ଟେଷ୍ଟ କ୍ରିକେଟ୍‌ରେ କେବଳ ଏହି ଦେଶ ଡେବ୍ୟୁ ମ୍ୟାଚ୍ ଜିତିଛି

bat

ବେଙ୍ଗାଲୁରୁ: ଭାରତ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ଆଜି ବେଙ୍ଗାଲୁରୁ ସ୍ଥିତ ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଛି ଐତିହାସିକ ଟେଷ୍ଟ୍ ମ୍ୟାଚ୍‌। ଏହି ମ୍ୟାଚ୍‌କୁ ଐତିହାସିକ ଟେଷ୍ଟ୍ ମ୍ୟାଚ୍‌ କହିବାର ଏକ ମାତ୍ର କାରଣ ହେଉଛି ଏହା ଆଫ୍‌ଗାନିସ୍ତାନର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ୍ ମ୍ୟାଚ୍‌। ଏହି ଅବସରରେ ଆଫଗାନିସ୍ତାନର ଅଧିନାୟକ ଅସଗର ଷ୍ଟନିକଜାଇଙ୍କୁ ଟସ୍ ପଡ଼ିବା ପୂର୍ବରୁ ଭାରତର ପୂର୍ବତନ ଖେଳାଳି ସଲିମ ଦୁରାନୀ ଏକ ସ୍କାରକୀ ପ୍ରଦାନ କରିଥିଲେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜବର୍ଦ୍ଧନ ରାଠୋର ମଧ୍ୟ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଖେଳାଳିଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

କ୍ରିକେଟ୍ ଇତିହାସରେ କେଉଁ ଦେଶ ଡେବ୍ୟୁ ଟେଷ୍ଟ୍ ଜିତିଛି?

ଟେଷ୍ଟ୍ ମ୍ୟାଚ୍‌ରେ ଅନେକ ରେକର୍ଡ ରହିଛି। ଟେଷ୍ଟ୍ ମ୍ୟାଚ୍‌ ଡେବ୍ୟୁକୁ ନେଇ ଅଷ୍ଟ୍ରେଲିଆ ନାଁରେ ଏକ ବିରଳ ରେକର୍ଡ ରହିଛି। ଅଷ୍ଟ୍ରେଲିଆ ହେଉଛି ଏକମାତ୍ର ଦେଶ ଯାହା ତାର ଡେବ୍ୟୁ ଟେଷ୍ଟ୍ ମ୍ୟାଚ୍ ଜିତିଥିଲା। ୧୮୭୭ରେ ଦଳ ଇଂଲଣ୍ଡକୁ ହରାଇଥିଲା। ଏହା ପରେ ୧୦ଟି ଦେଶ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେମାନଙ୍କ ମଧ୍ୟରୁ ୯ଟି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେବଳ ଜିମ୍ବାୱେ ତାର ଡେବ୍ୟୁ ଟେଷ୍ଟ ମ୍ୟାଚ୍ ହାରି ନଥିଲା କି ଜିତି ନଥିଲା। ଦଳ ତାର ପ୍ରଥମ ମ୍ୟାଚ୍‌କୁ ଭାରତ ସହିତ ଡ୍ର’ ରଖିଥିଲା।

ଭାରତ କାହା ବିରୁଦ୍ଧରେ ଖେଳିଥିଲା ପ୍ରଥମ ଟେଷ୍ଟ?

ଭାରତ ତାର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ୧୯୩୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳି ହାରି ଯାଇଥିଲା। ସେହିପରି ପାକିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ୍ ଭାରତ ବିପକ୍ଷରେ ଖେଳି ହାରିଯାଇଥିଲା। ଇଂଲଣ୍ଡ ତାର ଡେବ୍ୟୁ ଟେଷ୍ଟ୍ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହାରିଥିଲା। ଶ୍ରୀଲଙ୍କା ତାର ଡେବ୍ୟୁ ଟେଷ୍ଟ୍ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା ଓ ହାରିଯାଇଥିଲା। ନ୍ୟୁଜିଲାଣ୍ଡ ମଧ୍ୟ ତାର ଡେବ୍ୟୁ ଟେଷ୍ଟ୍ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ହାରିଯାଇଥିଲା।

 

Previous ArticleNext Article

Leave a Reply

Send this to a friend