ଆସନ୍ତାକାଲି ବେଙ୍ଗଲୁରୁ ଲଢ଼େଇ

team india

ବାଙ୍ଗାଲୁର : ଆସନ୍ତା କାଲି ଠ।ରୁ ବେଙ୍ଗଲୁରୁ ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ମ୍ୟାଚ୍‌କୁ ନିଜ ନାଁରେ କରିବା ପାଇଁ ପୂରା ଦମରେ ଲାଗି ପଡ଼ିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ର କୋଚ୍‌ ଅନୀଲ କୁମ୍ବଲେ କହିଛନ୍ତି ଯେ  ପୁନେରେ ଯେଭଳି ଭାରତ ହାରିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ବେଙ୍ଗଲୁରୁ ମ୍ୟାଚରେ କିଭଳି ଦଳ ପ୍ରତ୍ୟାବର୍ତ୍ତନ କରିବ ଏହାହିଁ ହେବ ମୁଖ୍ୟ ଫୋକସ୍‌ ହୋଇଛି।

କ୍ୟାପଟେନ୍ ବିରାଟ କୋହଲି ଓ କେ।ଚ୍ ଅନୀଲ କୁମ୍ବଲେ ୫ଟି ରଣନୀତି ଉପରେ ଜୋର ଦେଇଛନ୍ତି।

୧- ପ୍ରଥମ ମ୍ୟାଚ୍‌ରେ ଜୟନ୍ତ ଯାଦବ ସନ୍ତୋଷଜନକ ଖେଳ ପ୍ରଦର୍ଶନ କରିପାରି ନ ଥିବା ବେଳେ ବେଙ୍ଗଲୁରୁ ଟେଷ୍ଟରେ ତାଙ୍କ ସ୍ଥାନରେ ନିକଟରେ ତ୍ରିଶତକ ଅର୍ଜନ କରିଥିଲେ ମଧ୍ୟ ଟିମରୁ ଦୂରେଇ ରହିଥିବା କରୁଣ ନାୟରଙ୍କୁ ନିଆଯିବାର ସମ୍ଭାବନ ଅଧିକ ରହିଛି । ଏହାସହ ଖରାପ ଫର୍ମ ଦେଇ ଗତିକରୁଥିବା ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଟିମ୍‌ଇଲେଭନ୍‌ ଭିତରେ ସୁଯେ।ଗ ମିଳିପାରେ।

୨- ଶେଷ ଦିନରେ ପିଚ୍‌, ବୋଲରଙ୍କୁ ଅଧିକ ସୁହାଉଥିବାରୁ ଟସ୍‌ ଜିତିଲେ ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବ । ପ୍ରଥମେ ବ୍ୟାଟିଂ କଲେ  ଭାରତ ବିପକ୍ଷ ଟିମ ଉପରେ ଅଧିକ ଚାପ ପ୍ରୟେ।ଗ କରିପାରିବାକୁ ଲକ୍ଷ୍ୟ ରଖିଛି ।

୩- ରିଭ୍ୟୁ ସିଷ୍ଟମ୍ ଠିକ୍‌ କିପରି ଉପଯୋଗ କରିହେବ ସେ ନେଇ ଉଚିତ ସମୟରେ ରିଭ୍ୟୁ ମଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ମ୍ୟାଚରେ ଭାରତ ରିଭ୍ୟୁ ସିଷ୍ଟମର ସଠିକ୍‌ ଉପଯେ।ଗ କରିପାରି ନ ଥିଲା ।

୪-ଭାରତ ପ୍ରଥମ ଟେଷ୍ଟରେ ଅତ୍ୟନ୍ତ ଦୁର୍ବଳ ଫିଲ୍ଡିଂ କରିଥିବା ଦେଖିବାକୁ ମିଳିଥିଲା। ଫଳରେ  ପୁନେ ଭଳି ବୋଲିଂ ପିଚରେ ମଧ୍ୟ ଅଷ୍ଟ୍ରେଲିଆକୁ କମ୍ ରନ୍‌ରେ ଅଟକେଇ ପାରି ନ ଥିଲା । ତେଣୁ ବେଙ୍ଗଲୁରୁ ମ୍ୟାଚରେ ଭାରତକୁ ଫିଲ୍ଡିଂରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି ।

୫- ବେ।ଲିଂ କ୍ଷେତ୍ରରେ ଉନ୍ନତ ମାନର ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷକରି ଆକ୍ରମଣାତ୍ମକ ବେ।ଲିଂ କରି ଅଷ୍ଟ୍ରେଲିଆକୁ କମ୍ ରନ୍ ଭିତରେ ରୋକିବାକୁ ରଣନୀତି କରାଯାଇଛି ।

Previous ArticleNext Article

Send this to a friend