ଆହତ ଯୋଗୁଁ ବାଦ ପଡିଲେ ରାୟୁଡୁ,ସାମସନଙ୍କୁ ଡାକରା

Rayudu Injured

ହରାରେ: ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଟିମର ଲଢୁଆ ବ୍ୟାଟ୍ସମ୍ୟାନ ଆମ୍ବାତି ରାୟୁଡୁ ଆହତ ହୋଇଛନ୍ତି। ଗସ୍ତ ମଝିରୁ ତାଙ୍କ ବଦଳରେ ୱିକେଟ କିପର ତଥା ବ୍ୟାଟ୍ସମ୍ୟାଟ ସଞ୍ଜୁ ସାମସନଙ୍କୁ ଡାକରା ଦେଇଛି ଭାରତୀୟ ଟିମ ମ୍ୟାନେଜମେଣ୍ଟ। ଗତକାଲି ଖେଳାଯାଇଥିବା ମ୍ୟାଚରେ ରାୟୁଡୁଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ତାଙ୍କୁ ୨ ରୁ ୩ ସପ୍ତାହ ବିଶ୍ରାମ ଦେବାକୁ ଟିମ ଇଣ୍ଡିଆ ଓ ବିସିସିଆଇ ମେଡିକାଲ ଟିମ ନିଷ୍ପତ୍ତି ନେଇଛି। ତାଙ୍କ ସ୍ଥାନରେ ଚୟନ କମିଟି ସଞ୍ଜୁ ସାମସନଙ୍କୁ ଟିମରେ ସାମିଲ କରିଛି।

ସୂଚନା ଯୋଗ୍ୟ ଏହି ଶୃଙ୍ଗଳାର ପ୍ରଥମ ଦିନିକିଆରେ ରାୟୁଡୁଙ୍କ ୧୨୪ ରନ ବଳରେ ଭାରତ ମ୍ୟାଚ ହାରୁ ହାରୁ ବିଜୟୀ ହୋଇଥିଲା। ଏହାସହ ଦ୍ୱିତୀୟ ମ୍ୟାଚରେ ମଧ୍ୟ ୪୧ ରନ କରିଥିଲେ।

Previous ArticleNext Article

Send this to a friend