ନୂଆଦିଲ୍ଲୀ: ପ୍ରଫୁଲ୍ଲ ପଟେଲ ଅଲ ଇଣ୍ଡିଆ ଫୁଟ୍ବଲ ଫେଡେରେସନ (ଏଆଇଏଫ୍ଏଫ୍)ର ସଭାପତି ଭାବେ ସର୍ବସମ୍ନତି କ୍ରମେ ଆଜି ପୁନଃ ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ପଟେଲ ନିର୍ବାଚୀତ ହୋଇଥିବା ଘୋଷଣା କରାଯାଇଛି।
ଅବସରପ୍ରାପ୍ତ ଜଷ୍ଟିସ ବିପିନ ଚନ୍ଦ୍ର କନ୍ଦପାଲ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ପଟେଲ ସଭାପତି ଦାୟିତ୍ୱ ତୁଲାଇବେ ବୋଲି ଏଆଇଏଫ୍ଏଫ୍ ପକ୍ଷରୁ କୁହାଯାଇଛି।
ଜଷ୍ଟିସ୍ କନ୍ଦପାଳ କହିଛନ୍ତି,“ପ୍ରଫୁଲ ପଟେଲ ସର୍ବସମ୍ମତି କ୍ରମେ ଏଆଇଏଫ୍ଏଫ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାସହ କାର୍ଯ୍ୟକାରୀ ସମିତି ସଦସ୍ୟମାନେ ମଧ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଦିଲୀପ କୁମାର ସିଂ, ଭାରତୀୟ ଅଲିମ୍ପିକ ଆସୋସିଏସନ ପକ୍ଷରୁ କୁଲଦୀପ ଭାଟ୍ସ, ଏସିଆନ ଫୁଟବଲ ଫେଡେରେସନ ରିଲେସନ ଅଫିସର ପୁରୁଷୋତ୍ତମ କାଟେଲ ଓ ଫିଫା ରିଜିଓନାଲ ଗଭର୍ଣ୍ଣିଂ ଅଫିସର ଏସ୍. ପ୍ରଭାକରନ୍ ପ୍ରମୁଖ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।