ଐତିହାସିକ ବେଙ୍ଗାଲୁରୁ ଟେଷ୍ଟ: ଭାରତର ଦୁଇ ଓପନର୍‌ଙ୍କ ଆକର୍ଷଣୀୟ ଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଐତିହାସିକ ଟେଷ୍ଟର ଡ୍ରାଇଭର ସିଟ୍‌ରେ ଟିମ୍ ଇଣ୍ଡିଆ। ବେଙ୍ଗାଲୁରୁ ଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଦୁଇ ଓପନର୍‌ ଆକର୍ଷଣୀୟ ଶତକ ହାସଲ କରି ଆଉଟ୍ ହୋଇଛନ୍ତି। ଶିଖର ଧଓ୍ୱନ ୯୬ ବଲରୁ  ୧୦୭ ରନ୍ କରିଥିବା ବେଳେ ମୁରଲୀ ବିଜୟ ୧୫୩ ବଲରୁ ୧୦୫ ରନ କରି ଆଉଟ୍‌ ହୋଇଛନ୍ତି।

ଧୱନ ଓ  ମୁରଲୀ ବିଜୟଙ୍କ ବ୍ୟାଟିଂ ଆଗରେ ଆଫଗାନିସ୍ତାନର କୌଣସି ବୋଲର ପ୍ରଭାବୀ ବୋଲିଂ କରି ପାରି ନଥିଲେ। ୧୬୮ ରନରେ ହିଁ ପ୍ରଥମ ଓ୍ୱିକେଟ ପଡ଼ିଥିଲା। ଏହା ପରେ ପଡ଼ିଆକୁ ଓହ୍ଲାଇଥିଲେ ଲୋକେଶ ରାହୁଲ। ସେ ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ରାହୁଲ ୬୪ ବଲରୁ ୮ଟି ଚୌକା ସହ ୫୪ର କରି ଆଉଟ୍ ହୋଇଥିଲେ। ଶେଷ ଖବର ସୁଦ୍ଧା ଭାରତ ୪ ୱିକେଟ୍‌ ହରାଇ ସଂଗ୍ରହ କରିଛି ୩୨୮ରନ ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବେଙ୍ଗାଲୁରୁର ଚିନ୍ନାସ୍ନାମୀ ଷ୍ଟାଡ଼ିୟମରେ ଖେଳାଯାଉଛି ଏହି ଐତିହାସିକ ଟେଷ୍ଟ। ଏହି ମ୍ୟାଚ୍‌ ମଧ୍ୟମରେ ଆଫଗାନିସ୍ତାନ ଟେଷ୍ଟରେ ଡେବ୍ୟୁ କରିଛି। ଯେଉଁ ଟେଷ୍ଟ ମ୍ୟାଚ ଦେଖିବାକୁ ଆଫଗାନିସ୍ତାନରୁ ବହୁ ଦର୍ଶକ ଭାରତ ଆସିଛନ୍ତି। ସେଠାକାର କ୍ରିକେଟ ବୋର୍ଡର ଅଧିକାରୀମାନେ ବି ଆସିଛନ୍ତି। ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର।

Previous ArticleNext Article

Leave a Reply

Send this to a friend