କୋଚି ଷ୍ଟାଡିୟମରେ ଅଭ୍ୟାସ କରିପାରିବେ ଶ୍ରୀଶାନ୍ତ  

କୋଚି: ୨୦୧୩ ଆଇପିଏଲ ସ୍ପଟ୍ ଫିକ୍ସିଂ ଘଟଣାରେ ଦିଲ୍ଲୀର ଏକ କୋର୍ଟ ଶ୍ରୀଶାନ୍ତଙ୍କୁ ଦୋଷ ମୁକ୍ତ କରି ଦେବା ପରେ ତାଙ୍କର ଭଲ ବେଳେ ଆସି ଯାଇଛି। ତାଙ୍କୁ ପୁଣି ରଣଜୀ ଓ ଅନ୍ୟ ଘରୋଇ ମ୍ୟାଚଗୁଡ଼ିକରେ ଖେଳିବାକୁ ଅନୁମତି ଦେବାକୁ ବିଭିନ୍ନ କ୍ରୀଡ଼ା ସଂଗଠନଗୁଡ଼ିକ ଦାବି କରିଛନ୍ତି। ଆଉ ଏ ଭିତରେ କେରଳ ସରକାରଙ୍କ ଏକ ସଂସ୍ଥା ତାଙ୍କୁ ଏହାର କୋଚି ଷ୍ଟାଡିୟମରେ ଅଭ୍ୟାସ କରିବା ପାଇଁ ବି ଅନୁମତି ଦେଇ ଦେଇଛି। ବିସିସିଆଇ ଶ୍ରୀଶାନ୍ତଙ୍କ ଉପରୁ […]

sreeshant

sreeshant

Rakesh Mallick
  • Published: Monday, 27 July 2015
  • Updated: 27 July 2015, 01:17 PM IST

Sports

Latest News

କୋଚି: ୨୦୧୩ ଆଇପିଏଲ ସ୍ପଟ୍ ଫିକ୍ସିଂ ଘଟଣାରେ ଦିଲ୍ଲୀର ଏକ କୋର୍ଟ ଶ୍ରୀଶାନ୍ତଙ୍କୁ ଦୋଷ ମୁକ୍ତ କରି ଦେବା ପରେ ତାଙ୍କର ଭଲ ବେଳେ ଆସି ଯାଇଛି। ତାଙ୍କୁ ପୁଣି ରଣଜୀ ଓ ଅନ୍ୟ ଘରୋଇ ମ୍ୟାଚଗୁଡ଼ିକରେ ଖେଳିବାକୁ ଅନୁମତି ଦେବାକୁ ବିଭିନ୍ନ କ୍ରୀଡ଼ା ସଂଗଠନଗୁଡ଼ିକ ଦାବି କରିଛନ୍ତି। ଆଉ ଏ ଭିତରେ କେରଳ ସରକାରଙ୍କ ଏକ ସଂସ୍ଥା ତାଙ୍କୁ ଏହାର କୋଚି ଷ୍ଟାଡିୟମରେ ଅଭ୍ୟାସ କରିବା ପାଇଁ ବି ଅନୁମତି ଦେଇ ଦେଇଛି। ବିସିସିଆଇ ଶ୍ରୀଶାନ୍ତଙ୍କ ଉପରୁ ଆଜୀବନ କଟକଣା ଉଠାଇବାକୁ ଅନିଚ୍ଛା ପ୍ରକାଶ କରିବା ସତ୍ତ୍ୱେ ଏହି ସଂସ୍ଥା ତାଙ୍କୁ ତା’ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି।

କଲୁରଠାରେ ଥିବା ଜବାହାରଲାଲ ନେହେରୁ ଷ୍ଟାଡିୟମଟି ଗ୍ରେଟର କୋଚିନ୍ ଡେଭଲପମେଣ୍ଟ୍ ଅଥରିଟି (ଜିସିଡିଏ) ଅଧୀନରେ ରହିଛି। ଏହାକୁ ଆଂଶିକ ଭାବେ କେରଳ କ୍ରିକେଟ୍ ଆସୋସିଏସନକୁ ୩୦ ବର୍ଷ ପାଇଁ ଟେଷ୍ଟ୍ ମ୍ୟାଚ ଆୟୋଜନ କରିବାକୁ ମଧ୍ୟ ଲିଜ୍ ଆକାରରେ ଦିଆଯାଇଛି। କେରଳ କ୍ରିକେଟ୍ ଆସୋସିଏସନ୍ ହେଉଛି ବିସିସିଆଇର ପଞ୍ଜୀକୃତ ସଦସ୍ୟ।

ଜିସିଡିଏର ଅଧ୍ୟକ୍ଷ ଏନ୍ ଭେନୁଗୋପାଲ୍ କହିଛନ୍ତି ଯେ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଅନୁମତି ଦେବାକୁ  ଶ୍ରୀଶାନ୍ତ ଏଯାଏଁ ଆବେଦନ କରି ନାହାନ୍ତି। ଯଦି ସେ ଆବେଦନ କରନ୍ତି, ତା’ହେଲେ ନିଶ୍ଚିତ ଭାବେ ତାଙ୍କୁ ସେଠାରେ ଅଭ୍ୟାସ କରିବା ପାଇଁ ଅନୁମତି ମିଳିବ। କାରଣ ସେ ଜଣେ କେରଳୀ। ଆଉ ଦେଶର କ୍ରିକେଟ୍ ପାଇଁ ତାଙ୍କ ଯୋଗଦାନ ରହିଛି।

ଶ୍ରୀଶାନ୍ତଙ୍କ ଉପରୁ ବିସିସିଆଇ ଆଜୀବନ ବାସନ୍ଦ କଟକଣା ଉଠାଇ ନଥିବାରୁ ଏହି ଷ୍ଟାଡିୟମରେ ତାଙ୍କୁ ଅଭ୍ୟାସ କରିବାକୁ ଦେବା ପାଇଁ କେରଳ କ୍ରିକେଟ ଆସୋସିଏସନ୍ ଅନୁମତି ଦେବ ନାହିଁ ବୋଲି ପଚରାଯିବାରେ ଶ୍ରୀ ଭେନୁଗୋପାଲ୍ କହିଛନ୍ତି ଯେ ଏହି ଷ୍ଟାଡିୟମର ମାଲିକ ଜିସିଡିଏ। କିଏ ପଡ଼ିଆକୁ ଯିବ ଓ ନ ଯିବ ସେ ନିଷ୍ପତ୍ତି ଜିସିଡିଏର। ଚୁକ୍ତି ଅନୁଯାୟୀ ଯଦି କେରଳ କ୍ରିକେଟ୍ ଆସୋସିଏସନ କହିବ ଯେ ନିକଟ ଭବିଷ୍ୟତରେ ଷ୍ଟାଡିୟମରେ ଟେଷ୍ଟ୍ ମ୍ୟାଚ ଆୟୋଜନ କରିବାର ଅଛି, ତା’ହେଲେ ସେହି ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଷ୍ଟାଡିୟମକୁ ସେମାନଙ୍କ ନିୟନ୍ତ୍ରଣକୁ ଛାଡ଼ି ଦିଆଯିବ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ବିସିସିଆଇ କେରଳ ପ୍ରତି ସାବତ ମା’ ସଦୃଶ ଆଚରଣ କରୁଛି। ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ କୋଚି ଷ୍ଟାଡିୟମକୁ ଭେନ୍ୟୁ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story