛି ସ୍ଥାନରେ ସେମାନଙ୍କ ଜୀବନଦୀପ ଲିଭାଇ ଦିଆଯାଇଥାଏ। ଏହା ମାନବ ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ, ତଥାପି ଆମ ସମସ୍ତଙ୍କ ଆଖିଆଗରେ ଏପରି […]

dishani

dishani

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 03:05 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଶିଶୁଙ୍କ ଦେହରେ ଭଗବାନ ବାସ କରନ୍ତି, ଏହା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ। ହେଲେ ଏହି ସଭ୍ୟ ସମାଜରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନବଜାତ ଶିଶୁକନ୍ୟାଙ୍କୁ ହତ୍ୟା କରିବା ଓ ଏଣେତେଣେ ପିଙ୍ଗି ଚାଲିଯିବାକୁ ପଛାଇ ନଥାନ୍ତି। ଏପରିକି ଜନ୍ମ ନେବା ପୂର୍ବରୁ ମଧ୍ୟ କିଛି ସ୍ଥାନରେ ସେମାନଙ୍କ ଜୀବନଦୀପ ଲିଭାଇ ଦିଆଯାଇଥାଏ। ଏହା ମାନବ ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ, ତଥାପି ଆମ ସମସ୍ତଙ୍କ ଆଖିଆଗରେ ଏପରି ଘଟୁଛି। ଏପରି କିଛି ଘଟଣାକୁ ନେଇ ଦୁନିଆରେ ସମସ୍ତଙ୍କ ମାନବିକତା ମରିଯାଇଛି ବୋଲି କହି ହେବ ନାହିଁ। ଆଜି ଆମ ମଧ୍ୟରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ପାଇଁ ଅବାଞ୍ଛିତ ହୋଇଯାଇଥିବା ଶିଶୁକନ୍ୟାଙ୍କୁ କୋଳେଇ ନେଇଛନ୍ତି। ଆସନ୍ତୁ ଜାଣିବା ଏମିତି ଏକ ବାପଝିଅଙ୍କ କାହାଣୀ।

758ଆପଣ ଏହି ଷ୍ଟୋରୀର ଫଟୋରେ ଯେଉଁ ଝିଅଟିକୁ ଦେଖୁଛନ୍ତି, ସେ ହେଉଛନ୍ତି ଦିଶାନୀ। ରୂପ, ଲାବଣ୍ୟରେ ଭରା ଦିଶାନୀ ବଲିଉଡର କୌଣସି ଷ୍ଟାର ହିରୋଇନଙ୍କଠାରୁ କମ ନୁହନ୍ତି। ଅପରୂପ ସୌନ୍ଦର୍ଯ୍ୟକୁ ହସ ହସ ଚେହେରା। ଯିଏ ଦେଖିବ ଖୁସିରେ ଆତ୍ମହରା ହୋଇଯିବ। ଜାଣିଛନ୍ତି କି ଫଟୋରେ ଥିବା ଏହି ଝିଅଟି କିଏ ? ଆଉ ଆପଣଙ୍କୁ ଅଧିକ ଅପେକ୍ଷା ନ କରେଇ କହି ଦେଉଛି ଏ ଝିଅଙ୍କ ସମ୍ପର୍କରେ।

ଦିଶାନୀ ହେଉଛନ୍ତି ବଲିଉଡର ‘ଡିକ୍ସୋ ଡ୍ୟାନସର’ ମିଥୁନ ଚକ୍ରବର୍ତ୍ତିଙ୍କ ଝିଅ। ପୁଣି ଆପଣ ଭାବୁଥିବେ ଯଦି ଦିଶାନୀ ମିଥୁନଙ୍କ ଝିଅ ତେବେ ଆମେ ଶିଶୁକନ୍ୟା ଓ କନ୍ୟାଭୃଣ ହତ୍ୟା କଥା କାହିଁକି କହୁଛୁ। ଏପରି କହିବାର କାରଣ ହେଲା ଦିଶାନୀ, ମିଥୁନଙ୍କ ନିଜ ଝିଅ ନୁହଁନ୍ତି। ମିଥୁନ ତାଙ୍କୁ ଏକ ଡଷ୍ଟବିନ୍‌ରୁ ପାଇଥିଲେ। ନବଜାତ ପିଲାଟିକୁ କେଉଁଠି ଛାଡି ଦେବା ବଦଳରେ ସେ ଘରକୁ ନେଇଯାଇଥିଲେ। ଫିଲ୍ମର କାହାଣୀ ପରି ସେବେଠାରୁ ଦିଶାନୀ ବନି ଯାଇଥିଲେ ମିଥୁନ ଓ ତାଙ୍କ ପରିବାରର ଲାଡଲି।

ଦିଶାନୀ କେବଳ ମିଥୁନଙ୍କ ଗେହ୍ଲି ନୁହନ୍ତି, ମାଆଙ୍କ ଲିଟିଲ ଗାର୍ଲ ଓ ତିନି ଭାଇଙ୍କ ସୁଇଟ ସିଷ୍ଟର। ଘରେ କେବେ ତାଙ୍କ ପ୍ରତି ଭେଦଭାବ କରାଯାଇନାହିଁ। ଏପରିକି ମିଥୁନ ହୁଅନ୍ତୁ ଅବା ତାଙ୍କ ପତ୍ନି ଓ ତିନି ପୁଅ ଦିଶାନୀଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରନ୍ତି ନାହିଁ।

ଯେତେବେଳେ ସମାଜରେ କନ୍ୟାଙ୍କୁ ବହୁ ଲୋକ ବୋଝ ବୋଲି ମନେ କରୁଛନ୍ତି, ସେ ସମୟରେ ମିଥୁନ ଦା’ଙ୍କ ପରି ସୁପରଷ୍ଟାରଙ୍କ ଏପରି ପଦକ୍ଷେପ ନିଶ୍ଚିତ ସ୍ୱାଗତଯୋଗ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos