ରାଜପ୍ରାସାଦରୁ ଷ୍ଟାର ହୋଟେଲ, ରାତିକୁ ୨୮ ହଜାର ଟଙ୍କା

ଇତିହାସରେ ଆମେ ଅନେକ ରାଜାଙ୍କ ବିଷୟରେ ପଢିଥାଉ। ସେମାନଙ୍କ ରାଜକୀୟ ଜୀବନ ଶୈଳୀ ଓ ଶାସନ ପଦ୍ଧତି ସମ୍ବନ୍ଧରେ ଆମେ ଇତିହାସରୁ ଜାଣିବାକୁ ପାଇଥାଉ। ଘରର ଗୁରୁଜନମାନେ ମଧ୍ୟ ରାଜାଙ୍କ ବିଷୟରେ ଅନେକ ଗପ କହଥାନ୍ତି। ଗପରେ ରାଜାଙ୍କ ମହଲ ବିଷୟରେ ଥାଏ ସ୍ପେଶାଲ ଝଲକ। ରାଜ ମହଲର ପ୍ରତିଟି କୋଣର ବର୍ଣ୍ଣନା ରହିଥାଏ ସେମାନଙ୍କ ଗପରେ। ଏହି ଗପ ଶୁଣିବା ମାତ୍ରେ ଆଖି ସମ୍ନାରେ ଅନେକ କଳ୍ପନାର ରାଜମହଲ ସବୁ ଆଙ୍କି ହୋଇଯାଏ। ଇଚ୍ଛା ହୁଏ […]

rambaghpalace

rambaghpalace

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 10:09 AM IST

Sports

Latest News

ଇତିହାସରେ ଆମେ ଅନେକ ରାଜାଙ୍କ ବିଷୟରେ ପଢିଥାଉ। ସେମାନଙ୍କ ରାଜକୀୟ ଜୀବନ ଶୈଳୀ ଓ ଶାସନ ପଦ୍ଧତି ସମ୍ବନ୍ଧରେ ଆମେ ଇତିହାସରୁ ଜାଣିବାକୁ ପାଇଥାଉ। ଘରର ଗୁରୁଜନମାନେ ମଧ୍ୟ ରାଜାଙ୍କ ବିଷୟରେ ଅନେକ ଗପ କହଥାନ୍ତି। ଗପରେ ରାଜାଙ୍କ ମହଲ ବିଷୟରେ ଥାଏ ସ୍ପେଶାଲ ଝଲକ। ରାଜ ମହଲର ପ୍ରତିଟି କୋଣର ବର୍ଣ୍ଣନା ରହିଥାଏ ସେମାନଙ୍କ ଗପରେ। ଏହି ଗପ ଶୁଣିବା ମାତ୍ରେ ଆଖି ସମ୍ନାରେ ଅନେକ କଳ୍ପନାର ରାଜମହଲ ସବୁ ଆଙ୍କି ହୋଇଯାଏ। ଇଚ୍ଛା ହୁଏ ରାଜାଙ୍କ ରାଜମହଲ କିପରି ହୋଇଥିବ ଟିକେ ଦେଖିବାକୁ। ଆମେ ଆଜି ଆପଣଙ୍କୁ କହିବୁ ଏମିତି କିଛି ରାଜମହଲ ବିଷୟରେ ଯାହା ଆପଣଙ୍କୁ ପୁଣିଥରେ ନେଇଯିବ କାହାଣୀର ସେଇ ସ୍ୱପ୍ନ ଦୁନିଆକୁ।

୧. ରାମବାଗ ପେଲେସ: ଜୟପୁରର ଏହି ଭବ୍ୟ ରାମବାଗ ରାଜମହଲ ଜୟପୁର ରାଜାଙ୍କ ଦ୍ୱାର ନିର୍ମାଣ କରାଯାଇଥିଲା। ୩୦ ବର୍ଷ ଧରି ଏହି ମହଲରେ ରାଜ ପରିବାର ରହିଥିଲେ। ପରବର୍ତ୍ତୀ ସମୟରେ ୧୯୫୭ ମସିହାରେ ଏହାକୁ ଏକ ଲଗ୍‌ଜୁରି ହୋଟେଲରେ ପରିଣତ କରିଦିଆଗଲା। ଏହି ରାଜପ୍ରାସାଦରେ ଗୋଟିଏ ରାତି ରହିବାକୁ ୨୮,୦୦୦ ଟଙ୍କା ଦେବାକୁ ପଡିଥାଏ।

୨. ରାଜ୍ ପେଲେସ: ଏହା ସବୁଠାରୁ ପୁରୁଣା ରାଜ ମହଲ। ଏହାକୁ ୧୭୨୭ ମସିହାରେ ଜୟପୁର ରାଜା ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଏକ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଗଲା। ବର୍ତ୍ତମାନ ରାଜକୁମାରୀ ଜୟେନ୍ଦର କୁମାରୀ ଏହାର ଦେଖାରେଖା କରୁଛନ୍ତି। ଏହାର ରେସ୍ତରାଣ୍ଟ ଓ ରୁମ୍‌ ଗୁଡିକ ସୁନା ପାତିଆରେ ସୂକ୍ଷ୍ମ କାରିଗରୀ କରାଯାଇଛି। ଏହିଠାରେ ବିଭିନ୍ନ ପ୍ରକାରର ମାଟି ମୂର୍ତ୍ତିର ମ୍ୟୁଜିୟମ ରହିଛି। ଏଠାରେ ଗୋଟିଏ ରାତି ରହିବା ପାଇଁ ଆପଣଙ୍କୁ ୧୪,୦୦୦ ଟଙ୍କା ଭଡା ଦେବାକୁ ପଡିବ।

୩. ଉଦୟ ଭିଲ୍ଲା: ରାଜସ୍ଥାନର ଆରାବଳୀ ପର୍ବତମାଳା ପଛରେ ରହିଛି ଏହି ସୁଶୋଭିତ ରାଜପ୍ରାସାଦ। ୨୦୦ ବର୍ଷ ପୁରୁଣା ଏହି ରାଜପ୍ରାସାଦ ପ୍ରାୟ ୫୦ ଏକର ଜମିରେ ନିର୍ମାଣ ହୋଇଛି। ଏହାସହିତ ୨୦ ଏକର ଜମିରେ ତିଆରି ହୋଇଛି ବନ୍ୟଜନ୍ତୁ ପାର୍କ। ଏହି ପେଲେସ ପଛରେ ପିଛୋଲା ଝରଣାର କୁଳୁ କୁଳୁ ଗୀତ ଆପଣଙ୍କୁ ବିଭୋର କରିବ। ଏହି ରାଜପ୍ରାସାଦରେ ଗୋଟିଏ ରାତି ରହିବାକୁ ୨୫,୦୦୦ ଟଙ୍କା ଭଡା ଦେବାକୁ ପଡିଥାଏ।

୪. ଦେବୀଗଡ଼ ଉଦୟପୁର: ରାଜସ୍ଥାନର ଆଉ ଏକ ଦୁର୍ଗ ହେଉଛି ଦେବୀଗଡ଼। ଏହା ଥିଲା ଦିଲୱାରା ରାଜାମାନଙ୍କର ବାସ ସ୍ଥାନ। ଏହାପରେ ଏହାକୁ ହୋଟେଲ କରି ଦିଆଗଲା। ଏହି ଦୁର୍ଗରେ ଅନେକ ମୂଲ୍ୟବାନ ପଥରେ କାରୁକାର୍ଯ୍ୟ କରାଯାଇଛି। ଏହାର ପରିବେଶ ଆପଣଙ୍କୁ ପରୀମହଲର ଅନୁଭୂତି ଦେବ।

୫. ୱାଇଲ୍ଡ ଫ୍ଲାୱାର ହଲ: ବ୍ରିଟିଶ ଶାସନ ସମୟରେ ଏହି ରାଜମହଲକୁ ସିମଲାରେ ଲର୍ଡ କିଚିନରଙ୍କ ପାଇଁ ନିର୍ମାଣ କରାଯାଇଥିଲା। ହିମାଚଳ ପ୍ରଦେଶର ପାହାଡ଼ ଘେର ଭିତରେ ଏହି ହଲ୍ ନିର୍ମାଣ କରାଯାଇଥିଲା। ଭାରତ ଏବଂ ଆରବ ଆର୍କିଟେକ୍ଚଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏହି ହଲରେ କୋଠରୀ ଗୁଡିକ କାଠରେ ତିଆରି କରାଯାଇଛି। ଏହିଠାରେ ଗୋଟେ ରାତି ରହିବାକୁ ହେଲେ ଆପଣଙ୍କୁ ୨୨,୦୦୦ ଟଙ୍କା ଦେବାକୁ ପଡିବ।

୬. ଜୟ ମହଲ: ରାଜସ୍ଥାନର ଜୟପୁରରେ ରହିଛି ବିଳାସମୟ ରାଜପ୍ରାସାଦ ଜୟ ମହଲ। ୧୭୪୫ ମସିହାରେ ନିର୍ମାଣ କରାଯାଇଥିବା ଏହି ରାଜମହଲ ୧୮ ଏକର ଜମିରେ ପରିବ୍ୟାପ୍ତ। ମହଲରେ ରହିଛି ଅନେକ ସୁନ୍ଦର ବଗିଚା। ଯେଉଁଠାରେ ଭ୍ରମଣ କଲେ  ମାନସିକ ଶାନ୍ତି ମିଳିଥାଏ। ଭାରତୀୟ ଓ ଆରବୀ ଆର୍କିଟେକ୍ଚଙ୍କ ଦ୍ୱାରା ଏହା ଡିଜାଇନ କରାଯାଇଛି।

୭. ଉମ୍ମେଦ ଭବନ: ରାଜସ୍ଥାନର ଆଉ ଏକ ସୌଖୀନ ରାଜପ୍ରାସାଦ ହେଉଛି ଉମ୍ମେଦ ଭବନ। ଏହି ମହଲ ହଳଦିଆ ସ୍ୟାଣ୍ଡଷ୍ଟୋନରେ ନିର୍ମାଣ  କରାଯାଇଛି। ୧୯୪୪ ମସିହାରେ ଏହି ମହଲ ନିର୍ମାଣ କରାଯାଇଥିଲା। ଏଥିପାଇଁ ୧୫ ବର୍ଷ ସମୟ ଲାଗିଥିଲା। ୨୬ ଏକର ଅଞ୍ଚଳରେ ନିର୍ମିତ ଏହି ମହଲରେ ରହିଛି ୩୪୭ଟି ଭବ୍ୟ କୋଠରୀ।

୮. ତାଜ୍ ଲେକ୍ ପେଲେସ: ରାଜସ୍ଥାନର ଉଦୟପୁରରେ ରହିଛି ଏହି ରଙ୍ଗିନ ରାଜମହଲ। ୧୭୪୩ରୁ ୧୭୪୬ ମଧ୍ୟର ଏହି ରାଜମହଲର ନିର୍ମାଣ ହୋଇଥିଲା। ହ୍ରଦ ମଝିରେ ତିଆରି ହୋଇଥିବା ଏହି ରାଜମହଲ ଧଳା ମାର୍ବଲ ତିଆରି ହୋଇଛି। ରାତି ସମୟରେ ଏହି ମହଲର ଶୋଭା ସ୍ୱର୍ଗଠାରୁ ବି କମ୍ ନୁହେଁ।

୯. ସମୋଦେ ପେଲେସ୍: ଉତ୍ତରପ୍ରଦେଶର ସମୋଦେ ରାଜପ୍ରାସାଦ ୪୭୫ ବର୍ଷ ପୁରୁଣା । ଏହି ମହଲର ବାରଣ୍ଡା ଖୁବ୍ ସୁନ୍ଦର ହୋଇଥିବା ବେଳେ କାନ୍ଥରେ ଉତ୍ତମ କରିଗରୀ ଓ ପେଣ୍ଟିଂ ଦେଖିବାକୁ ମିଳେ। ଏହିଠାରେ ରହିବାକୁ ଆପଣଙ୍କ ପାଇଁ ସ୍ୱର୍ଗୀୟ ଅନୁଭବରୁ କିଛି କମ୍ ନୁହେଁ।

୧୦. ଦେଓଗର୍ଡ ମହଲ: ରାଜସ୍ଥାନରେ ରହିଛି ଏହି ଦେବଗର୍ଡ ମହଲ। ଏହି ମହଲରେ ରାଜସ୍ଥାନର ରାଜା ରାୱତ ନାହର ସିଂ ଶାସନ କରୁଥିଲେ। ଆରାବଳି ପର୍ବତମାଳା ମଧ୍ୟରେ ନିର୍ମାଣ କରାଯାଇଥିବା ଏହି ମହଲ ଯୋଧପୁର ଓ ଉଦୟପରୁ ମଝିରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story