କେତେ ଶକ୍ତିଶାଳୀ ବ୍ରହ୍ମାସ୍ତ୍ର, କ’ଣ ରହିଛି ରହସ୍ୟ

Mantra-1

ପୁରାଣ କହେ ଅସ୍ତ୍ର ଭିତରେ ବ୍ରହ୍ମାସ୍ତ୍ର ହେଉଛି ସବୁଠୁ ଶକ୍ତିଶାଳୀ। ଏହା ଅପରାଜୟେ ପୁଣି ଅପ୍ରତିଦ୍ୱନ୍ଦୀ।  ଅତ୍ୟନ୍ତ ଧ୍ୱଂସକାରୀ ଏହି ଅସ୍ତ୍ର ବିଧ୍ୱଂସକାରୀର କ୍ଷମତା ରଖେ ।  ଏମିତି କିଛି ଅସ୍ତ୍ର ନାହିଁ ଯାହା ଏହି ବ୍ରହ୍ମାସ୍ତ୍ରକୁ ପ୍ରତିଆକ୍ରମଣ କରିପାରିବ। ଅତ୍ୟନ୍ତ ଭୟାନକ ଏହି ବାଣ।  ଆଧୁନିକ ଯୁଗର  ପରମାଣୁ ବୋମାର ତିଆରି କରିବାର ସୂତ୍ର ଏହି ବ୍ରହ୍ମାସ୍ତ୍ରରୁ ଆସିଥିବା କୁହାଯାଏ। ତେବେ ଏହି ଅସ୍ତ୍ର ବିଷୟରେ କ’ଣ ରହିଛି ରହସ୍ୟ ଆସନ୍ତୁ ଜାଣିବା।

୧- ବ୍ରହ୍ମା ସୃଷ୍ଟି କର୍ତ୍ତା ହୋଇଥିଲେ ମଧ୍ୟ ସେ ହିଁ ଏହି ଅସ୍ତ୍ରର ମୁଖ୍ୟ ବିନ୍ଧାଣୀ।  ଏହି ଅସ୍ତ୍ର ନିର୍ମାଣ ପାଇଁ ବ୍ରହ୍ମା ତାଙ୍କ ୪ଟି ମସ୍ତିସ୍କରୁ ଜ୍ଞାନର ଶକ୍ତିକୁ ବ୍ୟବହାର କରିଥିଲେ। ବ୍ରହ୍ମାଣ୍ଡର ସୌର ଶକ୍ତିକୁ ଖିନ୍‌ଭିନ୍ କରିବାରେ ଏହି ଅସ୍ତ୍ରର ଶକ୍ତି ରହିଛି।  ଏହି ଅସ୍ତ୍ର ଚାଳନାର ଜ୍ଞାନ କେବଳ ଗୁରୁ ଦ୍ରୋଣଙ୍କୁ ଜଣାଥିଲା।  ଧର୍ମ ଆଉ ସତ୍ୟ ପ୍ରତିଷ୍ଠା ଏହାର ମୂଳଲକ୍ଷ୍ୟ। ଏ ବିଷୟରେ ଅନେକ ପୁରାଣରେ ବର୍ଣ୍ଣିତ ଅଛି।

୨-କୁହାଯାଏ ଏହି ବାଣ ଯେଉଁଠି ନିକ୍ଷେପ ହୁଏ ସେଠି ପରିବେଶ ଧ୍ୱଂସ  ହୋଇଯାଏ। ମାଟି, ପାଣି, ପବନ ସବୁ ବିଷାକ୍ତ ହୋଇଯାଏ। ପରବର୍ତ୍ତୀ ୧୨ ବର୍ଷ ପର୍ଯ୍ୟନ୍ତ ସେଠି ଦୁବ କଅଁଳେ ନାହିଁ। ଜୀବନ ଜିଇଁବାର ପ୍ରକ୍ରିୟା ନଷ୍ଟ ହୋଇଯାଏ।  ଯେଭଳି ପରମାଣୁ ବୋମା ଦ୍ୱାରା ଜାପାନର ହିରୋସୀମା ଓ ନାଗାସାକିରେ ପରିସ୍ଥିତି ଉପୁଜିଥିଲା।  କୁହାଯାଏ ଦଶ ହଜାର ଉତ୍ତପ୍ତ ସୂର୍ଯ୍ୟ ପିଣ୍ଡୁଳାର ଶକ୍ତି ଏହି ଅସ୍ତ୍ରରେ ନିହିତ ଥାଏ। ଏହା ଆଜିର ଆଧୁନିକ ପରମାଣୁ ବୋମା ସହ ସମାନ। ଥରେ ନିକ୍ଷେପ ହେଲେ ଏହା ଲକ୍ଷଭେଦରେ ନ ପହଞ୍ଚିବା ପୂର୍ବରୁ ବାଟବଣା ହୁଏ ନାହିଁ।

୩- ମହାଭାରତରେ  ଏହା ଅନେକ ଥର ବ୍ୟବହାର ହୋଇଛି। କର୍ଣ୍ଣ ଏହି ବ୍ରହ୍ମାସ୍ତ୍ରକୁ ଅର୍ଜୁନଙ୍କୁ ନିକ୍ଷେପ କରିଥିଲେ ମଧ୍ୟ ସେ ବି ସମାନଧରଣ ଅସ୍ତ୍ରରେ ପ୍ରତିଆକ୍ରମଣ କରିଥିଲେ। ଏହା ମୁହାମୁହିଁ ହୋଇଥିଲେ ମଧ୍ୟ କାହାରି କ୍ଷତି ହୋଇ ନ ଥିଲା।

୪- ବ୍ରହ୍ମାଙ୍କୁ ଉପାସନା କରି ଏହି ଅସ୍ତ୍ରକୁ ବର ଆକାରରେ ଧାରଣ କରାଯାଉଥିଲା।

୫- ଦିନରେ ଥରେ ମାତ୍ର ଏହି ଅସ୍ତ୍ରର ବ୍ୟବହାର ନେଇ ବିଧି ରହିଛି।

୬-ମହାଭାରତରେ ପର୍ଶୁରାମ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ଏହି ଅସ୍ତ୍ରର ବ୍ୟବହାର କରିଥିଲେ। ଏହି ବିଷୟରେ ଜ୍ଞାନ ନ ଥିଲେ  ଏହାକୁ ଚାଳନା କରିବା ଅସମ୍ଭବ।

୭-ରାମାୟଣରେ ଲଙ୍କା ଯାତ୍ରା ପାଇଁ ପ୍ରଭୁ ଶ୍ରୀରାମ ସମୁଦ୍ର ଶୁଖାଇବା ପାଇଁ ବ୍ରହ୍ମାସ୍ତ୍ର ନିକ୍ଷେପ ପାଇଁ ଉଦ୍ୟମ କରିଥିଲେ।  ହେଲେ ଏହି ସମୟରେ ବରୁଣ ଆବିର୍ଭାବ ହୋଇ ଏହି ଅସ୍ତ୍ରର ବୈଷୟିକ ଜ୍ଞାନ ସମ୍ପର୍କରେ ଅବଗତ କରିଥିଲେ।  ଏହି ଅସ୍ତ୍ର ନିକ୍ଷେପ ହେଲେ ସମୁଦ୍ର ଚିର ଦିନ ପାଇଁ ଶୁଖିଯିବ ବୋଲି ବୁଝାଇଥିଲେ। ଏହା ଦ୍ୱାରା ଜୀବସତ୍ତା ଲିଭିଯିବ ବୋଲି କହିବାରୁ ଏହି ଅସ୍ତ୍ରକୁ  ରାମ ଧ୍ରୁମତୁଲ୍ୟକୁ ନିକ୍ଷେପ କରିଥିଲେ। ଯାହାକୁ ଆଜିର ଯୁଗରେ ରାଜସ୍ଥାନ ବୋଲି କୁହାଯାଉଛି।  କୁହାଯାଏ ଏହି ବାଣ ପଡ଼ିବା ଯୋଗୁ ରାଜସ୍ଥାନ ମରୁଭୂମି ପାଲଟିଗଲା।

Previous ArticleNext Article