ବିଶ୍ୱର ଏକମାତ୍ର ଖେଳାଳି, ଯାହାଙ୍କ ଘର ଉପର ଦେଇ ପ୍ଲେନ୍‌ ଉଡ଼ାଇବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନ ଫୁଟବଲ୍‌ ଖେଳାଳି ଲୋଓନେଲ ମେସି ନିଜର ଆକର୍ଷଣୀୟ ଖେଳ ପାଇଁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି। ଏହାସହ ନିଜର ଲାଇଫଷ୍ଟାଇଲ୍ ପାଇଁ ମଧ୍ୟ ମେସି ବେଶ୍‌ ଚର୍ଚ୍ଚିତ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ, ସାରା ଦୁନିଆରେ ମେସି ଏମିତି ଜଣେ ଖେଳାଳି ଯାହାଙ୍କ ଘର ଉପରେ ପ୍ଲେନ ଉଡ଼ିବାକୁ ଅନୁମତି ଦିଆଯାଇନାହିଁ।

ସ୍ପାନିସ ଏୟାରଲାଇନ୍ସ ମୁତାବିକ ବାର୍ସୋଲିନାର ଏୟାରପୋର୍ଟକୁ ଆଉ ସମ୍ପ୍ରସାରଣ କରାଯାଇପାରିବନି। କାରଣ ଏହି ସ୍ଥାନରେ ପ୍ଲେନ୍‌ ଉଡ଼ିବା ସମ୍ଭବ ନୁହେଁ। ଯଦିଓ ଏହା ପରିବେଶ ପ୍ରଦୂଷଣ ନିୟମ ଅନୁସାରେ କରାଯାଇଛି। ତଥାପି ଏହି କଥାକୁ ସ୍ପାନିସ ଏୟାରଲାଇନ୍ସ ମାନିବାକୁ ନାରାଜ। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ଏଥିପାଇଁ ମେସି ଦାୟୀ।

ବାର୍ସେଲୋନାରେ ଯେଉଁ ଅଞ୍ଚଳରେ ମେସିଙ୍କ ଘର ରହିଛି, ସେହି ଅଞ୍ଚଳରେ ପ୍ଲେନ ଉଡ଼ିବାରେ ରୋକ ଲଗାଇଯାଇଛି। ଉପରୁ ମେସିଙ୍କ ଘରକୁ ଲକ୍ଷ୍ୟ କଲେ ସେଠାରେ ଘର ସହ ଏକ ଫୁଟବଲ୍‌ ପଡ଼ିଆ ମଧ୍ୟ ଦେଖିବାକୁ ମଳିବ। ଯାହା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଭାବେ ତିଆରି ହୋଇଛି।

୩୦ ବର୍ଷିୟ ମେସି ୨୪ ଜୁନ ୧୯୮୭ରେ ଜନ୍ମଗ୍ରହଣ କରିଥିଲେ। ସେ ନିଜ ଦେଶ ଆର୍ଜେଣ୍ଟିନାର ପ୍ରମୁଖ ଫୁଟବଲ୍‌ ଖେଳାଳି ହୋଇଥିବା ବେଳେ ସ୍ପେନ୍‌ର ବାର୍ସୋଲିନା କ୍ଲବ ପାଇଁ ଫୁଟବଲ ଖେଳନ୍ତି। ୨୦୧୭ରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ସେ ବିବାହ କରିଥିଲେ।

Previous ArticleNext Article

Leave a Reply

Send this to a friend