ୱିମ୍ବଲଡନ୍: ଫାଇନାଲରେ ଫେଡେରର-ଜୋକୋଭିକ୍ ମୁକାବିଲା

ଲଣ୍ଡନ: ୱିମ୍ବଲଡନର ପୁରୁଷ ସିଙ୍ଗିଲ୍ ଫାଇନାଲରେ ଏଥର ପୁଣି ମୁକାବିଲା ହେବ ସାତ ଥର ଚାମ୍ପିଅନ୍ ରୋଜର ଫେଡେରର ଓ ଡିଫେଣ୍ଡିଂ ଚାମ୍ପିଅନ୍ ନୋଭାକ ଜୋକୋଭିକଙ୍କ ମଧ୍ୟରେ। ଗତ ବର୍ଷ ବି ଏଦୁହିଁଙ୍କ ମଧ୍ୟରେ ହୋଇଥିଲା ଫାଇନାଲ। ଆଉ ବାଜି ମାରି ନେଇଥିଲେ ଜୋକୋଭିକ୍। ଫେଡେରର ଓ ଜୋକୋଭିକ୍ ଆଜି ସେମି ଫାଇନାଲ ମ୍ୟାଚଗୁଡ଼ିକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେମି ଫାଇନାଲରେ ଜୋକୋଭିକ୍ ଜିତିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲରେ ଜିତିଥିଲେ ଫେଡେରର। […]

ferder

ferder

Rakesh Mallick
  • Published: Friday, 10 July 2015
  • Updated: 11 July 2015, 07:24 AM IST

Sports

Latest News

ଲଣ୍ଡନ: ୱିମ୍ବଲଡନର ପୁରୁଷ ସିଙ୍ଗିଲ୍ ଫାଇନାଲରେ ଏଥର ପୁଣି ମୁକାବିଲା ହେବ ସାତ ଥର ଚାମ୍ପିଅନ୍ ରୋଜର ଫେଡେରର ଓ ଡିଫେଣ୍ଡିଂ ଚାମ୍ପିଅନ୍ ନୋଭାକ ଜୋକୋଭିକଙ୍କ ମଧ୍ୟରେ। ଗତ ବର୍ଷ ବି ଏଦୁହିଁଙ୍କ ମଧ୍ୟରେ ହୋଇଥିଲା ଫାଇନାଲ। ଆଉ ବାଜି ମାରି ନେଇଥିଲେ ଜୋକୋଭିକ୍।

ଫେଡେରର ଓ ଜୋକୋଭିକ୍ ଆଜି ସେମି ଫାଇନାଲ ମ୍ୟାଚଗୁଡ଼ିକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେମି ଫାଇନାଲରେ ଜୋକୋଭିକ୍ ଜିତିଥିବା ବେଳେ ଦ୍ୱିତୀୟ ସେମି ଫାଇନାଲରେ ଜିତିଥିଲେ ଫେଡେରର।

୭ ଥର ୱିମ୍ବଲଡନ ଚାମ୍ପିଅନ୍ ଫେଡେରର ୭-୫,୭-୫ ଓ ୬-୪ରେ ତିନି ନମ୍ବର ମାନ୍ୟତାପ୍ରାପ୍ତ ଆଣ୍ଡି ମୁରେଙ୍କ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମି ଫାଇନାଲରେ ଫ୍ରାନ୍ସର ରିଚାର୍ଡ ଗାସକୁଏଟଙ୍କୁ ୭-୬ (୭/୨), ୬-୪, ୬-୪ରେ ହରାଇ ସେ ଗତ ୫ ବର୍ଷରେ ଚତୁର୍ଥ ଥର ପାଇଁ ୱିମ୍ବଲଡନର ଫାଇନାଲରେ ପହଞ୍ଚିଯାଇଛନ୍ତି। ତା’ସହିତ ପ୍ରଥମ ଥର ପାଇଁ ଜୋକୋଭିକ୍ ଗୋଟିଏ ବର୍ଷରେ ୱିମ୍ବଲଡନ, ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି।

ସେ ତାଙ୍କର ତୃତୀୟ ୱିମ୍ବଲଡନ ଟାଇଟଲ୍ ପାଇଁ ଫାଇନାଲରେ ଲଢ଼ିବେ। ସେ ଏହି ଟାଇଟଲକୁ ପୁଣି ଜିତିଲେ ନିଜ କ୍ୟାରିୟରେ ନବମ ଥର ପାଇଁ ଏକ ବଡ଼ ଟାଇଟଲ ଜିତିବେ।

ଗତବର୍ଷ (୨୦୧୪) ଜୋକୋଭିକ୍ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିଥିଲେ। ରୋଜର ଫେଡରେରରଙ୍କୁ ହରାଇ ସେ ଏହି ଟାଇଟଲ ହାସଲ କରିଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ୱିମ୍ବଲଡନ ଟାଇଟଲ। ଜୋକୋଭିକ୍ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍ ଜିତିଥିଲେ ୨୦୧୧ରେ। ରାଫେଲ ନାଦାଲଙ୍କୁ ମାତ୍ ଦେଇ ସେ ଜିତଥିଲେ ତାଙ୍କର ପ୍ରଥମ ୱିମ୍ବଲଡନ ଟାଇଟଲ୍। ସେହିପରି ୨୦୧୩ରେ ସେ ଫାଇନାଲକୁ ଯାଇଥିଲେ ହେଁ ଆଣ୍ଡି ମୁରେଙ୍କ ଠାରୁ ହାରି ଯାଇଥିଲେ।

ଅନ୍ୟପକ୍ଷରେ ୨୦୦୩ରେ ପ୍ରଥମ ଥର ପାଇଁ ୱିମ୍ବଲଡନ ଟାଇଟଲ ହାତେଇଥିବା ଫେଡେରର ୨୦୦୭ ପର୍ଯ୍ୟନ୍ତ ଏହାକୁ ନିଜ କବଜାରେ ରଖିଥିଲେ। ୨୦୦୮ରେ ତାଙ୍କ ବିଜୟଧାରାରେ ବାଧା ଦେଇଥିଲେ ରାଫେଲ ନାଦାଲ। ସେହିବର୍ଷ ଫେଡେରର ରନର୍ସଅପ୍ ହୋଇଥିଲେ। କିନ୍ତୁ ୨୦୦୯ରେ ସେ ପୁଣି ଏହି ଟାଇଟଲ ଜିତିଥିଲେ। ତା’ପରେ ୨୦୧୨ରେ ସେ ପୁଣି ଥର ଏହି ଟାଇଟଲ ଜିତିଥିଲେ।

ୱିମ୍ବଲଡନ୍ ଫାଇନାଲରେ ଫେଡେରର ଓ ଜୋକୋଭିକ୍ ଏଯାବତ ଥରେ ମୁହାଁମୁହାଁ ହୋଇଥିବା ବେଳେ ବାଜି ମାରି ନେଇଥିଲେ ଜୋକୋଭିକ୍। ୨୦୧୪ରେ ଏହା ହୋଇଥିଲା। ତେଣୁ ଗତବର୍ଷର ପରାଜୟର ପ୍ରତିଶୋଧ ଫେଡେରର ନେଇ ପାରୁଛନ୍ତି ନା ଜୋକୋଭିକ୍ ପୁଣି ବାଜି ମାରି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story