ଦିନକୁ ଦିନ ବଢ଼ୁଛି ଆଇପିଏଲ୍‌ର ରୋମାଞ୍ଚ: ୱାଟସନ୍‌ଙ୍କ ଶତକ ବଳରେ ରାଜସ୍ଥାନ ଆଗରେ ବିଶାଳ ଲକ୍ଷ୍ୟ

ଚଳିତ ଆଇପିଏଲ ଦିନକୁ ଦିନ ବେଶ୍‌ ରୋମାଞ୍ଚକର ହେବାରେ ଲାଗିଛି। ଆଇପିଏଲ ୨୦୧୮ ସଂସ୍କରଣରେ ଲଗାତାର ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ଦେଖିବାକୁ ମିଳିଛି। ଗତ କାଲି ପଞ୍ଜାବ ପକ୍ଷରୁ ଗେଲ୍ ଆଇପିଏଲ ୨୦୧୮ର ପ୍ରଥମ ଶତକ ହାସଲ କରିଥିବା ବେଳେ ଆଜି ଚେନ୍ନାଇ ପକ୍ଷରୁ ୱାଟସନ୍‌ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ସେ ମାତ୍ର ୫୧ଟି ବଲ୍‌ରେ ବିସ୍ଫୋରକ ଶତକ ହାସଲ କରି ଚେନ୍ନାଇର ସ୍କୋର୍‌କୁ ଦୁଇଶହ ପାର କରିଥିଲେ। ପୁଣେ ଠାରେ ଚେନ୍ନାଇ ସୁପର […]

shane-watson-century-bcci_806x605_41524240717

shane-watson-century-bcci_806x605_41524240717

Rakesh Mallick
  • Published: Friday, 20 April 2018
  • Updated: 20 April 2018, 09:59 PM IST

Sports

Latest News

ଚଳିତ ଆଇପିଏଲ ଦିନକୁ ଦିନ ବେଶ୍‌ ରୋମାଞ୍ଚକର ହେବାରେ ଲାଗିଛି। ଆଇପିଏଲ ୨୦୧୮ ସଂସ୍କରଣରେ ଲଗାତାର ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ଦେଖିବାକୁ ମିଳିଛି। ଗତ କାଲି ପଞ୍ଜାବ ପକ୍ଷରୁ ଗେଲ୍ ଆଇପିଏଲ ୨୦୧୮ର ପ୍ରଥମ ଶତକ ହାସଲ କରିଥିବା ବେଳେ ଆଜି ଚେନ୍ନାଇ ପକ୍ଷରୁ ୱାଟସନ୍‌ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ସେ ମାତ୍ର ୫୧ଟି ବଲ୍‌ରେ ବିସ୍ଫୋରକ ଶତକ ହାସଲ କରି ଚେନ୍ନାଇର ସ୍କୋର୍‌କୁ ଦୁଇଶହ ପାର କରିଥିଲେ।

ପୁଣେ ଠାରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ୱାଟସନ୍‌ଙ୍କ ଶତକ ବଳରେ ଚେନ୍ନାଇର ସ୍କୋର ୨୦୪ ରନ୍‌ରେ ପହଞ୍ଚିପାରିଛି। ଏହି ଶତକୀୟ ପାଳିରେ ୱାଟସନ୍ ୯ଟି ଚୌକା ଓ ୬ଟି ବିଶାଳ ଛକା ମାରିଥିଲେ। ୱାଟସନ୍‌ଙ୍କ ବ୍ୟତୀତ ରାଇନାଙ୍କ ବ୍ୟାଟ୍‌ରୁ ୪୬ ରନ୍‌ର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରାଜସ୍ଥାନ ପକ୍ଷରୁ ଶ୍ରେୟସ ଗୋପାଲ ୪ ଓଭର ବୋଲିଂ କରି ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos