ମୁମ୍ବାଇ ଆଗରେ ୧୭୦ ରନ୍‌ର ଟାର୍ଗେଟ୍‌: ରାଇନାଙ୍କ ଆକର୍ଷଣୀୟ ବ୍ୟାଟିଂ

ମୁମ୍ବାଇ ଆଗରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ। ପୁଣେ ଠାରେ ଖେଳାଯାଉଥିବା ଆଇପିଏଲର ୨୭ ତମ ମ୍ୟାଚ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍‌ କରିଛି। ଚେନ୍ନାଇ ପକ୍ଷରୁ ସୁରେଶ ରାଇନା ଆକର୍ଷଣୀୟ ବ୍ୟାଟିଂ କରି ମାତ୍ର ୪୭ ବଲରେ  ବିସ୍ଫୋରକ ୭୫ ରନ କରିଛନ୍ତି। ଏହାସହ ଓପନର୍‌ ଅମ୍ବାତି ରାଇଡ଼ୁ ମଧ୍ୟ ୪୬ ରନର ଏକ ଭଲ ଇଂନିସ ଖେଳି ଚେନ୍ନାଇର ସ୍କୋରକୁ ୧୬୯ରେ ପହଞ୍ଚାଇଛନ୍ତି। ସେପଟେ ମୁମ୍ବାଇ ପକ୍ଷରୁ […]

Raina

Raina

Rakesh Mallick
  • Published: Saturday, 28 April 2018
  • Updated: 29 April 2018, 12:19 AM IST

Sports

Latest News

ମୁମ୍ବାଇ ଆଗରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ। ପୁଣେ ଠାରେ ଖେଳାଯାଉଥିବା ଆଇପିଏଲର ୨୭ ତମ ମ୍ୟାଚ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍‌ କରିଛି। ଚେନ୍ନାଇ ପକ୍ଷରୁ ସୁରେଶ ରାଇନା ଆକର୍ଷଣୀୟ ବ୍ୟାଟିଂ କରି ମାତ୍ର ୪୭ ବଲରେ  ବିସ୍ଫୋରକ ୭୫ ରନ କରିଛନ୍ତି। ଏହାସହ ଓପନର୍‌ ଅମ୍ବାତି ରାଇଡ଼ୁ ମଧ୍ୟ ୪୬ ରନର ଏକ ଭଲ ଇଂନିସ ଖେଳି ଚେନ୍ନାଇର ସ୍କୋରକୁ ୧୬୯ରେ ପହଞ୍ଚାଇଛନ୍ତି। ସେପଟେ ମୁମ୍ବାଇ ପକ୍ଷରୁ ମ୍ୟାକ୍ଲେନାଘନ, କ୍ରୁନାଲ ପାଣ୍ଡ୍ୟା  ୨ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ୱିକେଟ୍‌ ନେଇଥିଲେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆଜିର ମ୍ୟାଚ୍‌ରେ ଲଗାତାର ଖରାପ ପ୍ରଦର୍ଶନ ପାଇଁ ମୁମ୍ବାଇ ଦଳରୁ ପୋଲାର୍ଡଙ୍କୁ ବାଦ ଦିଆଯାଇଛି। ଏହାସହ ଦଳକୁ ଫେରିଛନ୍ତି ଜେପି ଡୁମୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos