ରାମଦେବଙ୍କ ସହଯୋଗୀ ବାଲକୃଷ୍ଣଙ୍କ ସମ୍ପର୍କରେ ଜାଣନ୍ତୁ ୧୦ଟି କଥା...

ଯୋଗଗୁରୁ ରାମଦେବ ଯୋଗ ଶିକ୍ଷା ପାଇଁ ହେଉ କି ପତଜ୍ଞଳି ସାମଗ୍ରୀ ପାଇଁ ହେଉ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କର ଭରପୂର ସହଯୋଗ ରହିଛି ରାମଦେବଙ୍କ ପ୍ରତି। କେବଳ ସହଯୋଗ କହିଲେ ଠିକ ହେବ ନାହିଁ। ଆଜି ଯେଉଁ ସ୍ତରକୁ ସେ ଯାଇଛନ୍ତି ସେଥିପାଇଁ ଉଭୟଙ୍କ ଯୋଗଦାନ ରହିଛି। ଆମେ କହୁଛୁ ରାମଦେବଙ୍କ ସାଥୀ ତଥା ପତଞ୍ଜଳି ଆୟୁର୍ବେଦ ସମେତ ୩୪ କମ୍ପାନୀର ଏମ୍‌ଡି ଓ ପତଞ୍ଜଳି ୟୁନିର୍ଭସିଟି ଭିସି ବାଲକୃଷ୍ଣ ସୁବେଦୀଙ୍କ […]

baba-ramdev-with-balkrishna_060617-012738

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 01:30 PM IST

Sports

Latest News

ଯୋଗଗୁରୁ ରାମଦେବ ଯୋଗ ଶିକ୍ଷା ପାଇଁ ହେଉ କି ପତଜ୍ଞଳି ସାମଗ୍ରୀ ପାଇଁ ହେଉ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କର ଭରପୂର ସହଯୋଗ ରହିଛି ରାମଦେବଙ୍କ ପ୍ରତି। କେବଳ ସହଯୋଗ କହିଲେ ଠିକ ହେବ ନାହିଁ। ଆଜି ଯେଉଁ ସ୍ତରକୁ ସେ ଯାଇଛନ୍ତି ସେଥିପାଇଁ ଉଭୟଙ୍କ ଯୋଗଦାନ ରହିଛି। ଆମେ କହୁଛୁ ରାମଦେବଙ୍କ ସାଥୀ ତଥା ପତଞ୍ଜଳି ଆୟୁର୍ବେଦ ସମେତ ୩୪ କମ୍ପାନୀର ଏମ୍‌ଡି ଓ ପତଞ୍ଜଳି ୟୁନିର୍ଭସିଟି ଭିସି ବାଲକୃଷ୍ଣ ସୁବେଦୀଙ୍କ ସମ୍ପର୍କରେ।

ବାଲକୃଷ୍ଣ ବେଶି ଚର୍ଚ୍ଚାକୁ ଆସି ନ ଥାନ୍ତି। ଯେବେ ବି ସେ ଚର୍ଚ୍ଚାକୁ ଆସିଛନ୍ତି କିଛି ବିବାଦକୁ ନେଇ ଆସିଛନ୍ତି। ତାଙ୍କ ବିଷୟରେ ବହୁତ କମ ଜାଣିଛନ୍ତି ଲୋକେ। ବାଲକୃଷ୍ଣଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ଆଜି ଜାଣିବା।

ramdev-balkrisnna୧. ରାମଦେବ ଓ ବାଲକୃଷ୍ଣଙ୍କ ପ୍ରଥମ ଗୁରୁ ଥିଲେ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ। ହରିୟାଣାର ଖାନପୁରରେ ଥିବା ଗୁରୁକୁଳରୁ ଉଭୟ ଶିକ୍ଷା ଆରମ୍ଭ କରିଥିଲେ।

୨. ବାଲକୃଷ୍ଣଙ୍କ ବାପା ଜୟ ବଲ୍ଲଭ ଏବଂ ମାତା ସୁମିତ୍ରା ନେପାଳି ଥିଲେ। ଜୟ ଉତ୍ତରାଖଣ୍ଡର ଏକ ଆଶ୍ରମରେ ସୁକ୍ୟୁରିଟ ଗାର୍ଡ ଚାକିରି କରୁଥିଲେ। ସେମାନଙ୍କ ୬ ପୁଅ ମଧ୍ୟରେ ବାଲକୃଷ୍ଣ ଜଣେ। ଜୟ ଚାକିରି ଛାଡି ଚାଷ କରିବାକୁ ନେପାଳ ନିଜ ଗାଁକୁ ପଳାଇଥିଲେ। ସେଠାରୁ ୧୨ ବର୍ଷ ବୟସରେ ବାଲକୃଷ୍ଣ ପଢିବାକୁ ହରିୟାଣା ଫେରିଥିଲେ।

୩. ଆରମ୍ଭରୁ ବାଲକୃଷ୍ଣଙ୍କର ଯୋଗ ଓ ଜଡିବୁଟି ଉପରେ ଆଗ୍ରହ ଥିଲା।

୪. କିଛିଦିନ ରାମଦେବ ଓ ବାଲକୃଷ୍ଣ ଅଲଗା ଶିକ୍ଷା ନେଇଥିଲେ। ରାମଦେବ ଅନ୍ୟ ଏକ ଗୁରୁକୁଳକୁ ପଢିବାକୁ ଯାଇଥିବା ବେଳେ ବାଲକୃଷ୍ଣ ଜଡିବୁଟି ଶିକ୍ଷା ପାଇଁ ଗଙ୍ଗୋତ୍ରୀ ଯାଇଥିଲେ। ପରେ ସେମାନେ ଏକାଠି ପୁଣି ହୋଇଥିଲେ।

୫. ୧୯୯୩ରେ ଉଭୟ ହରିଦ୍ୱାର ଫେରିବା ପରେ ରାମଦେବ ଯୋଗ ଶିଖାଇବା ଓ ବାଲକୃଷ୍ଣ ଚୂରଣ ତିଆରି ଆରମ୍ଭ କରିଥିଲେ। ଦୁଇବର୍ଷ ପରେ ‘ମଧୁସୂଦନ ଚୂର୍ଣ୍ଣ’ ଜରିଆରେ ବାଲକୃଷ୍ଣଙ୍କୁ ସଫଳତା ମିଳିଥିଲା। ଏହାକୁ ବିକିବାକୁ ଉଭୟ ଆସାମ ଯାଇଥିଲେ। ସେତେବେଳେ ବୋଡୋଲ୍ୟାଣ୍ଡ ଦାବିରେ ଆନ୍ଦୋଳନ ଚାଲିଥିଲା। ଚରମପନ୍ଥଙ୍କ ପ୍ରଭାବ ଥିବା ଜିଲ୍ଲାରେ ସେ ସମୟରେ ହଇଜା ଓ ମ୍ୟାଲେରିଆ ବ୍ୟାପିଥିଲା। ସେଠାରେ ଉଭୟ କାମ କରିବା ଆରମ୍ଭ କରିଦେଇଥିଲେ। ଅଞ୍ଚଳବାସୀ ପ୍ରଥମେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ବୋଲି ଭାବିଥିଲେ। ଏପରିକି ଉଭୟ ଚରମପନ୍ଥଙ୍କ ଟାର୍ଗେଟକୁ ଆସି ଯାଇଥିଲେ। ହେଲେ ସେମାନଙ୍କ ଚୂରଣ କାମ କରିବାରୁ ଲୋକେ ଭଲ ହେବାକୁ ଲାଗିଲେ। ଏହା ଚରମପନ୍ଥୀଙ୍କ ଭାବନାକୁ ପରିବର୍ତ୍ତନ କରିଥିଲା ଓ ସେମାନେ ଉଭୟଙ୍କ ସୁରକ୍ଷାକୁ ନିଶ୍ଚିତ କରିଥିଲେ।

୬. ରାମଦେବ ଦେଶରେ ବୁଲି ବୁଲି ଛୋଟ ଛୋଟ ଯୋଗ ଶିବିର କରୁଥିବା ବେଳେ ବାଲକୃଷ୍ଣ ହରିଦ୍ୱାର ପାଖରେ ଠିକ ସମୟକୁ ଅପେକ୍ଷା କରି ରହିଥିଲେ। ୧୯୯୭ରେ ପଣ୍ଡିତ ଦେବୀ ଦତ୍ତ ଏବଂ ତାଙ୍କ ପୁଅ ଅଖିଳେଶ ସାଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେମାନେ ବାଲକୃଷ୍ଣଙ୍କୁ ଏକ ଭଷ୍ମ ଦେଇଥିଲେ। ଏଥିରେ ବାଲକୃଷ୍ଣ ଔଷଧ ବନାଇବା ଆରମ୍ଭ କରିଥିଲେ। ହେଲେ ଅଧିକ ଔଷଧ ବନାଇବାକୁ ଅର୍ଥାଭାବ ଥିଲା। ସେ ଗୁରୁନିବାସ ଆଶ୍ରମ ଛତ୍ରପତିଙ୍କ ପାଖରୁ କିଛି ଅର୍ଥ ଉଧାର ଆଣି ଔଷଧ ବନାଇ ଥିଲେ। ତାଙ୍କ ଔଷଧ ପ୍ରସିଦ୍ଧ ହେବାରେ ଲାଗିଥିଲା।

୭. ୧୯୯୫ ଜାନୁଆରୀ ୫ରେ ରାମଦେବ ଓ ବାଲକୃଷ୍ଣ ଦିବ୍ୟଂ ଫାର୍ମାସିର ରେଜିଷ୍ଟ୍ରେସନ କରାଇଥିଲେ। କନଖଲରେ ୪ଟି ବଖରାକୁ ନେଇ କାରଖାନା ଆରମ୍ଭ ହୋଇଥିଲା। ପ୍ରଥମିକ ବିଫଳତା ପରେ ସଫଳତା ମିଳିଥିଲା। ଏବେ ଏହି ଚାରି ବଖରା ଚାରି ମହଲାରେ ପରିଣତ ହୋଇସାରିଛି। ଔଷଧ ପରେ ସେମାନେ ପ୍ରଥମ ପ୍ରଡକ୍ଟ ଭାବେ ଚବନପ୍ଲସ୍‌ ବାହାର କରିଥିଲେ।

Baba-Ramdev୮. ୨୦୦୭ରେ ରାମଦେବଙ୍କ ତୃତୀୟ ଏବଂ ଅନ୍ତିମ ଗୁରୁ ସ୍ୱମୀ ଶଙ୍କର ଦେବ ନିଖୋଜ ହୋଇଯାଇଥିଲେ। ଦିନେ ସେ ଆଶ୍ରମରୁ ବାହାରକୁ ଯାଇ ସେ ଆଉ ଫେରି ନ ଥିଲେ। ଏ ନେଇ ନିଖୋଜ ମାମଲା ରୁଜୁ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଏହି ଘଟଣାକୁ ନେଇ ବାଲକୃଷ୍ଣ ଏବଂ ରାମଦେବଙ୍କୁ ବହୁ ସମାଲୋଚିତ ହେବାକୁ ପଡିଥିଲା।

୯. ଉଭୟ ୨୦୦୬ରେ ପତଞ୍ଜଳି ଆୟୁର୍ବେଦର ସ୍ଥାପନା କରିଥିଲେ। ଏଥିପାଇଁ ଗୋବିନ୍ଦ ଅଗ୍ରୱାଲ ୧ କୋଟି, ପପ୍ପୁଲ ପିଲ୍ଲୀ ୭ କୋଟି ଟଙ୍କା ଦେଇଥିଲେ। ପ୍ରଥମେ ଔଷଧ ଓ ଡ୍ରଏ ଫୁଡ ପ୍ରସ୍ତୁତ ହୋଇଥିଲା। ପରେ ୟୁକେରେ ରହୁଥିବା ସରୱନ ଏବଂ ସୁନୀତା ପୋଦ୍ଧାର ୫୦ କୋଟି ଟଙ୍କା ଦେଇଥିଲେ। ୨୦୦୭ରେ ବ୍ୟାଙ୍କରୁ ୧୦ କୋଟି ଟଙ୍କାର ଋଣ ମଧ୍ୟ ମିଳିଥିଲା। କମ୍ପାନୀ ଭଲ ଚାଲିବା ଆରମ୍ଭ କରିଥିଲା। କମ୍ପାନୀରେ ବାଲକୃଷ୍ଣ ୯୪ ପ୍ରତିଶତ ମାଲିକ ହୋଇଥିବା ବେଳେ ୬ ପ୍ରତଶତ ମାଲିକାନା ପୋଦ୍ଧାର ପରିବାର ପାଖରେ ରହିଥିଲା। ୩ ବର୍ଷରେ ସମୂହରୁ  ୨୫୦ କୋଟି ଟଙ୍କାର ନିବେଶ ମିଳିଥିଲା। ସମୂହର ନୂଆ କମ୍ପାନୀରେ ରାମଦେବଙ୍କ ଭାଇ ରାମଭରତଙ୍କର ମଧ୍ୟ କିଛି ମାଲିକାନା ଅଛି।

୧୦. ଫୋବର୍ସ ଅନୁସାରେ ବାଲକୃଷ୍ଣ ଏବେ ୨୫,୬୦୦ କୋଟି ଟଙ୍କାର ମାଲିକ। ଭାରତୀୟ ଧନୀ ତାଲିକାରେ ସେ ୪୮ତମ ସ୍ଥାନରେ ଅଛନ୍ତି। ଅନ୍‌ଲିମିଟେଡ କମ୍ପାନୀରେ ୯୮.୫ ପ୍ରତିଶତ ମାଲିକ ହେଉଛନ୍ତି ବାଲକୃଷ୍ଣ।

ନେପାଳର ଏକ ଗରିବ ଘରୁ ୧୨ ବର୍ଷ ବୟସରେ ଭାରତ ଆସିଥିବା ବାଲକୃଷ୍ଣଙ୍କର ଏ ହେଉଛି ସଂଘର୍ଷପୂର୍ଣ୍ଣ ସଫଳତାର କାହାଣୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story