ପ୍ରଦୂଷଣ ବଳୟରେ କଳାହୀରାର ସହର ବ୍ରଜରାଜନଗର

ଝାରସୁଗୁଡ଼ା: କଳାହୀରାର ସହର ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଏବେ ପ୍ରଦୂଷଣ ବଳୟ ମଧ୍ୟରେ। ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଓ ଏମସିଏଲର ଅବହେଳା ଯୋଗୁ ସହରର ଲୋକେ ପ୍ରଦୂଷଣକୁ ନେଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଲାଗି ବିଭିନ୍ନ ସ୍ତରରୁ ଦାବି ହେଉଛି । ମହିଳାମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ହେଲେ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁନାହିଁ । ଏପରି କି ବ୍ରଜରାଜନଗର ପୌର […]

jharsugudacoal

jharsugudacoal

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 03:35 AM IST

Sports

Latest News

ଝାରସୁଗୁଡ଼ା: କଳାହୀରାର ସହର ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଏବେ ପ୍ରଦୂଷଣ ବଳୟ ମଧ୍ୟରେ। ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଓ ଏମସିଏଲର ଅବହେଳା ଯୋଗୁ ସହରର ଲୋକେ ପ୍ରଦୂଷଣକୁ ନେଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଲାଗି ବିଭିନ୍ନ ସ୍ତରରୁ ଦାବି ହେଉଛି । ମହିଳାମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ହେଲେ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁନାହିଁ । ଏପରି କି ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କୋଇଲା ପରିବହନ ହେଉଥିବା ଟ୍ରକ, ଡମ୍ଫର ଗୁଡିକରେ ତାରପୋଲିନ ଢଙ୍କା ଯାଉ ନ ଥିବାରୁ କୋଇଲା ଗୁଣ୍ଡ ଉଡି ବାୟୁ ପ୍ରଦୂଷଣ କରୁଛି । ଏହାସହ ଜଳାଶୟଗୁଡିକରେ କୋଇଲା ଆସ୍ତରଣ ଜମି ପାଣି ସମ୍ପୂର୍ଣ୍ଣ କଳା ହୋଇଯାଇଛି ।

ବ୍ରଜରାଜନଗରରେ ଏମସିଏଲର ଦୁଇଟି କୋଇଲା କ୍ଷେତ୍ର ଇବଭାଲି ଓ ଓରିଏଣ୍ଟ ରହିଛି । ଇବଭାଲି ଖୋଲାମୁହଁ କୋଇଲା ଖଣି ହୋଇଥିବା ବେଳେ ଓରିଏଣ୍ଟ ଭୂତଳ କୋଇଲା ଖଣି । ଓରିଏଣ୍ଟ କ୍ଷେତ୍ରରେ ୧, ୨, ୩ ଓ ୪ ନମ୍ବର, ରାମପୁର ଏବଂ ବୁନ୍ଦିଆ ଭୂତଳ ଖଣି ରହିଛି । ରାମପୁର ଖଣି ବନ୍ଦ ହୋଇଯାଇଥିବା ବେଳେ ଅନ୍ୟ ୫ଟି କାର୍ଯ୍ୟକ୍ଷମ ଅଛି । ଖୋଲାମୁହଁ କୋଇଲା ଖଣି ମଧ୍ୟରୁ ଗୋଟିଏ ସମଲେଶ୍ୱରୀ ଖଣି ହୋଇଥିବା ବେଳେ ଅନ୍ୟଟି ଲଜକୁରା ଖଣି । ଏହି ଖଣିଗୁଡିକରୁ କୋଇଲା ଉତ୍ତୋଳନ ପରେ ନିଜସ୍ୱ ସାଇଡିଂକୁ ଟ୍ରକ, ଡମ୍ଫରରେ ପରିବହନ କରାଯାଇଥାଏ । ଏହାସହ ବିଭିନ୍ନ ସ୍ଥାନକୁ ସିଧାସଳଖ ରୋଡ ସେଲ୍ କରାଯାଇଥାଏ । ଫଳରେ ପ୍ରତିଦିନ ଶହ ଶହ ଗାଡି ଏଥିରେ ନିୟୋଜିତ ହୋଇଥାନ୍ତି । ତେବେ କୋଇଲା ପରିବହନ ବେଳେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଅବାଶ୍ୟକ ବ୍ୟବସ୍ଥା କରାଯାଉନାହିଁ । ଗାଡିରେ ଓଭର ଲୋଡ କୋଇଲା ନିଆଯାଉଥିବା ବେଳେ ଗାଡି ଉପରେ ତାରପୋଲିନ ପକାଯାଉ ନାହିଁ । ଫଳରେ କୋଇଲା ଗୁଣ୍ଡ ରାସ୍ତାରେ ପଡିବା ସହ ଉଡି ବାୟୁ ପ୍ରଦୂଷଣ କରୁଛି। ସେହିପରି କୋଇଲା ପରିବହନ ଲାଗି କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇନାହିଁ। ୨୪ ଘଣ୍ଟା କୋଇଲା ପରିବହନ ହେଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି ।

jharsugudacoal

ଏମସିଏଲ କର୍ତ୍ତୃପକ୍ଷ ଅଞ୍ଚଳରୁ କୋଇଲା ଉତ୍ତୋଳନ କରି ବାର୍ଷିକ ଶହ ଶହ କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଦିଗ ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ବ୍ରଜରାଜନଗରର ବିଭିନ୍ନ ସ୍ଥାନରେ ଜନଶୁଣାଣି ଶିବିର କରାଯାଉଛି । ଶିବିରରେ ଜନସାଧାରଣ ପ୍ରଦୂଷଣକୁ ନେଇ ଅଭିଯୋଗ କଲେ ପ୍ରଶାସନିକ ଅଧିକାରୀମାନେ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ସଂସ୍ଥାର କର୍ମକର୍ତ୍ତାଙ୍କୁ ରାସ୍ତା ସଫା ରଖିବା, ଓଭର ଲୋଡିଂ ଗାଡି ନ ଛାଡିବାକୁ ନିର୍ଦ୍ଦେଶ ଦେଉଛନ୍ତି । ହେଲେ ଏହା କେବେ କାର୍ଯ୍ୟକାରୀ ହେଉନାହିଁ । ତାରପୋଲିନ ନ ଢାଙ୍କିଲେ ସହର ମଧ୍ୟରେ ଯାଇଥିବା ରାସ୍ତାରେ ଯିବାକୁ ଗେଟପାସ ମିଳିବ ନାହିଁ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି । ମାତ୍ର ସହର ମଧ୍ୟରେ ପ୍ରତିଦିନ ଶତାଧିକ ଟ୍ରକ, ଡମ୍ଫର ବିନା ତାରପୋଲିନରେ କୋଇଲା ପରିବହନ କରୁଥିଲେ ମଧ୍ୟ କେବେ ଯାଞ୍ଚ କରାଯାଉନାହିଁ କି ଜରିମାନା ଆଦାୟ କରାଯାଉ ନ ଥିବା ଅଭିଯୋଗ ହେଉଛି । ଓରିଏଣ୍ଟ କୋଇଲା ସାଇଡିଂରେ କେବେ ପାଣି ଛିଞ୍ଚନ କରାଯାଉ ନ ଥିବାରୁ କୋଇଲା ଗୁଣ୍ଡ ଉଡି ଲୋକେ ଅତିଷ୍ଠ ହୋଇଗଲେଣି । ସାଇଡିଂ ଅଞ୍ଚଳରେ ନିୟମିତ ପାଣି ଛିଞ୍ଚନ ପାଇଁ ଦାବି ହେଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ । ଏହାକୁ ନେଇ ଏକାଧିକ ଥର ଅଞ୍ଚଳର ମହିଳାମାନେ ସାଇଡିଂ ଫାଟକ ଗେଟ‌ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ମାତ୍ର କିଛି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି । ସାଇଡିଂକୁ ଘେରି ରହିଥିବା ଅଭୟନଗର, ଶାସ୍ତ୍ରୀନଗର, କାଲିନଗର, ଗାୟତ୍ରୀନଗରର ଲୋକଙ୍କ ପକ୍ଷେ ଘରେ ରହିବା ସମ୍ଭବ ହେଉନାହିଁ । ଲୋକଙ୍କ ଘରେ ଓ କଲୋନୀରେ କୋଇଲାର ବହଳିଆ ଆସ୍ତରଣ ଜମିଯାଇଥିବା ଦେଖିବାକୁ ମିଳୁଛି । ସେହିପରି ସାଇଡିଂରେ କୋଇଲା ମାସମାସ ଧରି ଜମା ହୋଇ ରହୁଥିବାରୁ ରାସାୟନିକ ପ୍ରକ୍ରିୟା ଘଟି ସବୁବେଳେ ଜଳୁଛି । ଫଳରେ ଅଞ୍ଚଳରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି । ଏହାସହ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି କୋଇଲା ସାଇଡିଂଗୁଡିକୁ ବନ୍ଦ କରିବାକୁ ବାରମ୍ବାର ଦାବି କରାଯାଉ ଥିବାବେଳେ କେବଳ ପ୍ରତିଶ୍ରୁତି ମିଳୁଥିବା ଅଭୟପୁର ଗ୍ରାମର ମହିଳାମାନେ କହିଛନ୍ତି ।

jharsuguda

୨୦୧୦ ମାର୍ଚ୍ଚ ୨୦ ତାରିଖରେ ତତ୍କାଳୀନ ଜିଲ୍ଲାପାଳ କୁଦୋପାଲି ରାସ୍ତାରେ କୋଇଲା ପରିବହନ କରା ନ ଯିବାକୁ ନିର୍ଦ୍ଦେଶ ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ଏହା ପରେ ନଜର ରଖିବାକୁ ତାଗିତ କରିଥିଲେ । ଏହାସହ ସହର ମଧ୍ୟରେ କୋଇଲା ପରିବହନ କରା ନ ଯାଇ ବାଇପାସ ରାସ୍ତା ନିର୍ମାଣ କାଯିବାକୁ କୁହାଯାଇଥିଲା । ହେଲେ ଏହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ । ୩ ଏପ୍ରିଲ ୨୦୧୦ରେ ୨ ନମ୍ୱର କୋଇଲା ଖଣିର ଅତ୍ୟାଧୁନିକ ମାନବାରୋହଣ ପ୍ରଣାଳୀକୁ କୋଲ ଇଣ୍ଡିଆ କେନ୍ଦ୍ରୀୟ ପଦାଧିକାରୀ ଉଦଘାଟନ କରିଥିଲେ । ଏହି ସମୟରେ ବ୍ରଜରାଜନଗର ଅଞ୍ଚଳବାସୀ ଉପସ୍ଥିତ ରହି କେନ୍ଦ୍ରୀୟ ଅଧିକାରୀଙ୍କୁ ପ୍ରଦୂଷଣ ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ଲାଭ ମିଳି ନ ଥିଲା । ଏ ନେଇ ଜିଲ୍ଲାପାଳ ପରମେଶ୍ୱରଂ ବିଙ୍କୁ ଯୋଗାଯୋଗ କରାଯିବାରେ ଏମସିଏଲର ବରିଷ୍ଠ ଅଧିକାରୀଙ୍କୁ ଏ ବିଷୟରେ ତାଗିତ କରାଯାଇ ନିୟମ ପାଳନ ଓ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story