ନାଦାଲ ପୁଣି ହାରିଲେ

ବାର୍ସେଲୋନା: ଗତ ସପ୍ତାହରେ ଶେଷ ହୋଇଥିବା ମୋଣ୍ଟେ କାର୍ଲୋ ମାଷ୍ଟରସ୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରୁ ବିଦା ହୋଇଥିଲେ ରାଫେଲ ନାଦାଲ। ତା’ପରେ ତାଙ୍କର ନଜର ଥିଲା ବାର୍ସେଲୋନା ଓପନ୍ ଉପରେ। ଏହି ଓପନକୁ ଜିତି ସେ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଥିଲେ। ଏହି ଓପନ୍ ଜିତିବା ନେଇ ସେ ନିଶ୍ଚିତ ଥିବା ମଧ୍ୟ କହିଥିଲେ। କିନ୍ତୁ ବାର୍ସେଲୋନା ଓପନର ପ୍ରାରମ୍ଭରୁ ତାଙ୍କୁ ଲାଗିଛି ଝଟକା। ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିପାରି ନ ଥିବା ନାଦାଲ ଗତକାଲି […]

nadal

nadal

Rakesh Mallick
  • Published: Friday, 24 April 2015
  • Updated: 24 April 2015, 11:11 AM IST

Sports

Latest News

ବାର୍ସେଲୋନା: ଗତ ସପ୍ତାହରେ ଶେଷ ହୋଇଥିବା ମୋଣ୍ଟେ କାର୍ଲୋ ମାଷ୍ଟରସ୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରୁ ବିଦା ହୋଇଥିଲେ ରାଫେଲ ନାଦାଲ। ତା’ପରେ ତାଙ୍କର ନଜର ଥିଲା ବାର୍ସେଲୋନା ଓପନ୍ ଉପରେ। ଏହି ଓପନକୁ ଜିତି ସେ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଥିଲେ। ଏହି ଓପନ୍ ଜିତିବା ନେଇ ସେ ନିଶ୍ଚିତ ଥିବା ମଧ୍ୟ କହିଥିଲେ। କିନ୍ତୁ ବାର୍ସେଲୋନା ଓପନର ପ୍ରାରମ୍ଭରୁ ତାଙ୍କୁ ଲାଗିଛି ଝଟକା। ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିପାରି ନ ଥିବା ନାଦାଲ ଗତକାଲି ଇଟାଲୀର ଫାବିଓ ଫୋଗ୍ନିନିଙ୍କଠାରୁ ୬-୪, ୭-୬ରେ ହାରି ଯାଇଥିଲେ। ଏହା ସହିତ ଫାବିଓ ପହଞ୍ଚି ଯାଇଛନ୍ତି କ୍ୱାଟର ଫାଇନାଲରେ। ସେଥିରେ ସେ ପାବଲୋ ଆଣ୍ଡୁଜାରଙ୍କୁ ଭେଟିବେ। ଅନ୍ୟପକ୍ଷରେ ବାର୍ସେଲୋନା ଓପନକୁ ନବମ ଥର ହାତେଇବା ନେଇ ନାଦାଲଙ୍କ ସ୍ୱପ୍ନ ଚୂରମାର ହୋଇଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ନାଦାଲ ଏହି ଓପନରେ ୮ ଥର ଚାମ୍ପିଅନ ହୋଇଥିଲେ।

ପୂର୍ବରୁ ନାଦାଲ ଓ ଫାବିଓ ପରସ୍ପରଙ୍କୁ ୫ଟି ମ୍ୟାଚରେ ଭେଟିଥିଲେ । ଏଥିରୁ ନାଦାଲ ୪ଟି ଜିତିଥିବା ବେଳେ ଫାବିଓ ଗୋଟିଏ ଜିତି ଥିଲେ । ଚଳିତ ସିଜିନରେ ରିଓ ଡା ଜାନେରିଓରେ କ୍ଲେ କୋର୍ଟରେ ଫାବିଓଙ୍କଠାରୁ ହାରିଯାଇଥିଲେ ନାଦାଲ ।

ଗତକାଲିର ପରାଜୟ ସହିତ ୨୦୧୫ରେ ନାଦାଲ ଖେଳିଥିବା ୭ଟି ଟୁର୍ଣ୍ଣାମେଣ୍ଟରୁ ମାତ୍ର ଥରୁଟିଏ ଜଣେ ଟପ୍ ଟେନ୍ ଖେଳାଳିଙ୍କୁ ପରାସ୍ତ କରିଛନ୍ତି । ପୁଣି ୨୦୦୩ ପରଠାରୁ ପ୍ରଥମ ଥର ପାଇଁ କ୍ଲେ କୋର୍ଟରେ ତାଙ୍କର ଶେଷ ତିନୋଟି ମ୍ୟାଚରୁ ଦୁଇଟିରେ ହାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos