ଅନ୍‌ଲାଇନ୍‌ରେ ନିଜ ପିଲାକୁ ବିକି ଦେଲେ ଦମ୍ପତି

ଆଜିକାଲି ଅନଲାଇନ ସପିଂର ନିଶା ସମସ୍ତଙ୍କୁ ଘାରିଛି। ଘରେ ବସି ଯେକୌଣସି ଜିନିଷ ଆପଣ ଅନ୍‌ଲାଇନ୍‌ରେ କିଣି ପାରୁଛନ୍ତି। ଏପରି ଅନ୍‌ଲାଇନ୍‌ ସପିଂ ପାଇଁ ବହୁତ ଗୁଡିଏ ସାଇଟ୍‌ ରହିଛି। ହେଲେ ଅନ୍‌ଲାଇନ୍‌ରେ ପିଲା ବିକ୍ରି କଥା କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କାରଣ ପିଲା ବିକ୍ରିକୁ ଭାରତ ସମେତ ପ୍ରାୟ ସବୁ ଦେଶରେ ଅପରାଧ ବୋଲି ବିବେଚନା କରାଯାଇଥାଏ। ହେଲେ ଚୀନ୍‌ରେ ଏପରି ଘଟଣା ଘଟିଛି। ଏକ ଦମ୍ପତି ଅନ୍‌ଲାଇନ୍‌ରେ ନିଜ ପିଲା ବିକ୍ରି […]

china

china

Rakesh Mallick
  • Published: Friday, 04 August 2017
  • Updated: 04 August 2017, 06:20 PM IST

Sports

Latest News

ଆଜିକାଲି ଅନଲାଇନ ସପିଂର ନିଶା ସମସ୍ତଙ୍କୁ ଘାରିଛି। ଘରେ ବସି ଯେକୌଣସି ଜିନିଷ ଆପଣ ଅନ୍‌ଲାଇନ୍‌ରେ କିଣି ପାରୁଛନ୍ତି। ଏପରି ଅନ୍‌ଲାଇନ୍‌ ସପିଂ ପାଇଁ ବହୁତ ଗୁଡିଏ ସାଇଟ୍‌ ରହିଛି। ହେଲେ ଅନ୍‌ଲାଇନ୍‌ରେ ପିଲା ବିକ୍ରି କଥା କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କାରଣ ପିଲା ବିକ୍ରିକୁ ଭାରତ ସମେତ ପ୍ରାୟ ସବୁ ଦେଶରେ ଅପରାଧ ବୋଲି ବିବେଚନା କରାଯାଇଥାଏ। ହେଲେ ଚୀନ୍‌ରେ ଏପରି ଘଟଣା ଘଟିଛି। ଏକ ଦମ୍ପତି ଅନ୍‌ଲାଇନ୍‌ରେ ନିଜ ପିଲା ବିକ୍ରି କରି ଏବେ ଜେଲ୍‌ରେ ଅଛନ୍ତି।

ରିପୋର୍ଟ ଅନୁସାରେ ଚୀନ୍‌ର ୟାଙ୍ଗଝୁରେ ରହୁଥିବା ଦମ୍ପତି ନିଜ ପିଲାକୁ ବିକ୍ରି କରିବା ପାଇଁ ଇନଷ୍ଟାଣ୍ଟ୍ ମେସେଞ୍ଜର QQ ର ସାହାଯ୍ୟ ନେଇଛନ୍ତି। ନ୍ୟୁଟ୍ରିସନ୍ ଫି ନାଁରେ ପିଲାର ଦାମ୍ ୪୦,୦୦୦ ୟୁଆନ (ଭାରତୀୟ ମୁଦ୍ରାରେ ୩ ଲକ୍ଷ ୮୦ ହଜାର ଟଙ୍କା) ରଖାଯାଇଥିଲା।

ଗୁରୁତ୍ୱର କଥା ହେଲା ଏହି ଦମ୍ପତି ଦୁଇଟି ପରିବାର ପାଖରୁ ପିଲା ବିକ୍ରି ପାଇଁ ଟଙ୍କା ନେଇ ଯାଇଥିଲେ। ହେଲେ ସେମାନଙ୍କୁ ପିଲା ଦେବା ବଦଳରେ ତୃତୀୟ ପରିବାର ଯିଏ କି ୬୦,୦୦୦ ୟୁଆନ (ପ୍ରାୟ ୬ ଲକ୍ଷ ଟଙ୍କା) ଦେଇଥିଲେ ତାଙ୍କୁ ଦେଇ ଦେଇଥିଲେ।

ଘଟଣା ଜଣାପଡିବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଦେଇଥିଲା। ପଚରାଉଚରା ବେଳେ ଦମ୍ପତି କହିଥିଲେ ଏହା ତାଙ୍କର ଚତୁର୍ଥ ପିଲା ଥିଲା। ସେମାନେ ପିଲାର ଭରଣପୋଷଣ କରିବାକୁ ସକ୍ଷମ ନଥିବାରୁ ବିକ୍ରି କରିବାକୁ ଚାହୁଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos