ନିଜ ଦେଶ ପାଇଁ କାମ କରିବାକୁ ଛାଡ଼ିଲେ ମୋଟା ଦରମାର ବିଦେଶୀ ଚାକିରି, ଛୁଆଙ୍କ ଶିକ୍ଷା ପାଇଁ କରୁଛନ୍ତି କାମ

saminabano

ଆଇଆଇଏମ୍ ବେଙ୍ଗଲୁରରେ ପାଠ ପଢ଼ୁଥିଲେ। ପଢ଼ା ଶେଷ ହେବା ପରେ ଚାକିରି କରିବାକୁ ଚାଲି ଗଲେ ଆମେରିକା। ଭଲ ଦରମାରେ ଚାକିରି ମିଳିଥିଲା। କିନ୍ତୁ କିଛି ଦିନ ଚାକିରି କଲା ପରେ ତାଙ୍କୁ ଲାଗିଲା ଯେ ସେ ନିଜ ଦେଶ ପାଇଁ ପରିଶ୍ରମ ନ କରି ଆଉ ଗୋଟିଏ ଦେଶ ପାଇଁ କରୁଛନ୍ତି। ନିଜ ଦେଶ ପାଇଁ କିଛି କରିବାକୁ ସେ ମନେ ମନେ ସ୍ଥିର କଲେ। ତା’ପରେ ଚାକିରି ଛାଡ଼ି ଭାରତ ଚାଲି ଆସିଲେ। ଏହି ଦୃଢ଼ମନା ଝିଅ ଜଣଙ୍କ ହେଉଛନ୍ତି ସମୀନା ବାନୋ।

୨୦୧୨ରେ ସମୀନା ଆମେରିକାରୁ ଫେରି ଆସିଲେ। ତାଙ୍କ ନିଷ୍ପତ୍ତିରେ ପରିବାର ଲୋକେ ଖୁସି ନ ଥିଲେ। ଝିଅ ଏକ ଭଲ ଜୀବନ ଛାଡ଼ି ଭାରତ ଫେରି ଆସିବା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ ତାଙ୍କୁ ଏଥିରେ କିଛି ଫରକ ପଡ଼ି ନଥିଲା। ସେ ନିଜ ନିଷ୍ପତ୍ତିରେ ଅଟଳ ଥିଲେ। ସେ ଦେଶରେ ଶିକ୍ଷା କ୍ଷେତ୍ରରେ କିଛି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବେଙ୍ଗଲୁର ଓ ପୁନେ ସହରକୁ ବାଛି ଥିଲେ। ତେବେ ଶୁଭେଚ୍ଛୁମାନଙ୍କ ପରାମର୍ଶକ୍ରମେ ସେ ଉତ୍ତର ପ୍ରଦେଶକୁ ନିଜର କର୍ମକ୍ଷେତ୍ର ଭାବେ ବାଛିଲେ। ଲକ୍ଷ୍ନୌରେ ଏକ ଘର ଭଡ଼ା ନେଇ କାମ ଆରମ୍ଭ କରି ଦେଲେ।

ଉତ୍ତର ପ୍ରଦେଶରେ ବିନୋଦ ଯାଦବଙ୍କ ସହ ତାଙ୍କର ଭେଟ ହେଲା। ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବିନୋଦଙ୍କର ଭଲ ଜ୍ଞାନ ଥିଲା। ସମୀନାଙ୍କୁ ସେ ବହୁତ ସାହାଯ୍ୟ କରିଥିଲେ।

ବିନୋଦଙ୍କ ସହ ମିଶି ସମୀନା ସ୍ଥାପନ କଲେ ‘ଭାରତ ଅଭ୍ୟୁଦୟ ଫାଉଣ୍ଡେସନ୍‌’। ଏହି ସଂଗଠନ ମାଧ୍ୟମରେ ସେ ବସ୍ତିରେ ରହୁଥିବା ଗରିବ ପିଲାମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ। ପ୍ରାରମ୍ଭରେ ସେ ୫୦ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।

ଶିକ୍ଷା ଅଧିକାରୀ ପାଇଁ ତାଙ୍କର ଲଢ଼େଇ ଭଲ ଫଳ ଦେଇଛି। ଦୁଇ ବର୍ଷ ଧରି ଲଗାତାର ଉଦ୍ୟମ କରିବା ପରେ ଉତ୍ତର ପ୍ରଦେଶର ୫୦ଟି ଜିଲ୍ଲାର ୨୦ ହଜାର ଗରିବା ପିଲା ତିନି ହଜାର ଘରୋଇ ସ୍କୁଲ୍‌ରେ ନାମ ଲେଖାଇଥିଲେ। କିନ୍ତୁ ଏ ଲଢ଼େଇ ଏତେ ସହଜ ନ ଥିଲା। ଲଗାତାର ପ୍ରୟାସ ଯୋଗୁଁ ୨୦୧୫ରେ ୪୪୦୦ ଗରିବ ଛୁଆଙ୍କୁ ପ୍ରାଇଭେଟ୍ ସ୍କୁଲ୍‌ରେ ନାମ ଲେଖାଇବାକୁ ସୁଯୋଗ ମିଳିଥିଲା। ଏହି ସିଟ୍‌ଗୁଡ଼ିକରେ ପୂର୍ବରୁ ମାତ୍ର ୧୦୮ ଜଣ ପିଲାଙ୍କର ନାମ ଲେଖା ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୧୫,୬୪୬ ଛୁଇଁ ଥିଲା।

 

 

 

 

Previous ArticleNext Article

Send this to a friend