ଲୁଲୁସେନା ନୁହେଁ ଧର୍ମେନ୍ଦ୍ର ସେନା ? ଗୋଟେ ହାତରେ ଅଣ୍ଡା, ଆର ହାତରେ ପଦ୍ମ !

ଲୁଲୁ ଭାଇ କଂଗ୍ରେସର ଚୋଖା ନେତା ଥିଲେ। ତାଙ୍କର ଅକାଳ ଦେହାନ୍ତ ରାଜ୍ୟ ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତେବେ ତାଙ୍କ ନାଁରେ ସୃଷ୍ଟି ହୋଇଥିବା ଲୁଲୁ ସେନା ଓ ତାଙ୍କ ଝିଅ ଓ ଭାଇ ଏବେ ବିଜେପିକୁ ଚାଲି ଯାଇଛନ୍ତି। ଆପଣଙ୍କର ମନେ ଥିବ, ବାହୁବଳ ପ୍ରଦର୍ଶନରେ ଲୁଲୁସେନାର ସ୍ଥାନ ଆଗରେ। ଏହି ସେନା ଅଣ୍ଡାମାଡ଼ କରି ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି। ଦିନେ ଏମାନେ ବିଜେଡି ଓ ବିଜେପି ବାଲାଙ୍କୁ ଅଣ୍ଡା ମାରି ନାକେଦମ୍ […]

KAHU KAHU KAHIDELI-9

KAHU KAHU KAHIDELI-9

Ordigital Desk
  • Published: Tuesday, 17 October 2017
  • Updated: 17 October 2017, 03:27 PM IST

Sports

Latest News

ଲୁଲୁ ଭାଇ କଂଗ୍ରେସର ଚୋଖା ନେତା ଥିଲେ। ତାଙ୍କର ଅକାଳ ଦେହାନ୍ତ ରାଜ୍ୟ ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତେବେ ତାଙ୍କ ନାଁରେ ସୃଷ୍ଟି ହୋଇଥିବା ଲୁଲୁ ସେନା ଓ ତାଙ୍କ ଝିଅ ଓ ଭାଇ ଏବେ ବିଜେପିକୁ ଚାଲି ଯାଇଛନ୍ତି। ଆପଣଙ୍କର ମନେ ଥିବ, ବାହୁବଳ ପ୍ରଦର୍ଶନରେ ଲୁଲୁସେନାର ସ୍ଥାନ ଆଗରେ। ଏହି ସେନା ଅଣ୍ଡାମାଡ଼ କରି ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି। ଦିନେ ଏମାନେ ବିଜେଡି ଓ ବିଜେପି ବାଲାଙ୍କୁ ଅଣ୍ଡା ମାରି ନାକେଦମ୍ କରିଥିଲେ। କିନ୍ତୁ ଏବେ ବିଜେପି ବାଲାଙ୍କର ଆଉ ସେ ଡର ନାହିଁ। କାରଣ ଏବେ ସେନାର ସୈନିକମାନେ ହାତରେ ଅଣ୍ଡା ବଦଳରେ ପଦ୍ମ ଧରି ବୁଲୁଛନ୍ତି। ଆଉ କେତେକ ନିନ୍ଦୁକ କହୁଛନ୍ତି, ଓଡ଼ିଶାର ନବୀନ ଦୁର୍ଗର ପତନ କରିବାକୁ ଆଗକୁ ବିଜେପିର କିଛି ଅଣ୍ଡା ମରାଳି ବାଣୁଆ ଦରକାର। ବୋଧହୁଏ ଲୁଲୁ ସେନାର ସୈନିକମାନେ ସେଇ କାମ କରିବେ। ବିଜେପି ବାଲାଙ୍କୁ ଆମର ଗୋଟେ ଛୋଟିଆ ପରାମର୍ଶ, ଏହାକୁ ଆଉ ଲୁଲୁସେନା ନରଖି ଧର୍ମେନ୍ଦ୍ର ସେନା କରି ଦିଅନ୍ତୁ। ଏହାର ସୈନିକମାନେ ପଦ୍ମତଳେ ଅଣ୍ଡା ଲୁଚେଇ ବିଜେଡି ନେତାଙ୍କୁ ଫିଙ୍ଗିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos