ଦ୍ୱାଦଶ ଶ୍ରେଣୀରେ ୯୯.୯% ରଖିଥିବା ଏ ଛାତ୍ର ଜଣଙ୍କ ବାଛି ନେଲେ ଏହି କ୍ୟାରିୟର...ପଢ଼ି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଅହମଦାବାଦ: ଦେଶରେ ଏବେ ବିଭିନ୍ନ ବୋର୍ଡ ପରୀକ୍ଷାର ଫଳ ପ୍ରକାଶ ପାଉଛି। ସବୁଆଡ଼େ ନାମଲେଖା ମାହୋଲ। ଗୋଟିଏ ଗୋଟିଏ ନମ୍ବର ପାଇଁ ହେଉଛି ଲଢ଼େଇ। ଏଭଳି ଏକ ସମୟରେ ଯଦି ଆପଣ ଶୁଣିବେ ଯେ ଦ୍ୱାଦଶ ଶ୍ରେଣୀର ଜଣେ ପିଲା ୯୯.୯% ନମ୍ବର ରଖିଛି, ତା’ହେଲେ ନିଶ୍ଚିତ ଭାବିବେ ଯେ ସେ ଇଞ୍ଜିନିୟରିଂ ବା ଡାକ୍ତରୀ ପଢ଼ିବ। ଏପରିକି ପରବର୍ତ୍ତୀ ସମୟରେ ସେ ଆଇଏଏସ୍‌, ଆଇଏଫ୍‌ଏସ୍ ଅବା ଆଇପିଏସ୍‌ ହେବାକୁ ମନ ବଳାଇବ। କିନ୍ତୁ ଗୁଜରାଟର ଅହମଦାବାଦ […]

monk

monk

Rakesh Mallick
  • Published: Wednesday, 07 June 2017
  • Updated: 08 June 2017, 08:33 PM IST

Sports

Latest News

ଅହମଦାବାଦ: ଦେଶରେ ଏବେ ବିଭିନ୍ନ ବୋର୍ଡ ପରୀକ୍ଷାର ଫଳ ପ୍ରକାଶ ପାଉଛି। ସବୁଆଡ଼େ ନାମଲେଖା ମାହୋଲ। ଗୋଟିଏ ଗୋଟିଏ ନମ୍ବର ପାଇଁ ହେଉଛି ଲଢ଼େଇ। ଏଭଳି ଏକ ସମୟରେ ଯଦି ଆପଣ ଶୁଣିବେ ଯେ ଦ୍ୱାଦଶ ଶ୍ରେଣୀର ଜଣେ ପିଲା ୯୯.୯% ନମ୍ବର ରଖିଛି, ତା’ହେଲେ ନିଶ୍ଚିତ ଭାବିବେ ଯେ ସେ ଇଞ୍ଜିନିୟରିଂ ବା ଡାକ୍ତରୀ ପଢ଼ିବ। ଏପରିକି ପରବର୍ତ୍ତୀ ସମୟରେ ସେ ଆଇଏଏସ୍‌, ଆଇଏଫ୍‌ଏସ୍ ଅବା ଆଇପିଏସ୍‌ ହେବାକୁ ମନ ବଳାଇବ। କିନ୍ତୁ ଗୁଜରାଟର ଅହମଦାବାଦ ସହରର ୧୭ ବର୍ଷର ବର୍ଷିଲ ଶାହଙ୍କ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଦ୍ୱାଦଶ ଶ୍ରେଣୀରେ ୯୯.୯% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଗୁଜରାଟ ବୋର୍ଡରେ ସେ ଟପ୍ ହୋଇଛନ୍ତି। କିନ୍ତୁ କ୍ୟାରିୟର ନେଇ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେ ଡାକ୍ତର, ଇଞ୍ଜିନିୟର ଅବା କୌଣସି ସରକାରୀ ଅଧିକାରୀ ହେବାକୁ ଚାହାଁନ୍ତି ନାହିଁ। ସେ ଜଣେ ଜୈନ ଭିକ୍ଷୁକ ହେବାକୁ ଚାହାଁନ୍ତି। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ତାଙ୍କ ମାମୁଁ ନୟନଭାଇ ସୁଥାରୀ କହିଛନ୍ତି ଯେ ଜୁନ୍ ୮ ତାରିଖରେ ବର୍ଷିଲ ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିବେ। ଗାନ୍ଧୀନଗରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

monkଫଳାଫଳ ବାହାରିବା ପରେ ବର୍ଷିଲଙ୍କ ପରିବାର ଖୁସି ପ୍ରକାଶ କରିଥିଲା। କିନ୍ତୁ ଏହାକୁ ନେଇ ସେମାନଙ୍କ ଘରେ ଉତ୍ସବର ମାହୋଲ ନ ଥିଲା। କାରଣ ତାଙ୍କ ବାପାମା’ ବି ଭାରି ଧାର୍ମିକ ଲୋକ। ଭୌତିକ ଜୀବନରୁ ସେମାନେ ଦୂରେଇ ରହନ୍ତି। ବର୍ଷିଲଙ୍କ ବାପାମା’ ଭାରି ଖୁସି ଯେ ସେମାନଙ୍କ ପୁଅ ଜୈନ ଭିକ୍ଷୁକ ହେବାକୁ ଯାଉଛନ୍ତି।

ରିପୋର୍ଟ ଓ ଫଟୋ- ଏନ୍‌ଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos