IPL-11: ବର୍ଷା ପରେ ପୁଣି ଖେଳ ଆରମ୍ଭ, ହାଇଦ୍ରାବାଦ ଆଗରେ ୧୩୯ ରନ୍‌ର ଟାର୍ଗେଟ୍‌

ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୩୯ ରନ୍‌ର ଟାର୍ଗେଟ୍‌। ଆଇପିଏଲରେ ଖେଳାଯଇଥିବା ଆଜିର ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ସଂଗ୍ରହ କହିଛି ୧୩୮ ରନ୍। ଟିମ୍‌ ପକ୍ଷରୁ କ୍ରିସ୍ ଲେନ୍‌ ୩୪ ବଲରୁ ୪୯ ରନ କରିଥିବା ବେଳେ ଅଧିନାୟକ କାର୍ତ୍ତିକ ୨୯ ରନ କରିଥିଲେ। ଏହି ଦୁଇଜଣ ଖେଳାଳିଙ୍କ ବ୍ୟେତୀତ ଅନ୍ୟ କୌଣସି ଖେଳାଳି ହାଇଦ୍ରାବାଦର ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ। କୋଲକାତା ବ୍ୟାଟିଂ କରୁଥିବା ବେଳେ ବର୍ଷା ମ୍ୟାଚ୍‌ରେ ବାଧକ ସୃଷ୍ଟି କରିଥିଲା। ଫଳରେ ମ୍ୟାଚ କିଛି ସମୟ ପାଇଁ ବନ୍ଦ ରହିଥିଲା। ବର୍ଷା ଛାଡ଼ିବା ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି ୱିକେଟ୍‌ ହାସଲ କରିଥିବା ବେଳେ ଷ୍ଟାନ୍‌ଲେକ୍‌ ଓ ସକିବ-ଅଲ୍‌-ହସେନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Previous ArticleNext Article

Send this to a friend