ଭାରତ ସପକ୍ଷରେ ରାଞ୍ଚି ଟେଷ୍ଟ

4th day

ରାଞ୍ଚି: ରାଞ୍ଚି ଟେଷ୍ଟ ଏବେ ବେସ୍‌ ରୋମାଞ୍ଚକର ହେବାକୁ ଲାଗିଛି । ଇଣ୍ଡିଆ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ପ୍ରଥମ ଇଂନିସ୍‌ରେ ଅଷ୍ଟ୍ରେଲିଆର ୪୫୧ରନ ଜବାବରେ ଇଣ୍ଡିଆ ୬୦୩ରନର ଏକ ବିଶାଳ ସ୍କୋର କରି ପାଳି ଘୋଷଣା କରିଛି । ଯେଉଁଥିରେ ଇଣ୍ଡିଆ ୧୫୨ରନର ଆଗୁଆ ରହିଛି । ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ଦ୍ୱିଶତକ ହାସଲ କରିଥିବା ବେଳେ ରିଦ୍ଧିମାନ ଶାହା ଶତକ ହସଲ କରିଥିଲେ । ୪ର୍ଥ ଦିନର ଖେଳ ଶେଷ ସୁଧା ଅଷ୍ଟ୍ରେଲିଆ ୨ୱିକେଟ୍‌ ହରାଇ ୨୩ରନ କରିପାରିଛି । ରବିନ୍ଦ୍ର ଜାଡେଜା ଏହି ଦୁଇଟି ୱିକେଟ୍‌ ନେଇଛନ୍ତି । ଶେଷ ଦିନରେ ପିଚ୍‌ ବୋଲରଙ୍କୁ ସୁହାଉଥିବାରୁ ପ୍ରଥମରୁ ଆକ୍ରାମଣତକ ବୋଲିଂ ଜାରି ରଖି ଖୁବ୍‌ କମ ରନ୍‌ ଭିତରେ ଅଷ୍ଟ୍ରେଲିଆକୁ ଆଉଟ୍‌ କରିବାକୁ ଭାରତ ଚାହିଁବ,ଅନ୍ୟପଟେ  ଅଷ୍ଟ୍ରେଲିଆ ମ୍ୟାଚକୁ ଡ୍ର ରଖିବା ପାଇଁ ଉଦ୍ୟମ କରିବ ।

SHARE THIS

RELATED ARTICLES

LEAVE COMMENT