ଇଡ଼େନ ଗାର୍ଡେନକୁ ପଛରେ ପକାଇବାକୁ ପଡୋଶୀ ଦେଶ ତିଆରି କରୁଛି ସର୍ବଶ୍ରେଷ୍ଠ ଷ୍ଟାଡ଼ିୟମ

ଏସିଆର ସବୁଠୁ ବଡ଼ ଓ ବିଶ୍ୱର ଦ୍ୱିତୀୟ ସର୍ବବୃହତ କ୍ରିକେଟ୍‌ ଷ୍ଟାଡ଼ିୟମ ଭାରତର ଇଡେନ ଗାର୍ଡେନକୁ ଖୁବଶୀଘ୍ର ଚ୍ୟାଲେଞ୍ଜ ଦେବାକୁ ଦିଆରି ହେଉଛି ଆଉ ଏକ ଷ୍ଟାଡ଼ିୟମ। ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ତିଆରି କରୁଛି ଏହି ଷ୍ଟାଡ଼ିୟମ। ବାଂଲାଦେଶ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନ୍‌ କହିଛନ୍ତି ଯେ ଏହା ଦୁନିଆର ସର୍ବଶ୍ରେଷ୍ଠ ଷ୍ଟାଡ଼ିୟମ ମଧ୍ୟରୁ ଅନ୍ୟତମ ଷ୍ଟାଡ଼ିୟମ ହେବ। ଏହି ଷ୍ଟାଡ଼ିୟମ ବାଂଲାଦେଶ କ୍ରିକେଟର୍‌ ପ୍ରାଣକେନ୍ଦ୍ର ହେବ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁ […]

eden

eden

Rakesh Mallick
  • Published: Friday, 27 April 2018
  • Updated: 27 April 2018, 09:45 PM IST

Sports

Latest News

ଏସିଆର ସବୁଠୁ ବଡ଼ ଓ ବିଶ୍ୱର ଦ୍ୱିତୀୟ ସର୍ବବୃହତ କ୍ରିକେଟ୍‌ ଷ୍ଟାଡ଼ିୟମ ଭାରତର ଇଡେନ ଗାର୍ଡେନକୁ ଖୁବଶୀଘ୍ର ଚ୍ୟାଲେଞ୍ଜ ଦେବାକୁ ଦିଆରି ହେଉଛି ଆଉ ଏକ ଷ୍ଟାଡ଼ିୟମ। ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ତିଆରି କରୁଛି ଏହି ଷ୍ଟାଡ଼ିୟମ। ବାଂଲାଦେଶ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନ୍‌ କହିଛନ୍ତି ଯେ ଏହା ଦୁନିଆର ସର୍ବଶ୍ରେଷ୍ଠ ଷ୍ଟାଡ଼ିୟମ ମଧ୍ୟରୁ ଅନ୍ୟତମ ଷ୍ଟାଡ଼ିୟମ ହେବ। ଏହି ଷ୍ଟାଡ଼ିୟମ ବାଂଲାଦେଶ କ୍ରିକେଟର୍‌ ପ୍ରାଣକେନ୍ଦ୍ର ହେବ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁ ଅନୁସାରେ ଏହି ଷ୍ଟାଡ଼ିୟମର ନାଁ ରଖାଯିବ। ୫୦ ହଜାରରୁ ଅଧିକ କ୍ଷମାତା ବିଶିଷ୍ଠ ଏହି ଅତ୍ୟାଧୁନିକ ଷ୍ଟାଡ଼ିୟମ ପାଇଁ ଜମି ଅଧିଗ୍ରହଣ ଖୁବଶୀଘ୍ର କରାଯିବ। ଯେତେ ଶୀଘ୍ର ଜମି ମିଳିବ ସେତେ ଶୀଘ୍ର ଷ୍ଟାଡ଼ିୟମ ତିଆରି କରାଯିବ ବୋଲି ବାଂଲାଦେଶ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନ୍‌ କହିଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍‌ ଷ୍ଟାଡ଼ିୟମ ଦୁନିଆ ସବୁଠୁ ବଡ଼ ଷ୍ଟାଡ଼ିୟମ ତାଲିକାରେ ଏକ ନମ୍ଭର ସ୍ଥାନରେ ରହିଛି। ଏହାର ଦର୍ଶକ କ୍ଷମତା ରହିଛି ୧ ଲକ୍ଷ। ସେହିପରି ଦ୍ୱିତୀୟ ସ୍ଥାନରେ ଏବେ ଭାରତର ଇଡେନ ଗାର୍ଡେନ ରହିଛି। ଇଡେନ୍ ଗାର୍ଡେନର ଦର୍ଶକ କ୍ଷମତା ୬୮ ହଜାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos