ଭରତୀୟ ମହିଳା କ୍ରିକେଟ୍‌ ଟିମର ସ୍ୱପ୍ନ ଧୂଳିସାତ୍: ଟିମ୍‌ ଇଣ୍ଡିଆକୁ ହରାଇ ଏସିଆ କପ୍ କବ୍‌ଜା କଲା ବାଂଲାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ଟିମର ଲଗାତର ସପ୍ତମ ଥର ଏସିଆ କପ୍ ଟାଇଟଲ ଜିତିବା ସ୍ୱପ୍ନ ମଉଳି ଯାଇଛି। ଭାରତକୁ ହରାଇ ଏସିଆ କପ୍ ଟି-୨୦ ଟାଇଟଲ ହାତେଇଛି ବାଂଲାଦେଶ। ଫାଇନାଲରେ ଛଅ ଥରର ଚାମ୍ପିଅନ୍ ଭାରତୀୟ ମହିଳା ଟିମକୁ ୩ ୱିକେଟରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ କପରେ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୨ ରନ୍ କରିଥିଲା। କ୍ୟାପ୍ଟେନ ହରମନପ୍ରୀତ କୌର ଗୋଟିଏ ପଟେ […]

unnamed-1528624924638

unnamed-1528624924638

Rakesh Mallick
  • Published: Monday, 11 June 2018
  • Updated: 11 June 2018, 01:23 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ମହିଳା ଟିମର ଲଗାତର ସପ୍ତମ ଥର ଏସିଆ କପ୍ ଟାଇଟଲ ଜିତିବା ସ୍ୱପ୍ନ ମଉଳି ଯାଇଛି। ଭାରତକୁ ହରାଇ ଏସିଆ କପ୍ ଟି-୨୦ ଟାଇଟଲ ହାତେଇଛି ବାଂଲାଦେଶ। ଫାଇନାଲରେ ଛଅ ଥରର ଚାମ୍ପିଅନ୍ ଭାରତୀୟ ମହିଳା ଟିମକୁ ୩ ୱିକେଟରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ କପରେ ଚାମ୍ପିଅନ୍ ହୋଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୨ ରନ୍ କରିଥିଲା। କ୍ୟାପ୍ଟେନ ହରମନପ୍ରୀତ କୌର ଗୋଟିଏ ପଟେ କ୍ରିଜ୍ରେ ଜମି ରହି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ ନିୟମିତ ବ୍ୟବଧାନରେ ପ୍ୟାଭିଲିୟନ ଫେରିଥିଲେ।

ଚମତ୍କାର ବୋଲିଂ ଓ ଫିଲ୍ଡିଂ କରିଥିଲେ ବାଂଲାଦେଶ ଖେଳାଳିା ତେବେ ୧୧୩ ରନର ବିଜୟଲକ୍ଷ୍ୟକୁ ବାଂଲାଦେଶ ୭ ୱିକେଟ୍ ହରାଇ ହାସଲ କରିନେଇଥିଲା। ହରମନପ୍ରୀତ କୌରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ଘୋଷଣା କରାଯାଇଥିବା ବେଳେ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ବାଂଲାଦେଶର ରୁମାନା ଅହମଦଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos