୩୦ ନଭେମ୍ବରରେ ବିବାହ କରିବେ ଯୁବରାଜ ଓ ହେଜଲ

Is Yuvraj Singh Dating Hazel Keech?

ମୁମ୍ବାଇ: ‌ଖୁବଶୀଘ୍ର କ୍ରିକେଟର ଯୁବରାଜ ସିଂହ ଓ ହେଜଲ କିଚ୍‌ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ୩୦ ନଭେମ୍ବରରେ ଶିଖ୍‌ ଧର୍ମର ପାରମ୍ପାରିକ ରୀତିରେ ଚଣ୍ଡୀଗଡରେ ଏହି  ବିବାହ ହେବ।

ଏଥିପାଇଁ ଯୁବରାଜଙ୍କ ଗାଁ ଦୁଫେରାରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେଠାରେ ଉଭୟ ଡେରା ମୁଖ୍ୟ ବାବା ରାମ ସିଂହଙ୍କ ଆର୍ଶୀବାଦ ନେବେ।

ବିବାହ ଦିନ ଦ୍ୱିତୀୟ ଥର ପାଇଁ ହେଜଲ ଫିତେଗଡ଼ ସାହିବରେ ସରହିନ୍ଦ-ଚଣ୍ଡୀଗଡ଼ ମାର୍ଗରେ ଥିବା ଡେରାକୁ ଯିବେ। ଏହା ପୂର୍ବରୁ ଯୁବରାଜ ଓ ହେଜଲ ନିର୍ବନ୍ଧ ଦିନ ଡେରା ଯାଇଥିଲେ।

ବିବାହରେ ପରିବାର ଲୋକଙ୍କ ସହ କିଛି ନିକଟ ବନ୍ଧୁ ସାମିଲ ହେବେ।

ଯୁବରାଜଙ୍କ ପିତା କହିଛନ୍ତି,“ଯୁବରାଜ ଅନାବଶ୍ୟକ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି। ଆମ ପରିବାର ସିଧାସାଧା ବିବାହକୁ ବିଶ୍ୱାସ କରୁ।”

Previous ArticleNext Article

Send this to a friend