ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଟିକେଟ୍ ବିକ୍ରି ଆରମ୍ଭ: ଜାଣନ୍ତୁ ସାଧାରଣ ଦର୍ଶକଙ୍କ ପାଇଁ କେଉଁଦିନ ଖୋଲିବ କାଉଣ୍ଟର୍‌

barabati-ticket

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍‌ ପରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ବାରବାଟୀରେ ଖେଳାଯାଉଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏବେଠୁ ଉତ୍କଣ୍ଠା ବଢିଯାଇଛି।

ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଆଜି ଓ ଆସନ୍ତାକାଲି ଓସିଏ ଅନୁବନ୍ଧିତ ଅନୁଷ୍ଠାନ ସହ ସ୍କୁଲ କଲେଜ ପାଇଁ ଟିକେଟ୍ ବିକ୍ରି ହେଉଛି।  ସେହିପରି ଓସିଏ ଏବଂ ବିସିସିଆଇ କର୍ମକର୍ତାଙ୍କୁ ମଧ୍ୟ ଆଜିଠାରୁ ଟିକେଟ ବିକ୍ରି କରାଯାଇଛି। ସମୁଦାୟ ୩୨ ହଜାର ୪୦୩ଟି ଟିକେଟ ବିକ୍ରି ହେବାକୁ ଥିବାବେଳେ ୯ ହଜାରରୁ ଅଧିକ ଟିକେଟ ଅନଲାଇନ ବିକ୍ରି ସରିଛି। ଓସିଏ ଅନୁବନ୍ଧିତ ଅନୁଷ୍ଠାନ ପାଇଁ ରହିଛି ୧୦, ୪୮୪ ଟିକେଟ୍। ଆସନ୍ତା ୧୬ ଓ ୧୭ରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ସାଧାରଣ ଦର୍ଶକଙ୍କ ପାଇଁ ୧୨ ହଜାରରୁ ଊର୍ଦ୍ଧ୍ୱ ଟିକଟ ବିକ୍ରି କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି।

Previous ArticleNext Article

Send this to a friend