IPL-11: ନୂଆ ଅଧିନାୟକଙ୍କ ନେତୃତ୍ୱରେ କେକେଆର୍‌କୁ ଭେଟିବ ଦିଲ୍ଲୀ  

ଚଳିତ ଆଇପିଏଲରେ ଆଜି ୨୬ ତମ ମ୍ୟାଚ୍‌ ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯିବା। ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ କେକେଆର୍‌ ଓ ଦିଲ୍ଲୀ ଡେୟାରଡେଭିଲ୍ସ। ଦିଲ୍ଲୀ ତାର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗୌତମ ଗମ୍ଭୀର ଦିଲ୍ଲୀର ଅଧିନାକତ୍ୱ ଛାଡ଼ିବା ପରେ ପ୍ରଥମ ଥର ଦଳ ମ୍ୟାଚ୍‌ ଖେଳିବାକୁ ଯାଉଛି। ତେଣୁ ଜଣେ ଯୁବ ଖେଳାଳିଙ୍କ ନେତୃତ୍ୱରେ ଦିଲ୍ଲୀ ଶକ୍ତିଶାଳୀ କୋଲକାତା ବିପକ୍ଷରେ କପରି ପ୍ରଦର୍ଶନ କରୁଛି […]

prv_1524796318

prv_1524796318

Rakesh Mallick
  • Published: Friday, 27 April 2018
  • Updated: 27 April 2018, 04:27 PM IST

Sports

Latest News

ଚଳିତ ଆଇପିଏଲରେ ଆଜି ୨୬ ତମ ମ୍ୟାଚ୍‌ ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯିବା। ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ କେକେଆର୍‌ ଓ ଦିଲ୍ଲୀ ଡେୟାରଡେଭିଲ୍ସ। ଦିଲ୍ଲୀ ତାର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗୌତମ ଗମ୍ଭୀର ଦିଲ୍ଲୀର ଅଧିନାକତ୍ୱ ଛାଡ଼ିବା ପରେ ପ୍ରଥମ ଥର ଦଳ ମ୍ୟାଚ୍‌ ଖେଳିବାକୁ ଯାଉଛି। ତେଣୁ ଜଣେ ଯୁବ ଖେଳାଳିଙ୍କ ନେତୃତ୍ୱରେ ଦିଲ୍ଲୀ ଶକ୍ତିଶାଳୀ କୋଲକାତା ବିପକ୍ଷରେ କପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। କେକେଆର୍‌ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ ୩ଟି ରେ ବିଜୟ ଓ ୩ଟିରେ ପରାଜୟ ସହ ପିଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ ୬ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିତି ତାଲିକାର ଶେଷ ସ୍ଥାନରେ ରହିଛି।ଆଜି ମ୍ୟାଚ୍‌ ବିଶେଷ କରି ଦିଲ୍ଲୀ ପାଇଁ ଅନେକ ଗୁରୁତ୍ୱ ରଖୁଛି। ଆଜି ମ୍ୟାଚ ହାରିଲେ ଦିଲ୍ଲୀ ଟପ୍‌-୪ରେ ପହଞ୍ଚିବା ଅସମ୍ଭବ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos