ଆଜି ଦ୍ୱିତୀୟ ମୁକାବିଲା, ଏକ୍ସପେରିମେଣ୍ଟ କରିପାରନ୍ତି କୋହଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍। ରାତି ସାଢ଼େ ୮ଟାରେ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଘରୋଇ ଦଳକୁ ପ୍ରଥମ ମ୍ୟାଚରେ ୭୬ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ସ୍ପିନ ଯୋଡି କୁଳଦୀପ ଯାଦବ ଓ ଚହଲଙ୍କ କମାଲ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚରେ ପୁଣି ଥରେ […]

2nd match

2nd match

Rakesh Mallick
  • Published: Friday, 29 June 2018
  • Updated: 29 June 2018, 06:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍। ରାତି ସାଢ଼େ ୮ଟାରେ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚକୁ ଜିତି ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଘରୋଇ ଦଳକୁ ପ୍ରଥମ ମ୍ୟାଚରେ ୭୬ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ସ୍ପିନ ଯୋଡି କୁଳଦୀପ ଯାଦବ ଓ ଚହଲଙ୍କ କମାଲ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚରେ ପୁଣି ଥରେ ଏହି ଯୋଡି ନିଜର ସଫଳତାକୁ ଦୋହରାଇ ପାରନ୍ତି। ସେହିଭଳି ଓପନର୍ ରୋହିତ ଶର୍ମା ଓ ଶିଖର ଧଓ୍ୱନଙ୍କ ବ୍ୟାଟରୁ ଆଉ ଏକ ଧୂଆଁଧାର ଇଂନିସ ଦେଖିବାକୁ ମିଳିବାର ସମ୍ଭାବନା ରହିଛି।  Image result for india vs ireland

ଆଜି ମ୍ୟାଚ୍‌ରେ କିଛି ପରିବର୍ତ୍ତନ ଆଶା କରାଯାଇପାରେ। ପ୍ରଥମ ମ୍ୟାଚରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଆଜି ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ଲୋକେଶ ରାହୁଲ, କାର୍ତ୍ତିକ ଓ ଉମେଶ ଯାଦବଙ୍କୁ ଟିମ୍‌ ଇଲେଭେନରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି। ପ୍ରଥମ ଟି-ଟ୍ୱେଣ୍ଟି ପରେ ଭାରତର ଅଧିନାୟକ କହିଥିଲେ ଯେ, ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍‌ରେ ସବୁ ଖେଳାଳିଙ୍କୁ ସଯୋଗ ମିଳିବା ଦରକାର।Image result for india vs ireland

ଆର୍ୟଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ପରେ ଭାରତ ଇଂଲଣ୍ଡ ବିପକ୍ଷରେ ଲମ୍ବା ସିରିଜ ଖେଳିବାକୁ ଯାଉଛି। ଯେଉଁଥିରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ମ୍ୟାଚ୍‌ ସାମିଲ। ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ କିପରି ମାତ୍‌ ଦେବ ସେଥିପାଇଁ ଭାରତ ଏକ ନୂଆ ରଣକୌଶଳ ସହିତ ପଡ଼ିଆକୁ ଓହ୍ଲାଇବ।Image result for india vs ireland

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos