ମନିକା ବାତ୍ରା ଓ ଅନ୍ୟ ଖେଳାଳିଙ୍କୁ ନେଲାନି ଏୟାର ଇଣ୍ଡିଆ ଫ୍ଲାଇଟ୍‌

ନୂଆଦିଲ୍ଲୀ: ଭାରତର ଟେବୁଲ ଟେନିସ୍‌ ଷ୍ଟାର ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ମନିକା ବାତ୍ରାଙ୍କୁ ଆଜି ବିମାନରେ ଚଢ଼ାଇ ନାହିଁ ଏୟାର ଇଣ୍ଡିଆ। ମନିକା ଓ ଅନ୍ୟ ୬ ଜଣ ଟିଟି ଖେଳାଳିଙ୍କୁ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଲ୍‌ ବିମାନବନ୍ଦରରେ ଛାଡ଼ିଦେଇ ଏୟାର ଇଣ୍ଡିଆର ବିମାନ ମେଲବର୍ଣ୍ଣ ଚାଲିଯାଇଛି।  ଏହି ୭ ଜଣ ଟିଟି ଖେଳାଳି ୧୭ ଜଣିଆ ଭାରତୀୟ ଟିମ୍‌ର ସଦସ୍ୟ ଥିଲେ। ଆସନ୍ତାକାଲିଠାରୁ ମେଲବର୍ଣ୍ଣରେ ଆରମ୍ଭ ହେବାକୁ ଥିବା ଆଇଟିଟିଏଫ୍‌ ବିଶ୍ୱ ଟୁର ଅଷ୍ଟ୍ରେଲିଆ […]

672965-manika-batra-cwg-2018-afp

672965-manika-batra-cwg-2018-afp

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 09:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଟେବୁଲ ଟେନିସ୍‌ ଷ୍ଟାର ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ମନିକା ବାତ୍ରାଙ୍କୁ ଆଜି ବିମାନରେ ଚଢ଼ାଇ ନାହିଁ ଏୟାର ଇଣ୍ଡିଆ। ମନିକା ଓ ଅନ୍ୟ ୬ ଜଣ ଟିଟି ଖେଳାଳିଙ୍କୁ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଲ୍‌ ବିମାନବନ୍ଦରରେ ଛାଡ଼ିଦେଇ ଏୟାର ଇଣ୍ଡିଆର ବିମାନ ମେଲବର୍ଣ୍ଣ ଚାଲିଯାଇଛି।  ଏହି ୭ ଜଣ ଟିଟି ଖେଳାଳି ୧୭ ଜଣିଆ ଭାରତୀୟ ଟିମ୍‌ର ସଦସ୍ୟ ଥିଲେ। ଆସନ୍ତାକାଲିଠାରୁ ମେଲବର୍ଣ୍ଣରେ ଆରମ୍ଭ ହେବାକୁ ଥିବା ଆଇଟିଟିଏଫ୍‌ ବିଶ୍ୱ ଟୁର ଅଷ୍ଟ୍ରେଲିଆ ଓପନ୍‌ରେ ଭାଗ ନେବା ପାଇଁ ଏମାନେ ଯାଇଥାଆନ୍ତେ। କିନ୍ତୁ ଏୟାର ଇଣ୍ଡିଆ କେବଳ ୧୦ ଜଣ ଖେଳାଳିଙ୍କୁ ବିମାନରେ ଚଢ଼ିବା ପାଇଁ ଅନୁମତି ଦେଇଥିଲା। ମନିକା ଏଭଳି ଘଟଣାକୁ ଟ୍ୱିଟ୍‌ ଜରିଆରେ ସମସ୍ତଙ୍କୁ ଅବଗତ କରାଇବା ସହ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ସେ କହିଛନ୍ତି, ଆମ ଟିମ୍‌ରେ ୧୭ ଜଣ ସଦସ୍ୟ ଓ ଅଫିସିଆଲ୍‌ ଥିଲେ। ମୋ ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଶରତ କମଲ୍‌, ମୌମା ଦାସ, ମଧୁରିକା, ହରମିତ୍‌, ଶୁତିରତା ଓ ସତ୍ୟନ୍‌ ଏୟାର ଇଣ୍ଡିଆର ବିମାନ ନମ୍ୱର ଏଆଇ ୦୩୦୮ରେ ମେଲବର୍ଣ୍ଣରେ ଆୟାଜିତ ଆଇଟିଟିଏଫ୍‌ ବିଶ୍ୱ ଟୁର ଅଷ୍ଟ୍ରେଲିଆ ଓପନ୍‌ରେ ଭାଗ ନେବାକୁ ଯିବାର ଥିଲା। କିନ୍ତୁ ବିମାନଟି କେବଳ ୧୦ ଜଣଙ୍କୁ ନେଇଥିବା ବେଳେ ଆମମାନଙ୍କୁ ବିମାନବନ୍ଦରରେ ଛାଡ଼ି ଦେଇଛି। ଆମେ ନେଇ ଆପତ୍ତି ଉଠାଇବାରୁ କର୍ତ୍ତୃପକ୍ଷ ବିମାନରେ ସିଟ୍‌ ବୁକ୍‌ ହୋଇନାହିଁ ବୋଲି କହିଛନ୍ତି। ଏହା ଆମକୁ ଆଶ୍ଚର୍ଯ୍ୟଚକିତ କରିଛି ବୋଲ ସେ ଟ୍ୱିଟ୍‌ କରିଛନ୍ତି। ମନିକାଙ୍କ ଏଭଳି ଟ୍ୱିଟର ଉତ୍ତର ତୁରନ୍ତ କ୍ରୀଡ଼ା ଭାରତର ଡିଜି ନୀଲମ କପୁର ଦେଇଛନ୍ତି। ସେ କହିଛନ୍ତି ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରୁଛୁ। ଟିଟି ଫେଡେରସନ୍‌ ଅଫ ଇଣ୍ଡିଆର ଜେନରାଲ ସେକ୍ରେଟାରୀ ଏମପି ସିଂହ କହିଛନ୍ତି ଏହା ଏୟାର ଇଣ୍ଡିଆର ଭୁଲ। କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କୁ ବିଦେଶ ଗସ୍ତ ପାଇଁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲା। କିନ୍ତୁ ଏୟାର ଇଣ୍ଡିଆର ଦାୟିତ୍ୱହୀନତା ପାଇଁ ଖେଳାଳିମାନ ଆଜି ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story