ଟ୍ୱିଟରରେ ପ୍ରେମ ‘ଟ୍ୱିଟର ଥିମ୍‌’ରେ ବିବାହ: ସୋସିଆଲ୍‌ ମିଡିଆରୁ ସଂସାର

କିଏ କେତେବେଳେ କେମିତି ଓ କେଉଁ ପରିସ୍ଥିତିରେ ପ୍ରେମରେ ପଡିବେ କହିବା ମୁସ୍କିଲ। ପ୍ରେମ ବିବାହ କରିବାର ବହୁ ଉପାୟ ରହିଛି। ଟ୍ୱିଟ୍‌ରରୁ ସାକ୍ଷାତ, ଏହାପରେ ପ୍ରେମ ଓ ବିବାହ ବହୁ ଲୋକଙ୍କ ଭାଗ୍ୟରେ ଜୁଟିଛି। ହେଲେ କେବେ ଭାବିଛନ୍ତି ଟ୍ୱିଟ୍‌ର ମାଧ୍ୟମରେ ପ୍ରେମଠାରୁ ଆରମ୍ଭ କରି ବିବାହ ଓ ଭୋଜି ସବୁ ଟ୍ୱିଟ୍‌ର ଥିମ୍‌ରେ କରିବେ ବୋଲି। ଅଞ୍ଜୁ ପଟେଲ ଏବଂ ସୁମିତ ଡାଲମିଆ ଏପରି କରି ଦେଖାଇଛନ୍ତି। ଏଥିପାଇଁ ସେମାନେ ‘ଟ୍ୱିଟ୍‌ର ଥିମ୍‌’ର ବ୍ୟବହାର […]

8

8

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 07:41 PM IST

କିଏ କେତେବେଳେ କେମିତି ଓ କେଉଁ ପରିସ୍ଥିତିରେ ପ୍ରେମରେ ପଡିବେ କହିବା ମୁସ୍କିଲ। ପ୍ରେମ ବିବାହ କରିବାର ବହୁ ଉପାୟ ରହିଛି। ଟ୍ୱିଟ୍‌ରରୁ ସାକ୍ଷାତ, ଏହାପରେ ପ୍ରେମ ଓ ବିବାହ ବହୁ ଲୋକଙ୍କ ଭାଗ୍ୟରେ ଜୁଟିଛି। ହେଲେ କେବେ ଭାବିଛନ୍ତି ଟ୍ୱିଟ୍‌ର ମାଧ୍ୟମରେ ପ୍ରେମଠାରୁ ଆରମ୍ଭ କରି ବିବାହ ଓ ଭୋଜି ସବୁ ଟ୍ୱିଟ୍‌ର ଥିମ୍‌ରେ କରିବେ ବୋଲି।

ଅଞ୍ଜୁ ପଟେଲ ଏବଂ ସୁମିତ ଡାଲମିଆ ଏପରି କରି ଦେଖାଇଛନ୍ତି। ଏଥିପାଇଁ ସେମାନେ ‘ଟ୍ୱିଟ୍‌ର ଥିମ୍‌’ର ବ୍ୟବହାର କରିଥିଲେ। ଏହି ଟ୍ୱିଟ୍‌ର ଥିମ୍‌ର ଆଇଡିଆ ଅଞ୍ଜୁଙ୍କର ଥିଲା। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରପୋଜ୍‌ ଠାରୁ ଆରମ୍ଭ କରି ବିବାହ କାର୍ଡ, ଭୋଜି ନିମନ୍ତ୍ରଣ ସବୁ ଥିଲା ଟ୍ୱିଟ୍‌ର ଥିମ୍‌ରେ।

4ସୁମିତଙ୍କ ଏକ ଟ୍ୱିଟ୍‌ରେ ଅଞ୍ଜୁଙ୍କ ସହ ପରିଚୟ ହୋଇଥିଲା। ଇମେଲ, ମେସେଜ ଓ ଫୋନ କଲରୁ ସମ୍ପର୍କ ଆଗକୁ ବଢିଥିଲା। ମାସେ ଧରି ସୋସିଆଲ ମିଡିଆରେ କଥା ହେବା ପରେ ସୁମିତ ଏବଂ ଅଞ୍ଜୁ ଏକ ଫୁଡପାର୍କରେ ପରସ୍ପରକୁ ଭେଟିବାକୁ ସ୍ଥିର କରିଥିଲେ। ଏକ ବର୍ଷର ବନ୍ଧୁତ୍ୱ ପରେ ସେମାନେ ଡେଟିଂ କରିବା ଆରମ୍ଭ କରିଥିଲେ।

ଟ୍ୱିଟ୍‌ରୁ ପ୍ରେମ ହୋଇଥିବାରୁ ସେମାନଙ୍କ ବିବାହକୁ ଟ୍ୱିଟର ମାଧ୍ୟମରେ ବନ୍ଧୁମାନଙ୍କ ସହ ବାଣ୍ଟିବାକୁ ସ୍ଥିର କରିଥିଲେ। ଏଥିପାଇଁ ଏକ ‘ଟ୍ୱିଟ୍‌ର ଥିମ୍‌’ କରିବାକୁ ଅଞ୍ଜୁ ସୁମିତଙ୍କୁ କହିଥିଲେ।

3ସୁମିତ ଟ୍ୱିଟରର ଥିମ୍‌ ଆରମ୍ଭ କରିଥିଲେ ଟ୍ୱିଟ୍‌ର କେକ୍‌ରୁ। ଏହି କେକ୍‌ ଜରିଆରେ ସେ ଗେଷ୍ଟଙ୍କୁ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏହାସହ ସେ ବିବାହ ପାଇଁ ସ୍ୱତନ୍ତ୍ର ଟ୍ୱିଟ୍‌ର କାର୍ଡ ବନାଇ ଥିଲେ। ଯାହା ବେଶ ଆକର୍ଷଣୀୟ ହୋଇଥିଲା।

ବିବାହ ଭୋଜିର ମେନ୍ୟୁକାର୍ଡ ମଧ୍ୟ ସୁମିତ ଏବଂ ଅଞ୍ଜୁ ଟ୍ୱିଟ୍‌ର ଥିମ୍‌ରେ ସେୟାର କରିଥିଲେ। ଯେଉଁଥିରେ ସ୍ଥାନ ପାଇଥିଲା ବ୍ଲ୍ୟୁ ବାର୍ଡ।

2ଟ୍ୱିଟ୍‌ର ବର୍ଡଷ୍ଟଲରେ ବିବାହ ଭୋଜିରେ ଅତିଥିଙ୍କ ପାଇଁ କୋକିସ୍‌ ପ୍ରସ୍ତୁତ ହୋଇଥିଲା।

ବ୍ଲ୍ୟୁ କଟଲେଟ୍‌ ଜରିଆରେ ଏହି ବ୍ଲ୍ୟୁ ବାର୍ଡ ଅଭିନନ୍ଦନ ଜଣାଇଥିଲେ।

ଏପରିକି ହୋଟେଲ୍‌ର ଚାବିରେ ବ୍ଲ୍ୟୁ ବାର୍ଡ ଡ୍ରେସ୍‌ରେ ଏହି ଦମ୍ପତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story