ଆସନ୍ତାବର୍ଷ ଅଷ୍ଟ୍ରେଲିଆ ଯିବ ଭାରତ

ନୂଆଦିଲ୍ଲୀ: ୨୦୧୬ ଜାନୁଆରୀରେ ଭାରତୀୟ କ୍ରିକେଟ୍ ଟିମ୍ ଯିବ ଅଷ୍ଟ୍ରେଲିଆ। ଏହି ଗସ୍ତ ବେଳେ ଦଳ ଆୟୋଜକ ଅଷ୍ଟ୍ରେଲିଆ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ୩ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଗୁରୁବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ଘୋଷଣା କରିଛି। ସିଏ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟସୂଚୀ ମୁତାବକ ପ୍ରଥମ ମ୍ୟାଚ ଖେଳାଯିବ ଜାନୁଆରୀ ୧୨ ତାରିଖରେ। ପର୍ଥର ଡବ୍ଲୁଏସିଏ ଗ୍ରାଉଣ୍ଡରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ବ୍ରିସବେନରେ […]

viratkohali

viratkohali

Rakesh Mallick
  • Published: Thursday, 09 July 2015
  • Updated: 09 July 2015, 06:11 AM IST

Sports

Latest News

ନୂଆଦିଲ୍ଲୀ: ୨୦୧୬ ଜାନୁଆରୀରେ ଭାରତୀୟ କ୍ରିକେଟ୍ ଟିମ୍ ଯିବ ଅଷ୍ଟ୍ରେଲିଆ। ଏହି ଗସ୍ତ ବେଳେ ଦଳ ଆୟୋଜକ ଅଷ୍ଟ୍ରେଲିଆ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ୩ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଗୁରୁବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ଘୋଷଣା କରିଛି। ସିଏ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟସୂଚୀ ମୁତାବକ ପ୍ରଥମ ମ୍ୟାଚ ଖେଳାଯିବ ଜାନୁଆରୀ ୧୨ ତାରିଖରେ। ପର୍ଥର ଡବ୍ଲୁଏସିଏ ଗ୍ରାଉଣ୍ଡରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ବ୍ରିସବେନରେ ଖେଳାଯିବ। ଜାନୁଆରୀ ୧୭ ତାରିଖରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ। ଚତୁର୍ଥ ମ୍ୟାଚଟି ଜାନୁଆରୀ ୨୦ ତାରିଖରେ କାନବେରାରେ ଖେଳାଯିବ। ସେହିପରି ଜାନୁଆରୀ ୨୩ ତାରିଖରେ ଏହି ଦିନିକିଆ ସିରିଜର ଶେଷ ମ୍ୟାଚଟି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

ଦିନିକିଆ ସରିଜ୍ ସରିବାର ତିନି ଦିନ ପରେ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍। ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ଜାନୁଆରୀ ୨୬ରେ। ଆଡିଲେଡରେ ଏହା ଖେଳାଯିବ। ସେହିପରି ଦ୍ୱିତୀୟ ଓ ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ଯଥାକ୍ରମେ ଜାନୁଆରୀ ୨୯ ଓ ୩୧ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos