ଜଙ୍ଗଲୀ କନ୍ୟାର ବଦଳିଲା ଠିକଣା: ମିଳିଲା ନୂଆ ଘର, ନୂଆ ନାଁ

ଲକ୍ଷ୍ନୌ:ଝିଅ ବୋଲି ବୋଝ ଭାବି କିଏ ତାକୁ ଜଙ୍ଗଲରେ ଛାଡ଼ିଦେଇଥିଲା। ଘର ତା’ ପାଇଁ ଥିଲା ସ୍ୱପ୍ନ। ଜଙ୍ଗଲୀ ଖାଦ୍ୟ ଖାଉଥିଲା। ଆଉ ମାଙ୍କଡ଼ ମେଳରେ ରହୁଥିଲା। ସଭ୍ୟ ସମାଜଠାରୁ ବହୁ ଦୂରରେ ବିତୁଥିଲା ତା’ ଜୀବନ। ଅଭିଶପ୍ତ ଜୀବନକାଟୁଥିବା ଏହି ନିଷ୍ପାପ ଶିଶୁ କନ୍ୟାଟିର ଏବେ ବଦଳିଯାଇଛି ଠିକଣା। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶର ଅଭୟାରଣ୍ୟରୁ ଉଦ୍ଧାର ହୋଇଥିବା ଜଣେ ୮ ବର୍ଷର ଶିଶୁ କନ୍ୟାର ଜୀବନଯାତ୍ରାରେ ଏମିତି କିଛି ମୋଡ଼ ଆସିଛି। ଏହି […]

8 yr girl

8 yr girl

Rakesh Mallick
  • Published: Sunday, 09 April 2017
  • Updated: 10 April 2017, 08:16 AM IST

Sports

Latest News

ଲକ୍ଷ୍ନୌ:ଝିଅ ବୋଲି ବୋଝ ଭାବି କିଏ ତାକୁ ଜଙ୍ଗଲରେ ଛାଡ଼ିଦେଇଥିଲା। ଘର ତା’ ପାଇଁ ଥିଲା ସ୍ୱପ୍ନ। ଜଙ୍ଗଲୀ ଖାଦ୍ୟ ଖାଉଥିଲା। ଆଉ ମାଙ୍କଡ଼ ମେଳରେ ରହୁଥିଲା। ସଭ୍ୟ ସମାଜଠାରୁ ବହୁ ଦୂରରେ ବିତୁଥିଲା ତା’ ଜୀବନ। ଅଭିଶପ୍ତ ଜୀବନକାଟୁଥିବା ଏହି ନିଷ୍ପାପ ଶିଶୁ କନ୍ୟାଟିର ଏବେ ବଦଳିଯାଇଛି ଠିକଣା। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶର ଅଭୟାରଣ୍ୟରୁ ଉଦ୍ଧାର ହୋଇଥିବା ଜଣେ ୮ ବର୍ଷର ଶିଶୁ କନ୍ୟାର ଜୀବନଯାତ୍ରାରେ ଏମିତି କିଛି ମୋଡ଼ ଆସିଛି। ଏହି ଶିଶୁ କନ୍ୟାକୁ ନେଇ ଲକ୍ଷ୍ନୌରେ ଚର୍ଚ୍ଚା ଜାରି ରହିଛି। ଦିନେ ଅନ୍ଧାରୀ ଜୀବନ ବିତାଉ ଥିବା ଏହି ଝିଅଟି ଉପରେ ଏବେ ସ୍ନେହ ଶ୍ରଦ୍ଧା ଅଜାଡ଼ି ହୋଇପଡ଼ୁଛି। ଏବେ ତାକୁ ନୂଆ ଘର ସାଙ୍ଗକୁ ନୂଆ ନାଁ ବି ମିଳିଛି।  ଝିଅଟିର ନାମ ‘ଏହସାସ’ ରଖାଯାଇଛି।

ଲକ୍ଷ୍ନୌରେ ଏକ ଆଶ୍ରମରେ ଝିଅଟିକୁ ଆଶ୍ରୟ ଦିଆଯାଇଛି। ଆଶ୍ରମ ମୁଖ୍ୟ ସୁରେଶଙ୍କ କହିବା ଅନୁଯାୟୀ  ଝିଅଟିର ଧର୍ମ କି ଜାତି କ’ଣ ଆମକୁ ଜଣାନାହିଁ। କିନ୍ତୁ ତା’ର ସାହସିକତା ଏବଂ ଧୈର୍ଯ୍ୟଶକ୍ତି ପାଇଁ ଆମେ ଏଭଳି ନାମକରଣ କରିଛୁ। ସେ ଏବେବି ଶୌଚାଳୟ ବ୍ୟବହାର ଜାଣିନି। ତା’ମାନାସିକ ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। କାହା ସହିତ ମିଶି ପାରୁନି। ଅନ୍ୟମାନଙ୍କୁ ଦେଖିଲେ ଭୟ କରୁଛି। ଝିଅଟିର ଚିକିତ୍ସା ଜାରି ରହିଛି।

ଶନିବାର  ଉତ୍ତରପ୍ରଦେଶର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ରୀତା ବହୁଗୁଣା ଏହି ଝିଅଟିକୁ ଭେଟିଥିଲେ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ମୋତିପୁର ରେଂଜର କତରନିଆଘାଟ୍‌ ଅଭୟାରଣ୍ୟରୁ  ଏହି ୮ ବର୍ଷର ଝିଅଟିକୁ ଉଦ୍ଧାର କରାଯାଇଥିଲା। ପାଟ୍ରୋଲିଂ ବେଳେ ପୋଲିସ ନଜରରେ ଏହି ଝିଅଟି ପଡ଼ିଥିଲା।  ଝିଅଟିକୁ ଉଦ୍ଧାର କରାଯାଇ ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ତାକୁ ଏକ ନୂଆଘରେ ଆଶ୍ରୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos