ବିବାହ ପରେ ଅବସାଦରେ ଥିଲେ ଡାଏନା: ହାତକାଟି କରିଥିଲେ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜକୁମାରୀ ଡାଏନାଙ୍କର ଆଜି ୨୦ତମ ଶ୍ରାଦ୍ଧବାର୍ଷିକୀ। ଡଏନାଙ୍କୁ ନେଇ ସବୁ ବେଳେ ରୋଚକ କଥା ଶୁଣିବାକୁ ମିଳିଥାଏ। ମୃତ୍ୟୁକୁ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଯେବେ ବି ତାଙ୍କ ବିଷୟରେ କିଛି ଲେଖା ଯାଇଛି, ତାହା ଶିରୋନାମା ପାଲଟିଛି। ଆସନ୍ତୁ ଜାଣିବା ଡାଏନାଙ୍କ ସମ୍ପର୍କରେ କିଛି ଅଜଣା ତଥ୍ୟ। ପିଲାଦିନ ଓ ବିବାହ ୧୯୬୧ ଜୁଲାଇ ୧ ତାରିଖରେ ସେନ୍‌ଡ୍ରିଘମ୍‌ରେ ଡାଏନା ଜନ୍ମ ଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ମାଆ ବାପାଙ୍କର […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 07:18 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜକୁମାରୀ ଡାଏନାଙ୍କର ଆଜି ୨୦ତମ ଶ୍ରାଦ୍ଧବାର୍ଷିକୀ। ଡଏନାଙ୍କୁ ନେଇ ସବୁ ବେଳେ ରୋଚକ କଥା ଶୁଣିବାକୁ ମିଳିଥାଏ। ମୃତ୍ୟୁକୁ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଯେବେ ବି ତାଙ୍କ ବିଷୟରେ କିଛି ଲେଖା ଯାଇଛି, ତାହା ଶିରୋନାମା ପାଲଟିଛି। ଆସନ୍ତୁ ଜାଣିବା ଡାଏନାଙ୍କ ସମ୍ପର୍କରେ କିଛି ଅଜଣା ତଥ୍ୟ।

ପିଲାଦିନ ଓ ବିବାହ

୧୯୬୧ ଜୁଲାଇ ୧ ତାରିଖରେ ସେନ୍‌ଡ୍ରିଘମ୍‌ରେ ଡାଏନା ଜନ୍ମ ଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ମାଆ ବାପାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ସ୍କୁଲ ଶିକ୍ଷା ପରେ ଲଣ୍ଡନ ପଳାଇ କାମ କରିବା ଆରମ୍ଭ କରି ଦେଇଥିଲେ। ସଙ୍ଗୀତ ଡାଏନାଙ୍କର ବହୁତ ପ୍ରିୟ ଥିଲା। ସେ ପିୟାନୋ ବଜାଇବାକୁ ବହୁତ ଭଲ ପାଉଥିଲେ। ଏହି ସମୟରେ ତାଙ୍କର ପ୍ରିନ୍ସ ଚାର୍ଲ୍ସଙ୍କ ସହ ଭେଟ ହୋଇଥିଲା। ପ୍ରଥମେ ବନ୍ଧୁତ୍ୱ ଏହା ପରେ ପ୍ରେମରେ ମସଗୁଲ ହୋଇ ଯାଇଥିଲେ ଦୁହେଁ। ୧୯୮୧ ଫେବୃୟାରୀ ୨୪ ତାରିଖରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ସେତେବେଳେ ଡାଏନା ପିନ୍ଧିଥିବା ମୁଦିର ମୂଲ୍ୟ ୩୦,୦୦୦ ପାଉଣ୍ଡ ଥିଲା। ଏଥିରେ ଗୋଟିଏ ନିଲମ ଓ ୧୪ଟି ହୀରା ଲାଗିଥିଲା। ୧୯୮୧ ଜୁଲାଇ ୨୯ରେ ଉଭୟଙ୍କ ବିବାହ ହୋଇଥିଲା।

dianaପ୍ରତିବନ୍ଧକ

ହେଲେ ବିବାହ ଓ ହନିମୁନ ପରେ ସବୁକିଛି ଯେମିତି ବଦଳି ଯାଇଥିଲା। ପରିକଥା ପରି ଲାଗୁଥିବା ଏହି ପ୍ରେମ କାହାଣୀରେ ଆସିଥିଲା ବହୁ ପ୍ରତିବନ୍ଧକ। କୌଣସି କାରଣକୁ ନେଇ ପ୍ରିନ୍ସ ଚାର୍ଲ୍ସଙ୍କ ପରେ ଅସନ୍ତୁଷ୍ଟ ଥିଲେ ଡାଏନା। ସେ ଏତେ ଡିପ୍ରେସନରେ ଥିଲେ ଯେ, ନିଜ ମଣିବନ୍ଧ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ରହସ୍ୟରେ ଥିବା ଏହି କଥା ସହ ତାଙ୍କର ଅବସାଦ, ଚାର୍ଲ୍ସଙ୍କ ସହ ଝଗଡା ଓ ଚାର୍ଲ୍ସଙ୍କ ପ୍ରେମିକା କେମିଲାଙ୍କ ସମ୍ପର୍କରେ ଏକ ପୁସ୍ତକରେ ଉଲ୍ଲେଖ କରାଯାଇଛି।

ପ୍ରିନ୍‌ସେସ୍‌ ଅଫ୍‌ ୱେଲ୍ସ ତଥ୍ୟ ଅନୁସାରେ, ସେ ବହୁତ ଦୁଃଖି ଥିବା ଓ ବ୍ଲେଡରେ ନିଜ ମଣିବନ୍ଧ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି। ଡାଏନାଙ୍କର ଏହି ଆତ୍ମହତ୍ୟା ଉଦ୍ୟମକୁ ତାଙ୍କର ଜଣେ ବନ୍ଧୁ ୧୯୯୧ରେ ରେକର୍ଡ କରିଥିଲେ। ୨୦ ବର୍ଷ ଧରି ରହସ୍ୟରେ ଥିବା ଏହି କଥା ଏବେ ‘ଡାଏନା: ହର ଟ୍ରୁ ଷ୍ଟୋରୀ’ ଉଲ୍ଲେଖ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos